ETV Bharat / city

Odisha Corona: ଦିନକରେ 25 ପଜିଟିଭ ଚିହ୍ନଟ

author img

By

Published : Jun 17, 2022, 9:51 AM IST

ଉପରମୁହାଁ ହୋଇଛି ମହାମାରୀ । ଗତ 24 ଘଣ୍ଟାରେ ରାଜ୍ୟରେ 25 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକରେ 25 ପଜିଟିଭ
ଦିନକରେ 25 ପଜିଟିଭ

ଭୁବନେଶ୍ବର: ପୁଣି କଡ ଲେଉଟାଇଲାଣି କୋରୋନା । ଦୀର୍ଘ ଦିନ ପରେ ରାଜ୍ୟରେ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ଗୁରୁବାର ଚିହ୍ନଟ 41 ସଂକ୍ରମିତ ଅପେକ୍ଷା ଆଜି (ଶୁକ୍ରବାର) ମାମଲା କମିଛି ହେଲେ ଦୁଇ ଅଙ୍କ ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 25 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 15 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 10 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବର 1, ବଲାଙ୍ଗୀର 1, କଟକ 2, ଜଗତସିଂହପୁର 1, ଖୋର୍ଦ୍ଧାରୁ 15, ସୁନ୍ଦରଗଡରୁ 1 ଓ ଷ୍ଟେଟପୋଲରୁ 4 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 762ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 185 ସକ୍ରିୟ ମାମଲା ରହିଛି । ନୂଆ 17 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 398 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଦେଶରେ 8 ହଜାର ପାର କରିଛି ପଜିଟିଭ ସଂଖ୍ୟା । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.