ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୋଲିସ ଡିଜି ସୁନୀଲ କୁମାର ବଂଶଲ (Odisha Police DGP Sunil Kumar Bansal) । ଓଡ଼ିଶା ପୋଲିସ ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ଭାବେ ଭେଟିଛନ୍ତି ଡିଜିପି (Odisha DGP meet cm Naveen Patnaik) । ନବବର୍ଷରେ ପୋଲିସ ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଥିବା ସୁନୀଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଆଗାମୀ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ନବୀନ ନିବାସରେ ହୋଇଥିବା ଭେଟଘାଟ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏହି ସୌଜନ୍ୟ ମୂଳକ ସାକ୍ଷାତକାରରେ କୋଭିଡ଼ ମୁକାବିଲା ନେଇ ପୋଲିସ ଭୂମିକା ନେଇ ଆଲୋଚନା ହୋଇଛି । ରାଜ୍ୟରେ କୋଭିଡ଼ ମୁକାବିଲା, ଆଇନ ଶୃଙ୍ଖଳା ପରିସ୍ଥିତି, ମାଓବାଦୀ ଦମନ ଓ ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି ।
ପୂର୍ବତନ ଡିଜି ଶ୍ରୀ ଅଭୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ରାଜ୍ୟ ସରକାର ଡେପୁଟେସନରେ ଥିବା ବରିଷ୍ଠ ଆଇପିଏସ ସୁନୀଲ କୁମାର ବଂଶଲଙ୍କୁ ପୋଲିସ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି । ନବବର୍ଷ 2022ର ପ୍ରଥମ ଦିନରେ ଓଡିଶାର ଡିଜିପି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁନୀଲ । ସେ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ