ETV Bharat / city

Odisha skill ecosystem ପରିଦର୍ଶନ କଲେ ମହାରାଷ୍ଟ୍ରର ୪୦ ଜଣିଆ ଦଳ

author img

By

Published : Nov 19, 2021, 10:37 PM IST

Updated : Nov 19, 2021, 10:45 PM IST

ମହାରାଷ୍ଟ୍ର ଦକ୍ଷତା ବିକାଶ ମନ୍ତ୍ରାଳୟର ୪୦ ଜଣିଆ ଦଳ ଏଠାରେ ପ୍ରଚଳିତ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଓ ତାଲିମ (ଟିଭିଇଟି) ବିଷୟରେ ଜାଣିବା ନିମନ୍ତେ ଓଡିଶା ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ

Odisha skill ecosystem
ଓଡିଶାର ସ୍କିଲ ଇକୋସିଷ୍ଟମ୍‌ ପରିଦର୍ଶନ କଲେ ମହାରାଷ୍ଟ୍ରର ୪୦ ଜଣିଆ ଦଳ

ଭୁବନେଶ୍ବର : ଦେଶରେ ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ଓଡିଶା ଅନନ୍ୟ । ତେଣୁ ମହାରାଷ୍ଟ୍ର ଦକ୍ଷତା ବିକାଶ ମନ୍ତ୍ରାଳୟର ୪୦ ଜଣିଆ ଦଳ ଏଠାରେ ପ୍ରଚଳିତ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଓ ତାଲିମ (ଟିଭିଇଟି) ବିଷୟରେ ଜାଣିବା ନିମନ୍ତେ ଓଡିଶା ଗସ୍ତ କରିଛନ୍ତି । ଏନେଇ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଦ୍ୱାରା ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଯୋଗ ଦେଇଛନ୍ତି । ସେ କହିଛନ୍ତି ଯେ, ମହାରାଷ୍ଟ୍ର ଏକ ଆକାଂକ୍ଷୀ ରାଜ୍ୟ ଯାହା ସମସ୍ତଙ୍କ ପାଇଁ ଗୌରବର ବିଷୟ ଅଟେ । ଜଗନ୍ନାଥ ସଂସ୍କୃତି ବିଷୟରେ ସମସ୍ତଙ୍କୁ ଆଲୋକପାତ କରି ସେ କହିଛନ୍ତି ଯେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ରଥଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ମହାପ୍ରସାଦ ପର୍ଯ୍ୟନ୍ତ ସବୁଥିରେ ସ୍କିଲ ଭରି ରହିଛି । ପୁରାତନକାଳରୁ ଓଡିଶା ସ୍କିଲର ଗନ୍ତାଘର ବୋଲି ସେ ସୂଚନା ଦେଇଛନ୍ତି ।

ଓଡିଶା ସରକାର ଦକ୍ଷତା ଶିକ୍ଷାରେ ମହିଳା, ପଛୁଆ ଓ ଅବହେଳିତ ଶ୍ରେଣୀକୁ ଅଗ୍ରାଧିକାର ଦେଇଛନ୍ତି । ଏହାର ଉଦାହରଣ ଦେଇ ଆଇଟିଆଇରେ ପଢିଥିବା ଝିଅ ଆଜି ରୟାଲ୍ଡ ଏନଫିଲ୍ଡ ଏବଂ ଟାଟା ଆଡଭାନ୍ସ ଭଳି ସଂସ୍ଥାରେ କାମ କରୁଛନ୍ତି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନାନୋ ୟୁନିକର୍ଣ୍ଣ ଭଳି ଉଦ୍ୟୋଗୀତା କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଗାଁରେ କ୍ଷୁଦ୍ର ଶିଳ୍ପର ବିକାଶ ହେବାର ଆବଶ୍ୟକତା ରହିଛି । ଯାହାଫଳରେ ପ୍ରକୃତ ଅର୍ଥରେ ଆତ୍ମନିର୍ଭର ଭାରତର ସ୍ୱପ୍ନ ସାକାର ହୋଇପାରିବ ।

ଓଏସ୍‌ଡିଏ ସିଇଓ ତଥା ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ଓଡିଶାର ଟିଭିଇଟି କ୍ଷେତ୍ରର ସଫଳତା ବିଷୟରେ ସମସ୍ତଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି । ସେ ଏହି ଅବସରରେ ସମସ୍ତ ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି ଯେ, ବ୍ରହ୍ମପୁର ଏବଂ କଟକ ସରକାରୀ ଆଇଟିଆଇ କରୋନା ମହାମାରୀ ସମୟରେ ନୂତନ ଉଦ୍ଭାବନ ତିଆରି କରି ପେଟେଣ୍ଟ ହାସଲ କରିବାରେ ସଫଳ ହୋଇପାରିଛନ୍ତି ।

ମହାରାଷ୍ଟ୍ର ଦକ୍ଷତା ବିକାଶ ମିଶନର ଉପ ନିର୍ଦ୍ଦେଶକ ନାମଦେଓ ଭୋସଲେ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ପାଇଁ ନେଇଥିବା ପ୍ରତିବଦ୍ଧତା ଦେଖି ଖୁସି ବ୍ୟକ୍ତ କରିଛନ୍ତି । ଅଧ୍ୟକ୍ଷ ମାନଙ୍କୁ ଦକ୍ଷତା ବିକାଶ ନିମନ୍ତେ ଦିଆଯାଇଥିବା ସ୍ୱାଧୀନତା ଏବଂ ପ୍ରଶିକ୍ଷାର୍ଥୀମାନଙ୍କର ନୂତନ ଚିନ୍ତାଧାରାକୁ ଦିଆଯାଉଥିବା ପ୍ରାଧାନ୍ୟତା, ଅନୁଷ୍ଠାନ ଓ ପ୍ରଶିକ୍ଷାର୍ଥୀଙ୍କ ପ୍ରତି ଅଧ୍ୟକ୍ଷ ଏବଂ ପ୍ରଶିକ୍ଷକଙ୍କ ସମର୍ପଣ ଓ ନିଷ୍ଠା ଦେଖି ଆମେ ଅନୁପ୍ରାଣିତ ହୋଇଛୁ ବୋଲି ସେ ପ୍ରକାଶ କରିଛନ୍ତି । ମହାରାଷ୍ଟ୍ର ଦକ୍ଷତା ବିକାଶ ମନ୍ତ୍ରାଳୟର ଅନୁସଚିବ ସନ୍ତୋଷ ରକାଡେ ଆଇଟିଆଇରେ ପ୍ରଦାନ କରାଯାଉଥିବା ଲାଇଫ୍‌ ସ୍କିଲ ପ୍ରଶିକ୍ଷଣ, ନାନୋ ୟୁନିକର୍ଣ୍ଣ ଉଦ୍ୟୋଗୀତା କାର୍ଯ୍ୟକ୍ରମ ଏବଂ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଭଳି ପଦକ୍ଷେପ ନେବାକୁ ଆମେ ମନ୍ତ୍ରାଳୟ ନିକଟରେ ପ୍ରସ୍ତାବ ଦେବୁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଏହି ପ୍ରତିନିଧି ଦଳ ୧୫ ରୁ ୧୮ ପର୍ଯ୍ୟନ୍ତ ଚାରି ଦିନ ଧରି ସରକାରୀ ଆଇଟିଆଇ କଟକ, ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ, କଟକ ଏଲ ଏଣ୍ଡ ଟି ସେଣ୍ଟର, ୱାର୍ଲ୍ଡ ସ୍କିଲ ସେଣ୍ଟର, ସିଏସ୍ତା ହସ୍ପିଟାଲିଟି ସେଣ୍ଟର ଛତ୍ରପୁର, ସରକାରୀ ଆଇଟିଆଇ ବ୍ରହ୍ମପୁର, ସରକାରୀ ଆଇଟିଆଇ ପୁରୀ ଏବଂ ସଂକଳ୍ପ ଯୋଜନା ତାଲିମ କେନ୍ଦ୍ର କେନ୍ଦ୍ରାପଡା ଗସ୍ତ କରିଛନ୍ତି । ସରକାରୀ ଆଇଟିଆଇ କଟକରେ ଦେଶର ପ୍ରଥମ ସ୍କିଲ ମ୍ୟୁଜିୟମ, ନବନିର୍ମିତ ପରୀକ୍ଷାଗାର ଯେପରିକି ମେକାଟ୍ରନିକ୍‌ ଲ୍ୟାବ୍‌, ଏନ୍‌ଡିଟି ଲ୍ୟାବ୍‌, ଜନ୍‌ ବେନ୍‌ ହୁଇଲ୍‌ କେୟାର ସେଣ୍ଟର, ମ୍ୟାନ ମେସିନ କାର ସର୍ଭିସ ସେଣ୍ଟର ଆଦି ପରିଦର୍ଶନ କରିଛନ୍ତି । ବ୍ରହ୍ମପୁର ସରକାରୀ ଆଇଟିଆଇରେ ସେମାନେ ୱାର୍କସପ୍‌ ଓ ମୁକ୍ତାକାଶ ସ୍କାର୍ପ ମ୍ୟୁଜିୟମ ଦେଖି ଅବିଭୂତ ହୋଇଯାଇଥିଲେ । ୱାର୍ଲ୍ଡ ସ୍କିଲ ସେଣ୍ଟର ଠାରେ ମଧ୍ୟ ଏହାର ଭିତ୍ତିଭୂମି ଓ ଅତ୍ୟାଧୁନିକ ଲ୍ୟାବ୍‌ ପରିଦର୍ଶନ କରି ଖୁବ ପ୍ରଶଂସା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ଯୁଗ୍ମ ସଚିବ, ରେଣୁପ୍ରଭା ନାୟକ, ଉପ ନିର୍ଦ୍ଦେଶକ, ଏସ୍‌ କେ ଦାସ, ନିୟୋଜନ ଅଧିକାରୀ ଏସ୍‌ ଭି ଏନ୍‌ ରାଓ ଓ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Nov 19, 2021, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.