ETV Bharat / city

Odisha Corona Death Report: ମୃତ୍ୟୁରେ ଲାଗୁନି ବ୍ରେକ, ଆଉ ୨୦ ମୁଣ୍ଡ ନେଲା ମହାମାରୀ - ରାଜ୍ୟ କୋରୋନାଜନିତ ମୃତ୍ୟୁ ରିପୋର୍ଟ

ରାଜ୍ୟରେ ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ଆଜି (ଶୁକ୍ରବାର) ରାଜ୍ୟରେ ଆଉ ୨୦ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ

ମୃତ୍ୟୁରେ ଲାଗୁନି ବ୍ରେକ
ମୃତ୍ୟୁରେ ଲାଗୁନି ବ୍ରେକ
author img

By

Published : Feb 11, 2022, 11:08 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ କମୁନି ମୃତ୍ୟୁସଂଖ୍ୟା । ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ଲଗାତାର ବଢି ଚାଲିଛି କୋରୋନାଜନିତ ମୃତ୍ୟୁସଂଖ୍ୟା । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତକାଲି ୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି (ଶୁକ୍ରବାର) ରାଜ୍ୟରେ ଆଉ ୨୦ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୮୩୮କୁ ବୃଦ୍ଧି ହୋଇଛି ।

ମୃତକଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୪ଜଣ ଆକ୍ରାନ୍ତ ଥିବାବେଳେ ବାଲେଶ୍ବର, କେନ୍ଦ୍ରାପଡା, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ ରହିଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ, ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ପ୍ରକାଶ ଥାଉ କି, ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ୫୭୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ୧୨ ଲକ୍ଷ ୭୪ ହଜାର ୫୭୫ ରେ ପହଞ୍ଚିଥିବା ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କିଛି ଦିନ ହେବେ ବାହାରୁଥିବା ପଜିଟିଭ ସଂଖ୍ୟା କମିଛି ହେଲେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ୧୪୨୫୩ଟି ସକ୍ରିୟ ମାମଲା ରହିଥିବାବେଳେ ୧୨୫୧୪୩୧ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୨୯୩୮୪୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.