ETV Bharat / city

Omicron Fear: ଓମିକ୍ରନ ପାଇଁ ଚିନ୍ତିତ ପ୍ରଶାସନ, ଲୋକଙ୍କ ସହଯୋଗ ଆବଶ୍ୟକ

author img

By

Published : Dec 6, 2021, 5:36 PM IST

ଓମିକ୍ରନ ପାଇଁ ପ୍ରଶାସନ ମଧ୍ୟ ଚିନ୍ତିତ ରହିଛି । ଏହି ଭାରିଆଣ୍ଟକୁ ପ୍ରତିହତ କରିବା ପାଇଁ ଲୋକଙ୍କ ସହଯୋଗ ନିତାନ୍ତ ଆବଶ୍ୟକ । ଏହି ଭାରିଆଣ୍ଟ ବିପଦ ରାଷ୍ଟ୍ରରୁ ଆସିଥିବା ଲୋକଙ୍କୁ ଜିଲ୍ଲାରେ ଖୋଜା ଚାଲିଛି । ଭୟ କରିବାର ଆବଶ୍ୟକତା ନାହିଁ । ଅଧିକ ପଢ଼ନ୍ତୁ

Omicron Variant Tension : ଓମିକ୍ରନ ପାଇଁ ପ୍ରଶାସନ ଚିନ୍ତିତ, ଲୋକଙ୍କ ସହଯୋଗ ଆବଶ୍ୟକ

ଭୁବନେଶ୍ବର: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ପ୍ରଶାସନ ମଧ୍ୟ ଚିନ୍ତାରେ ରହିଛି । ଓମିକ୍ରନ ବିପଦ ଦେଶରୁ ଫେରିଥିବା ଲୋକଙ୍କୁ ଖୋଜା ଚାଲିଛି । ଏହାଏକ ଡାଇନାମିକ ପ୍ରୋସେସ୍‌ । କେନ୍ଦ୍ର ସରକାର ଯାହା ତଥ୍ୟ ଦେଉଛନ୍ତି, ତାହା ଜିଲ୍ଲାକୁ ପଠା ଯାଉଛି । କୋଭିଡର ନୂଆ ଭାରିଆଣ୍ଟ୍‌ ଓମିକ୍ରନକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ।

ଏହି ଭାରିଆଣ୍ଟ୍‌କୁ ମାତ୍‌ ଦେବାକୁ ହେଲେ ଲୋକଙ୍କ ସହଯୋଗ ସର୍ବୋପରି ରହିବ । ବାହାର ରାଷ୍ଟ୍ରରୁ ଫେରିଥିବା ଲୋକମାନେ ସ୍ବତ୍ତପ୍ରବୃତ୍ତ ଭାବରେ ଆସିକି ଟେଷ୍ଟ୍‌ କରାନ୍ତୁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଟେଷ୍ଟ ପରେ ସମ୍ପୃକ୍ତ ଲୋକ ଘରେ ରହିବେ । ଏଥିପାଇଁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ।

ବାହାରୁ ଫେରିଥିବା ବ୍ୟକ୍ତିବିଶେଷ ନିଜକୁ ଓ ନିଜ ପରିବାରକୁ ସଂକ୍ରମିତ ନକରାଇ ସୁରକ୍ଷିତ ରୁହନ୍ତୁ । ସଂକ୍ରମଣ ରୋକିବାକୁ ବିପଦପୂର୍ଣ୍ଣ ଦେଶରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ ପ୍ରୋଟୋକଲ ଜାରି ହୋଇଛି । ୭ ଦିନ ସଂଗରୋଧରେ ରହିଲା ପରେ ଅଷ୍ଟମ ଦିନ ଟେଷ୍ଟ କରାଯିବ । ପଜିଟିଭ ବାହାରିଲେ ଜିନମ ସିକ୍ବେସିଂ କରାଯିବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ଓମିକ୍ରନ ଭାରିଆଣ୍ଟ ପଜିଟିଭ୍‌ ଚିହ୍ନଟ ହୋଇ ନାହାନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.