ETV Bharat / city

Odisha Corona Report: ଦିନକରେ ୧୮୩ ନୂଆ ସଂକ୍ରମିତ - ଓଡିଶା କୋରୋନା ରିପୋର୍ଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୩ କୋରୋନା ପଜିଟିଭ ଚିହ୍ନଟ (odisha corona cases) ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୩,୩୪୯ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona Report: ଦିନକରେ ୧୮୩ ନୂଆ ସଂକ୍ରମିତ

author img

By

Published : Dec 22, 2021, 10:47 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୩ ଜଣ ନୂଆ ସଂକ୍ରମିତ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ରହିଛନ୍ତି । ଏଥିସହ କ୍ବାରେଣ୍ଟାଇନ ସେଣ୍ଟରରୁ ୧୧୨ ଓ ୮୧ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । କହିରଖୁଛୁ କି, ମଙ୍ଗଳବାର ପ୍ରଥମ ଥର ରାଜ୍ୟରେ ଦୁଇ ବିଦେଶ ଫେରନ୍ତାଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି ।

ନୂଆ ୧୮୩ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯ ଜଣ ରହିଛନ୍ତି । ସେହିପର ଅନୁଗୋଳ ୩, ବାଲେଶ୍ବର ୨, ବରଗଡ ୧, କଟକ ୧୩, ଦେବଗଡ ୮, ଗଞ୍ଜାମ ୧, ଜଗତସିଂହପୁର ୫, ଯାଜପୁର ୩, ଝାରସୁଗୁଡା ୩, କେନ୍ଦ୍ରାପଡା ୨, ମୟୂରଭଞ୍ଜ ୧, ନୟାଗଡ ୪, ରାୟଗଡା ୧, ସମ୍ବଲପୁର ୭, ସୋନପୁର ୧, ସୁନ୍ଦରଗଡରୁ ୬ ଏବଂ ଷ୍ଟେଟପୁଲ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ରହିଛି ।

ଏତଦ୍ ବ୍ୟତୀତ ଗୋଟିଏ ଦିନରେ ରାଜ୍ୟରୁ ୧୭୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ମୋଟ କୋରୋନା ସୁସ୍ଥଙ୍କ ସଂଖ୍ୟା ୧୦,୪୩,୦୪୫କୁ ବୃଦ୍ଧି ପାଇଛି । ଏହି କ୍ରମରେ ରାଜ୍ୟରେ ଏ ଯାବତ୍ ମୋଟ ୧୦,୫୩,୩୪୯ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ୧,୮୦୪ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.