ETV Bharat / city

କୋରୋନା ପରେ ବି 55 ପ୍ରତିଶତ ବଢିଛି ଓଡିଶାର ରପ୍ତାନୀ - ରପ୍ତାନୀ ହବ ଓଡିଶା

ରାଜ୍ୟର ଅର୍ଥନୀତି ଅଭିବୃଦ୍ଧିରେ ରପ୍ତାନୀ ପ୍ରମୁଖ ଭୂମିକା ତୁଲାଇଥାଏ । ଆଉ ବିଦେଶୀ ବାଣିଜ୍ୟ ଏବଂ ବାଣିଜ୍ୟରେ ଓଡିଶାର ଏକ ଚମତ୍କାର ଇତିହାସ ରହିଛି । ଅଧିକ ପଢନ୍ତୁ..

କୋରୋନା ପରେ ବି 55 ପ୍ରତିଶତ ବଢିଛି ଓଡିଶା ରପ୍ତାନୀ

author img

By

Published : Jan 22, 2021, 9:20 PM IST

Updated : Jan 22, 2021, 9:41 PM IST

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ରାଜ୍ୟର ରପ୍ତାନୀ 55 ପ୍ରତିଶତ ବଢିଛି । କୋରୋନା ସଙ୍କଟ ମଧ୍ୟରେ ବି ରପ୍ତାନୀ କ୍ଷେତ୍ରରେ ଓଡିଶା ରେକର୍ଡ କରିଛି । ଭିଡିଓ କନଫେରନ୍ସିଂ ଜରିଆରେ ରାଜ୍ୟ ରପ୍ତାନୀ ପୁରସ୍କାର ସମାରୋହ-2021 ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କହିଛନ୍ତି ।

କୋରୋନା ପରେ ବି 55 ପ୍ରତିଶତ ବଢିଛି ଓଡିଶାର ରପ୍ତାନୀ

ମୁଖ୍ୟମନ୍ତ୍ରୀ କହିଛନ୍ତି କି, ରାଜ୍ୟର ଅର୍ଥନୀତି ଅଭିବୃଦ୍ଧିରେ ରପ୍ତାନୀ ପ୍ରମୁଖ ଭୂମିକା ତୁଲାଇଥାଏ । ଆଉ ବିଦେଶୀ ବାଣିଜ୍ୟ ଏବଂ ବାଣିଜ୍ୟରେ ଓଡିଶାର ଏକ ଚମତ୍କାର ଇତିହାସ ରହିଛି । ଏହି କ୍ଷେତ୍ରରେ କଳିଙ୍ଗର ସାଧବ ପୁଅ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାଣିଜ୍ୟ କରିବାକୁ ଯାଉଥିଲେ । ଯାହାକି ଓଡିଶା ରପ୍ତାନୀର ବଡ ମାର୍ଗଦର୍ଶନ ।

ତେବେ ରାଜ୍ୟର ରପ୍ତାନୀ ବୃଦ୍ଧି ପାଇଁ ସରକାର ବ୍ୟବସାୟ ବାତାବରଣକୁ ସୁଲଭ ସହ ଅନୁକୂଳ କରିବାକୁ ପଦକ୍ଷେପ ନେଉଛନ୍ତି । ଏଥିପାଇଁ 5ଟି ଯୋଜନାରେ ଗୁଣାତ୍ମକ ମାନକ ପାଇଁ ଭିତ୍ତିଭୂମି ସହାୟତା ଏବଂ ସୁବିଧା ପାଇଁ ଚେଷ୍ଟା କରାଯାଉଛି । ନୀତି ଆୟୋଗ ଦ୍ବାରା ପ୍ରକାଶିତ ରପ୍ତାନୀ ପ୍ରସ୍ତୁତି ସୂଚକାଙ୍କ (EPI) ରେ ଓଡିଶା ଦେଶରେ ପ୍ରମୁଖ 5ଟି ରାଜ୍ୟ ମଧ୍ୟରେ ରହିଛି । ରପ୍ତାନୀକୁ ବଢାଇବା ପାଇଁ ଜିଲ୍ଲା ସ୍ତରରେ ରପ୍ତନୀ ପ୍ରୋତ୍ସାହନ କମିଟି ହୋଇଛି । ତେବେ ଏସବୁ ପ୍ରୋତ୍ସାହିତ କରିବାକୁ ରାଜ୍ୟର ପ୍ରଚେଷ୍ଟା ଅଛି । ରାଜ୍ୟରେ ଏଭଳି ବହୁ ଏମଏସଏମଇ ପ୍ରଡକ୍ଟ ରହିଛି , ଯାହାର କ୍ଷମତା ରହିଛି କି ଗ୍ଲୋବାଲ ମାର୍କେଟରେ ପହଞ୍ଚି ରାଜ୍ୟର ନାଁକୁ ଆଗକୁ ନେଇପାରିବ । ଏଣୁ ସେହି ଦିନ ଦୂରରେ ନାହିଁ ଯେବେ ଆମେରିକା ଓ ୟୁରୋପ ବଜାରରେ ଆମ ମାଲକାନଗିରି , କନ୍ଧମାଳ ଓ କଳହାଣ୍ଡି ପ୍ରଡକ୍ଟ ବିକ୍ରି ହେବ ।

ଏକାଠି ଆମେ ସବୁ ମିଶି ଓଡିଶାକୁ ଭାରତର ରପ୍ତାନୀ କେନ୍ଦ୍ର ଭାବେ କରିପାରିବୁ ବୋଲି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଏହି ଅବସରରେ ରାଜ୍ୟ ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି କି, ଏହାର ପ୍ରାକୃତିକ ସମ୍ପଦ ଓ ସ୍ଥାନ ଏବଂ ସୁବିଧା ହେତୁ ଓଡିଶାର ଦେଶର ଏକ ପ୍ରମୁଖ ରପ୍ତାନୀକାରୀ ରାଜ୍ୟ ହେବାର ଉତ୍କଷ୍ଟ ସମ୍ଭାବନା ଅଛି ।

ଓଡିଶାର ମୋଟ 26 ରପ୍ତାନୀକାରୀ ବିଭିନ୍ନ ଶ୍ରେଣୀରେ ଏହି ସମାରୋହରେ ପୁରସ୍କୃତ ହୋଇଛନ୍ତି ।

Last Updated : Jan 22, 2021, 9:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.