ETV Bharat / city

ରାଜ୍ୟରେ ବଢୁଛି କୋରୋନା କାୟା, ଦିନକରେ 214 ପଜିଟିଭ

author img

By

Published : Mar 25, 2021, 1:10 PM IST

ରାଜ୍ୟରେ ପୁଣି ଦିନକୁ ଦିନ ବୃଦ୍ଧି ପାଇଲାଣି କୋରୋନା ସଂକ୍ରମଣ । ଆଜି ଗୋଟିଏ ଦିନରେ 214 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 214 ପଜିଟିଭ
ଆଜି 214 ପଜିଟିଭ

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । କିଛି ଦିନ ହେବ ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ପୁଣି ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଆଜି ରାଜ୍ୟରେ ମୋଟ 214ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 126ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 88 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 33ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 6ଜଣ, ବାଲେଶ୍ବରରୁ 11ଜଣ, ବରଗଡରୁ 13ଜଣ, ଭଦ୍ରକରୁ 4, ବଲାଙ୍ଗୀରରୁ 20ଜଣ, ବୌଦ୍ଧରୁ 2ଜଣ,କଟକରୁ 20ଜଣ, ଢେଙ୍କାନାଳରୁ 10ଜଣ, ଗଞ୍ଜାମରୁ 4ଜଣ, ଜଗତସିଂହପୁରରୁ 2ଜଣ, ଯାଜପରରୁ 5ଜଣ, ଝାରସୁଗୁଡାରୁ 3ଜଣ, କଳାହାଣ୍ଡିରୁ 5ଜଣ, କନ୍ଧମାଳରୁ 1, କେନ୍ଦ୍ରାପଡାରୁ 1, କୋରାପୁଟରୁ 10ଜଣ, ଖୋର୍ଦ୍ଧାରୁ 33ଜଣ, ମୟୂରଭଞ୍ଜରୁ 9ଜଣ, ନବରଙ୍ଗରରୁ 1, ନୂଆପଡାରୁ 2ଜଣ, ପୁରୀରୁ 5ଜଣ, ରାୟଗଡାରୁ 3ଜଣ, ସମ୍ବଲପୁରରୁ 10ଜଣ,ସୁନ୍ଦରଗଡରୁ 27ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 7ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁ୍ଦ୍ଧା 339460ଜଣ କୋରୋନା ସଂକ୍ରମିତ ରହିଛନ୍ତି । ଏବେ ରାଜ୍ୟରେ 1151ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ 336337ଜଣ ସୁସ୍ଥ ହୋଇଛନ୍ତି । କୋରୋନାକୁ ବର୍ଷେ ପୂରଣ ହୋଇଛି ହେଲେ ଏବେ ବି ବିପଦ ଟଳିନାହିଁ । ରଜ୍ୟରେ ପୁଣି ଏପରି ସଂକ୍ରମଣ ବୃଦ୍ଧି ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.