ETV Bharat / city

କୋରୋନା କଟକଣାରେ ବି ଓଡିଶାରେ ଡାକ ସେବା ଜାରି - ଓଡିଶା ମୁଖ୍ୟ ଡାକପାଳଙ୍କ ସାମ୍ବାଦିକ ସମ୍ମିଳନୀ

କୋରୋନା ପାଇଁ ଓଡିଶା ଡାକ ବିଭାଗର ସମସ୍ତ ଡାକଘରେ ଡାକ ସେବା ଜାରି । କର୍ଯ୍ୟକରୁଛି 8 ହଜାର 247 ଡାକ ଘର । ଅଧିକ ପଢନ୍ତୁ....

odisha postal press meet in bhubaneswar for corona
କୋରୋନା ପାଇଁ ଓଡିଶା ଡାକ ବିଭାଗର ସମସ୍ତ ଡାକଘରେ ଡାକ ସେବା ଜାରି
author img

By

Published : Apr 2, 2020, 4:08 PM IST

ଭୁବନେଶ୍ବର: କୋରୋନା ପାଇଁ ଜାରି ରହିଛି ଲକ ଡାଉନ । ରାଜ୍ୟବାସୀଙ୍କୁ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସେବା ଓଡିଶା ଡାକ ମଣ୍ଡଳ ତାର ସମସ୍ତ ଡାକ ଘର ଗୁଡିକୁ ଖୋଲା ରଖି ଯୋଗାଇ ଦେଉଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ମୁଖ୍ୟ ଡାକପାଳ ସୁବାସ ଚନ୍ଦ୍ର ବର୍ମା ସୂଚନା ଦେଇଛନ୍ତି । ଗରିବ ମାନଙ୍କୁ ମନି ଅର୍ଡର ଦ୍ବାରଟଙ୍କା ଯୋଗାଇବା । AePS ମାଧ୍ୟମରେ ଜନସାଧାରଣମାନଙ୍କୁ ଟଙ୍କା ନେଣଦେଣ ସୁବିଧା ଯୋଗାଇଦେବା ସହିତ ଔଷଧ ,ମାସ୍କ ଏବଂ ଅନ୍ୟାନ୍ୟ ମେଡ଼ିକାଲ କିଟ ଡେଲିଭରି କରିବା । ସେହିପରି, ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ପ୍ରଭୁତି ଯୋଗାଇବା ସହିତ ଜନ ଅଭିଯୋଗ ଗୁଡିକୁ ତୁରନ୍ତ ଫଇସଲା କରିବା ଇତ୍ୟାଦି ସୁବିଧା ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି । ସେଥିପାଇଁ ରାଜ୍ୟରେ ଥିବା 8247 ଡାକ ଘର ଖୋଲା ରହିଛି ।

କୋରୋନା ପାଇଁ ଓଡିଶା ଡାକ ବିଭାଗର ସମସ୍ତ ଡାକଘରେ ଡାକ ସେବା ଜାରି

ଲୋକମାନଙ୍କୁ ଏହି ସମୟରେ ଟଙ୍କାର ଆବଶ୍ୟକତା ଥିବାରୁ ଅନ୍ୟ ବ୍ୟାଙ୍କ ଗୁଡିକରେ ଆକାଉଣ୍ଟ ଥିବା ଖାତା ଧାରକ ମାନେ ପୋଷ୍ଟାଲ ମାଧ୍ୟମରେ ଟଙ୍କା ଉଠାଇ ପାରିବେ । ଲୋକମାନଙ୍କ ନିକଟରୁ କୌଣସି ସ୍ଥାନକୁ ଔଷଧ ପଠାଇବାକୁ ହେଲେ ଡାକ ବିଭାଗ ତୁରନ୍ତ ତାହା କାର୍ଯ୍ୟକାରୀ କରୁଛି। ସେହିପରି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ସରକାର ପ୍ରଦାନ କରୁଥିବା ଅର୍ଥ IPPB ମାଧ୍ୟମରେ ପ୍ରଦାନ କରାଯାଉଛି। ଯାହା ଫଳରେ ବ୍ୟାଙ୍କ ଗୁଡିକରେ ଅଧିକ ଭିଡକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି। ସେହିପରି ଯଦି କାହାର କୌଣସି ପ୍ରକାର ଅଭିଯୋଗ ଥାଏ ତାହାର ଶୁଣାଣି ପାଇଁ ହେଲ୍ପ ଲାଇନ ନମ୍ବର ଓ ମେଲ ଜାରି କରାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.