ETV Bharat / city

ନୂଆବର୍ଷରୁ ବଦଳିବ ରାଜ୍ୟ ରାଜନୀତି ପାଣିପାଗ

ଆଗାମୀ ନୂଆବର୍ଷରେ ବଦଳିବ ରାଜ୍ୟ ରାଜନୈତିକ ପାଣିପାଗ । ସବୁ ଦଳ ପାଇଁ ହେବ ଏସିଡ୍ ଟେଷ୍ଟ । ସଙ୍ଗଠନ ସଜାଡ଼ିବା ସହିତ ନିର୍ବାଚନ ମୈଦାନକୁ ଓହ୍ଲାଇବେ ତିନି ଦଳ ।

ନୂଆବର୍ଷରୁ ବଦଳିବ ରାଜ୍ୟ ରାଜନୀତି ପାଣିପାଗ
ନୂଆବର୍ଷରୁ ବଦଳିବ ରାଜ୍ୟ ରାଜନୀତି ପାଣିପାଗ
author img

By

Published : Dec 31, 2020, 3:17 PM IST

Updated : Dec 31, 2020, 4:01 PM IST

ଭୁବନେଶ୍ବର: ଆଗାମୀ ନୂଆବର୍ଷରେ ବଦଳିବ ରାଜ୍ୟ ରାଜନୈତିକ ପାଣିପାଗ । ସବୁ ଦଳ ପାଇଁ ହେବ ଏସିଡ୍ ଟେଷ୍ଟ । ସଙ୍ଗଠନ ସଜାଡ଼ିବା ସହିତ ନିର୍ବାଚନ ମୈଦାନକୁ ଓହ୍ଲାଇବେ ତିନି ଦଳ । କାରଣ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏବେ ନଜର ଆଗକୁ ହେବାକୁ ଥିବା ପିପିଲି ଉପନିର୍ବାଚନ ଉପରେ । 2021ର ପ୍ରଥମାର୍ଦ୍ଧରେ ହେବ ପିପିଲି ବିଧାନସଭା ଉପନିର୍ବାଚନ । ଏନେଇ ପଥ ପରିଷ୍କାର ହୋଇଛି ।

ନୂଆବର୍ଷରୁ ବଦଳିବ ରାଜ୍ୟ ରାଜନୀତି ପାଣିପାଗ

ଏହା ସହିତ ପୌର ଓ ସମବାୟ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ପିପିଲି ବିଧାନସଭା ଆସନରୁ ପ୍ରାର୍ଥୀ ହେବା ଲାଗି ବିଜେଡି, ବିଜେପି ଓ କଂଗ୍ରେସର ଅନେକ ଆଶାୟୀ ଅଛନ୍ତି । ତେବେ ଏହି ଆସନ ଲାଗି ସ୍ବର୍ଗତ ମହାରଥୀଙ୍କ ପତ୍ନୀ ବିଜେଡି ପ୍ରାର୍ଥୀ ପାଇଁ ପ୍ରମୁଖ ଦାବିଦାର ରହିଛନ୍ତି। ବିଜେପି ଓ କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ବି ଅନେକ ଆଶାୟୀ ଅଛନ୍ତି । ବିଭିନ୍ନ ସ୍ତରରେ ଏମାନେ ଲବି କରିବା ଆରମ୍ଭ କରିଦେଲେଣି।

ରାଜ୍ୟ ରାଜନୀତିରେ ଏବେ ଉପ ନିର୍ବାଚନ ପାଇଁ ତତଲା ପବନ ବହିବା ଆରମ୍ଭ କଲାଣି । ରାଜ୍ୟର ପୌରସଂସ୍ଥା ଗୁଡ଼ିକର ନିର୍ବାଚନ ପ୍ରାୟ 2 ବର୍ଷ ଧରି ହୋଇନାହିଁ । ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ମାମଲା ଚାଲିବାରୁ ନିର୍ବାଚନ ସ୍ଥଗିତ ରହିଛି । ଜାନୁଆରୀ କିମ୍ବା ଫେବୃଆରୀରେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏହାପରେ ପରେ ୨୦୨୨ରେ ପଞ୍ଚାୟତ ନିର୍ବାଚନ ହେବାର ବି ସମ୍ଭାବନା ରହିଛି । ତେଣୁ ୨୦୨୧ବର୍ଷଟି ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପାଇଁ ଏକପ୍ରକାର ନିର୍ବାଚନ ବର୍ଷ ହେବାକୁ ଯାଉଛି ।

୨୦୨୪ ସାଧାରଣ ସାଧାରଣ ନିର୍ବାଚନ ପୂର୍ବରୁ ପୌର, ପଞ୍ଚାୟତ ଓ ସମବାୟ ନିର୍ବାଚନ କ୍ବାର୍ଟର ଫାଇନାଲ ଓ ସେମି ଫାଇନାଲ ଭଳି ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 31, 2020, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.