ETV Bharat / city

ଓଡିଶାରେ ଅସୁରକ୍ଷିତ ମହିଳା: ସମଗ୍ର ଦେଶରେ ତୃତୀୟରେ ରାଜ୍ୟ

author img

By

Published : Oct 23, 2019, 10:34 PM IST

ମହିଳାଙ୍କ ଉପରେ ଦିନକୁ ଦିନ ବଢି ଚାଲିଛି ଅପରାଧ । ଏପରିସ୍ଥଳେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଚମକାଇ ଦେବା ଭଳି ତଥ୍ୟ ଦେଇଛି । ମହିଳାଙ୍କ ପ୍ରତି ଅପରାଧ ଘଟଣାରେ ସାରା ଦେଶରେ ତୃତୀୟ ସ୍ଥାନରେ ରହିଛି ରାଜ୍ୟ ।

ମହିଳାଙ୍କ ପ୍ରତି ଅପରାଧରେ ତୃତୀୟ ସ୍ଥାନରେ ଓଡିଶା

ଭୁବନେଶ୍ବର: ରାଜ୍ୟରେ ଅସୁରକ୍ଷିତ ମହିଳା । ଘରୁ ବାହାରିଲେ ପାଦେ ପାଦେ ରହିଛି ବିପଦ । ମହିଳାଙ୍କ ଉପରେ ଅପରାଧ ମାମଲାରେ ସାରା ଦେଶରେ ଓଡିଶା ରହିଛି ତୃତୀୟ ସ୍ଥାନରେ । ପ୍ରଥମେ ଆସାମ ଦ୍ବିତୀୟରେ ତେଲେଙ୍ଗାନା ପରେ ଓଡିଶା ତୃତୀୟ ସ୍ଥାନରେ ରହିଛି ।

crime rate

ରାଜ୍ୟରେ ୨୦୧୫ ମସିହାରେ ୧୭,୨୦୦ ଜଣ, ୨୦୧୬ରେ ୧୭୮୩୭ଜଣ, ୨୦୧୭ରେ ୨୦୦୯୮ଜଣ କ୍ଷେତ୍ରରେ ଅପରାଧ ଘଟିଛି । ଯାହାକି ଦେଶର ଅପରାଧ ତୁଳନାରେ ୫.୬ ପ୍ରତିଶତ ରହିଛି । ସେହିପରି ଦୁଷ୍କର୍ମ ଶିକାର କ୍ଷେତ୍ରରେ ସାରା ଦେଶରେ 5ମ ସ୍ଥାନରେ ରହିଛି ଓଡିଶା ।

ଦୁଷ୍କର୍ମ ମାମଲାରେ ୨୦୧୬ରେ କ୍ରାଇମ ରେଟ୍ ୯.୫ ପ୍ରତିଶତ ଥିବା ବେଳେ ୨୦୧୭ରେ ତାହା ୯.୭ ପ୍ରତିଶତ ଥିଲା । ମୋଟ ୨୦୭୦ଟି ଦୁଷ୍କର୍ମ ମାମଲା ହୋଇଛି । ଯେଉଁଥିରେ 2016ରେ ୭୮୫ ଓ 2017ରେ ୧୨୮୫ଜଣଙ୍କୁ ଦୁଷ୍କର୍ମ ହୋଇଛି । ଯେଉଁ ମାନଙ୍କ ମଧ୍ୟରେ ୬୨.୭ ପ୍ରତିଶତ ଯୁବତୀ ୧୮ରୁ ବର୍ଷରୁ କମ୍‌ରୁ ଅଟନ୍ତି ।

ଆଶ୍ଚର୍ଯ୍ୟର ବିଷୟ ଯୌତୁକ ଜନିତ ନିର୍ଯାତନା କ୍ଷେତ୍ରରେ ଓଡିଶା ଦେଶର ଷଷ୍ଠ ସ୍ଥାନରେ ରହିଛି । ଯେଉଁଥିରୁ ୨୫୨୬ ପ୍ରତିଶତ ମହିଳା ସ୍ବାମୀ ଓ ପରିବାରର ନିର୍ଯାତନାର ଶିକାର ହେଉଛନ୍ତି । ସେହିପରି ୨୦୧୭ରେ ୨୭୭୩ଜଣ ମହିଳା ଅପହରଣ ହୋଇଛନ୍ତି । ଅପହରଣ କ୍ଷେତ୍ରରେ ମଧ୍ୟ ରାଜ୍ୟ ଷଷ୍ଠ ସ୍ଥାନରେ ରହିଛି । ଅର୍ଥାତ୍ ପ୍ରତି ଲକ୍ଷେ ମହିଳାଙ୍କ ମଧ୍ୟରୁ 13 ଜଣଙ୍କୁ ଅପହରଣ କରାଯାଉଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ୨୦୧୭ ଅପରାଧର ତାଲିକା ଏହି ତଥ୍ୟ କହୁଛି ।

ତୁରନ୍ତ ଅଭିଯୋଗର ଶୁଣାଣି କରି ଶିଘ୍ର ଦଣ୍ଡ ବିଧାନ କଲେ ଅପରାଧିଙ୍କ ମଧ୍ୟରେ ଭୟ ରହିବ । ଆଉ ପୋଲିସର ମ୍ୟାନ ପାୱାର ବଢିବା ଦ୍ବାରା ମହିଳା ଅପରାଧ ଉପରେ ରୋକ୍ ଲଗାଯାଇ ପାରନ୍ତା ବୋଲି ପୂର୍ବତନ ଡିଜି କହିଛନ୍ତି । ସେହିପରି ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି, ଓଡିଶା ଶାନ୍ତି ପ୍ରିୟ ରାଜ୍ୟ । ମହିଳାଙ୍କ କ୍ଷେତ୍ରରେ ହେଉଥିବା ଅପରାଧ ରୋକିବାକୁ ସ୍ବତନ୍ତ୍ର ପଦକ୍ଷେପ ନେଉଛି ଓଡିଶା ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ମହିଳାଙ୍କ ପ୍ରତି ଅପରାଧରେ ୩ୟ ସ୍ଥାନରେ ଓଡିଶାBody:ମହିଳାଙ୍କ ପ୍ରତି ଅପରାଧରେ ୩ୟ ସ୍ଥାନରେ ଓଡିଶା

ଓଡିଶାରେ ବଢୁଛି ମହିଳାଙ୍କ ପ୍ରତି ଅପରାଧ।
ଯାହାକି ଦେଶର ଅନ୍ଯରାଜ୍ଯ ତୁଳନାରେ ତୃତିୟ ସ୍ଥାନରେ ରହିଛି ଓଡିଶା।ଏପରିକି ଆସାମ ଓ ତେଲେଙ୍ଗାନା ପରେ ତୃତିୟ ରାଜ୍ଯ ଓଡିଶା ଯେଉଁଠି ପ୍ରତି ଏକ ଲକ୍ଷ ମହିଳାଙ୍କ ମଧ୍ଯରୁ ୯୪.୫ଜଣଙ୍କ କ୍ଷେତ୍ରରେ ଅପରାଧ ଘଟୁଛି। ଓଡିଶାରେ ୨୦୧୫ରେ ୧୭୨୦୦ ଜଣ
୨୦୧୬ରେ ୧୭୮୩୭ଜଣ,୨୦୧୭ରେ ୨୦୦୯୮ଜଣ କ୍ଷେତ୍ରରେ ଅପରାଧ ଘଟିଛି। ଯାହାକି ଦେଶର ଅପରାଧ ତୁଳନାରେ ୫.୬ ପ୍ରତିଶତ ରହିଛି।ସେହିପରି ଦୁଷ୍କର୍ମ ଶିକାର କ୍ଷେତ୍ରରେ ପଂଚମ ସ୍ତାନରେ ରହିଛି ଓଡିଶା। ଦୁଷ୍କର୍ମ ମାମଲାରେ ୨୦୧୬ରେ ତାହା ୯.୫କ୍ରାଇମରେଟ ଥିବା ବେଳେ ୨୦୧୭ରେ ତାହା ୯.୭କ୍ରାଇମରେଟ ରହିଥିଲା। ଅର୍ଥାତ ୨୦୭୦ ଟି ରେପ କେସ ହୋଇଛି।ଯେଉଁଥିରେ ୭୮୫ଜଣ ମହିଳା ଅଛନ୍ତି,୧୨୮୫ଜଣ ରହିଛନ୍ତି।ଯେଉଁମାନଙ୍କ ମଧ୍ଯରେ ୬୨.୭ ପ୍ରତିଶତ ଯୁବତି ୧୮ରୁ ବର୍ଷରୁ କମ ବା ନାବାଳିକା ଅଟନ୍ତି।ଆଶ୍ଚର୍ଯର ବିଷୟ ଯୌତୁକ ଜନିତ ନିର୍ଯାତନା କ୍ଷେତ୍ରରେ ଓଡିଶା ଦେଶର ୬ଷ୍ଠ ସ୍ଥାନରେ ରହିଛି।ଯେଉଁମାନଙ୍କ ମଧ୍ଯରୁ ୨୫୨୬ ପ୍ରତିଶତ ସ୍ବାମି ଓ ପରିବାରର ନିର୍ଯାତନାର ଶିକାର ହେଉଛନ୍ତି।ସେହିପରି ୨୦୧୭ରେ ୨୭୭୩ଜଣ ଅପହରଣ ହୋଇଥିବା ବେଳେ।ଓଡିଶାର ସ୍ଥାନ ଅପହରଣ କ୍ଷେତ୍ରରେ ୬ନମ୍ବର ରେ ରହିଛି ଅର୍ଥାତ କ୍ରାଇମ ରେଟ ପ୍କିତି ଏକ ଲକ୍ଷ ମହିଳାଙ୍କ ମଧ୍ଯରୁ ୧୩ଜଳ ଅପହରଣ ହେଉଛନ୍ତି।ଯାହାକି ନାସନାଲ କ୍ରାଇମ ରେକର୍ଡ ବ୍ଯୁରୋ ର ୨୦୧୭ ଅପରାଧର ତାଲିକା ର ତଥ୍ଯ କହୁଛି। ଏପରି ସ୍ଥଳେ ଅଭିଯୋଗର ଶୁଣାଣି ବା ତଦନ୍ତ ତ୍ବରାନିତ କରିବା କହିଛନ୍ତି ପୁର୍ବତନ ପୋଲିସ ଡିଜି।ଯାଦ୍ବାରା ଶିଘ୍ର ଦଣ୍ଡବିଧାନ ହେଲେ ଲୋକ ଓ ଅପରାଧିଙ୍କ ଭୟ ରହିବ।ତା ସହିତ ପୋଲିସ ମାନପାୱାର ବଢିଲେ ଏକ ପ୍ରାର ମହିଳା ଅପରାଧ ଜନିତ ସମସ୍ଯା ରୋକାଯାଇପାରିବ।ସେହିପରି ରାଜ୍ଯ ଗୃହ ମନ୍ତ୍ରୀ କହିଛନ୍ତି ଓଡିଶା ଶାନ୍ତି ପ୍ରିୟ ରାଜ୍ଯ।ମହିଳାଙ୍କ କ୍ଷେତ୍ରରେ ହେଉଥିବା ଅପରାଧ ରୋକିବାକୁ ସ୍ବତନ୍ତ୍ର ପଦକ୍ଷେପ ନେଉଛି ଓଡିଶା ପୋଲିସ।ପରି ଭଳି କାର୍ଯକ୍ରମ କରି ଲୋକଙ୍କୁ ସଚେତନ କରାଯାଉଛି।Conclusion:ବାଇଟ-ବିପିନ ବିହାରି ମିଶ୍ର,ପୁର୍ବତନ ପୋଲିସ ଡିଜି
ବାଇଟ-ଦିବ୍ଯଶଙ୍କର ମିଶ୍ର,ରାଜ୍ଯ ଗୃହ ମନ୍ତ୍ରୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.