ETV Bharat / city

Odisha Omicron Tension: ପୁଣି ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, UAE ରୁ ଫେରିଛନ୍ତି କେନ୍ଦୁଝର

ଓଡିଶାରେ କାୟା ମେଲାଉଛି ଓମିକ୍ରନ । ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ

Odisha Omicron Tension: ରାଜ୍ୟରେ ପୁଣି ଜଣେ ସଂକ୍ରମିତ ଚିହ୍ନଟ

author img

By

Published : Dec 29, 2021, 10:01 AM IST

Updated : Dec 29, 2021, 12:01 PM IST

ଭୁବନେଶ୍ବର: ଓଡିଶାରେ କାୟା ମେଲାଉଛି ଓମିକ୍ରନ । ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ(odisha reports one more omicron case) । ଆଜି(ବୁଧବାର) ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ୩୧ ବର୍ଷୀୟ ଯୁବକ । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ । ସେ ନିକଟରେ UAEରୁ ଫେରିଥିବା ଜଣାପଡିଛି । ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଆଜିର ନୂଆ ମାମଲାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି ।

ସୂଚନା ଅନୁଯାୟୀ, ସଂକ୍ରମିତ ଯୁବକ ଜଣକ ପ୍ରଥମେ ଦୁବାଇରୁ କୋଲକାତା ଏବଂ ସେଠାରୁ ଟ୍ରେନ ଯୋଗେ ନିଜ ଘର କେନ୍ଦୁଝର ବଡ଼ବିଲ ଆସିଥିଲେ । ସେ ଆସିବା ସମୟରେ ତାଙ୍କ ରିପୋର୍ଟ ନେଗେଟିଭ ଥିଲା । ଘରେ ପହଞ୍ଚିବାର ଦିନକ ପରେ ତାଙ୍କୁ ଜ୍ବର ହୋଇଥିଲା । ପରେ ଟେଷ୍ଟ କରାଇବାରୁ ତାଙ୍କ ରିପୋର୍ଟ ପଜିଟିଭ ଆସିବା ସହ ଜିନୋମ ସିକ୍ବେନ୍ସିଂରୁ ଏହି ବିଦେଶ ଫେରନ୍ତା ଜଣକ ଓମିକ୍ରନ ସଂକ୍ରମିତ ଥିବା ଜଣାପଡିଛି । ସେ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 29, 2021, 12:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.