ETV Bharat / city

ରାଜ୍ୟରେ 141 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 2245କୁ ବୃଦ୍ଧି

author img

By

Published : Jun 2, 2020, 11:30 AM IST

ରାଜ୍ୟରେ ଆଉ 141 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସଂଖ୍ୟା 2245କୁ ବୃଦ୍ଧି ପାଇଛି । 141 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 110 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ବାହାରିଥିବାବେଳେ 31 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

Odisha reports 141 Covid19
ରାଜ୍ୟରେ 141 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 2245କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଉଛି କୋରୋନା । ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ନୂଆ 141 ଆକ୍ରାନ୍ତ ଚିହ୍ନଟ ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2245ରେ ପହଞ୍ଚିଛି ।

ଆଜି ଚିହ୍ନଟ ହୋଇଥିବା 141 ଆକ୍ରାନ୍ତ 18ଟି ଜିଲ୍ଲାର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ 110 ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ । ଅନ୍ୟ 31 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

141 ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର 27, ଯାଜପୁରର 10, ଖୋର୍ଦ୍ଧାର 26, ବାଲେଶ୍ବରର 2, କେନ୍ଦ୍ରାପଡାର 13, କଟକର 6, ପୁରୀର 5, ବଲାଙ୍ଗୀରର 7, ଜଗତସିଂହପୁରର 4, ନୟାଗଡରେ 1, ସୁନ୍ଦରଗଡର 8, ନୂଆପଡାର 19, ଗଜପତିର 4, କେନ୍ଦୁଝରର 4, ମୟୂରଭଞ୍ଜ ଜଣେ, ଅନୁଗୁଳର ଜଣେ, ସମ୍ବଲପୁରର ଜଣେ ଓ ଢେଙ୍କାନାଳର 2 ଜଣ ଅଛନ୍ତି ।

ତେବେ ରାଜ୍ୟରେ ମୋଟ ସକ୍ରିୟ ମାମଲା 991 ରହିଛି। ସେହିପରି 1245 ସୁସ୍ଥ ହୋଇଥିବାବେଳେ 7 ଜଣଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.