ଭୁବନେଶ୍ବର: ପ୍ରକାଶ ପାଇଛି ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଅନ୍ଲାଇନ୍ ପରୀକ୍ଷାର ଫଳ । କୃତକାର୍ଯ୍ୟ ହେଲେ 550 ପ୍ରାର୍ଥୀ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା କ୍ରୀଡା ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ 5 ଅକ୍ଟୋବରରେ ହୋଇଥିଲା ଅନ୍ଲାଇନ୍ ପରୀକ୍ଷା ।
ପରୀକ୍ଷାରେ ମୋଟ 550 ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିମଧ୍ୟରୁ ସାଧାରଣ ବର୍ଗର 104, ଏସ୍ଇବିସି ବର୍ଗର 380, ଅନୁସୂଚିତ ଜାତି ବର୍ଗର 48 ଓ ଅନୁସୂଚିତ ଜନଜାତି ବର୍ଗର 18 ପ୍ରାର୍ଥୀ ସାମିଲ ଅଛନ୍ତି । ପ୍ରାର୍ଥୀମାନେ ସେମାନଙ୍କ ପରୀକ୍ଷା ଫଳ ୱେବ୍ସାଇଟ୍ dseodisha.in ରେ ଲଗ୍ଇନ୍ କରି ଦେଖି ପାରିବେ ।
ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ଅକ୍ଟୋବର 29 ତାରିଖରୁ ଆରମ୍ଭ ହେବ । ଏଥିପାଇଁ ସବିଶେଷ ସୂଚନା ଖୁବ୍ ଶୀଘ୍ର ୱେବ୍ସାଇଟ୍ରେ ପ୍ରକାଶ ପାଇବ ବୋଲି କୁହାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ