ଭୁବନେଶ୍ବର: ରାଜ୍ୟରେ କମିବାର ନାଁ ନେଉ ନାହିଁ କୋରୋନା ସଂକ୍ରମଣ । ମେ’ ମାସରେ ସଂକ୍ରମଣ ବଢିବା ନେଇ କରାଯାଇଥିବା ଅନୁମାନ ସତ ହୋଇଛି । ଲଗାତାର କିଛି ଦିନ ହେବ ରାଜ୍ୟରେ ଦୈନିକ 10ରୁ 11ହଜାର ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଆଜି ରାଜ୍ୟରେ ପୁଣି 12 ହଜାର 390 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 2201 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଂଙ୍ଗରୋଧରୁ 9ହଜାର 938ଜଣ ଚିହ୍ନଟ ହୋଇଥିବାବେଳେ 5ହଜାର 452ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 532, ବାଲେଶ୍ବରରୁ 340,ବଲାଙ୍ଗୀରରୁ 461, ବରଗଡରୁ 507,ଭଦ୍ରକରୁ 412, ବୌଦ୍ଧରୁ 228, କଟକରୁ 719, ଦେଓଗଡରୁ 108, ଢେଙ୍କାନାଳରୁ 174, ଗଜପତିରୁ 115, ଗଞ୍ଜାମରୁ 387, ଜଗତସିଂହପୁରରୁ 259, ଯାଜପୁରରୁ 436, ଝାରସୁଗୁଡାରୁ 413ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି କଳାହାଣ୍ଡିରୁ 210,କନ୍ଧମାଳରୁ 102, କେନ୍ଦ୍ରପଡାରୁ 137, କେନ୍ଦୁଝରରୁ 208,କୋରାପୁଟରୁ 246, ମାଲକାନଗିରିରୁ 103, ମୟୂରଭଞ୍ଜରୁ 408, ନବରଙ୍ଗପୁରରୁ 362, ନୟାଗଡରୁ 301, ନୂଆପଡାରୁ 204,ପୁରୀରୁ 469, ରାୟଗଡାରୁ 187,ସମ୍ବଲପୁରରୁ 677,ସୋନପୁରରୁ 178,ସୁନ୍ଦରଗଡରୁ 882 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 352ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁ୍ଦ୍ଧା ରାଜ୍ୟରେ 5ଲକ୍ଷ 88ହଜାର 687ଜଣ ସଂକ୍ରମିତ ହୋଇସାରିଛନ୍ତି । ରାଜ୍ଯରେ ବର୍ତ୍ତମାନ 104016ଟି ସକ୍ରିୟ ମାମଲା ରହିଛି । ଏବେ ସ୍ଥିତି ଆହୁରି ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଛି । ସଂକ୍ରମଣ ସହରରୁ ଏବେ ଗାଁ ମୁହାଁ ହେଲାଣି । ରାଜ୍ୟରେ ଆଜି ତାଲାବନ୍ଦକୁ 10 ଦିନ ହୋଇଛି ହେଲେ ସଂକ୍ରମଣରେ ବ୍ରେକ ଲାଗୁନାହିଁ । ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଗକୁ ଲକଡାଉନ ସମୟସୀମା ବଢିବାର ଅନୁମାନ କରାଯାଉଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ