ETV Bharat / city

ପଞ୍ଚାୟତ ନିର୍ବାଚନ ଇସ୍ତାହାର ଘୋଷଣା କଲା ଆମ୍ ଆଦମୀ ପାର୍ଟି - ଓଡିଶା ପଞ୍ଚାୟତ ନିର୍ବାଚନ ଖବର

ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଇସ୍ତାହାର ଘୋଷଣା କଲା ଆମ୍ ଆଦମୀ ପାର୍ଟି । ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

odisha-panchayat-election
ପଞ୍ଚାୟତ ନିର୍ବାଚନ ଇସ୍ତାହାର ଘୋଷଣା କଲା ଆମ୍ ଆଦମୀ ପାର୍ଟି
author img

By

Published : Jan 29, 2022, 9:56 PM IST

ଭୁବନେଶ୍ବର: ଆମ୍ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ । ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଏକ ଇସ୍ତାହାର ଜାରି କରିଛି ଆମ୍ ଆଦମୀ ପାର୍ଟି । ଏହି ସମ୍ମିଳନୀରେ ପାର୍ଟି ତରଫରୁ ପଞ୍ଚାୟତ ନିର୍ବାଚନ ପାଇଁ ଏକ ଇସ୍ତାହାର ଜାରି ହୋଇଛି । ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର ଘୋଷଣା କରିଛନ୍ତି ।

ପଞ୍ଚାୟତ ନିର୍ବାଚନ ଇସ୍ତାହାର ଘୋଷଣା କଲା ଆମ୍ ଆଦମୀ ପାର୍ଟି

ଆପ୍ ଜିତିଲେ ପଞ୍ଚାୟତ ସ୍ତରରେ ଗ୍ରାମ୍ୟ ଗଣତନ୍ତ୍ର ସୁଦୃଢ ଓ ପାରଦର୍ଶି କରିବା ପାଇଁ ନିୟମିତ ପଞ୍ଚାୟତ ଓ ଗ୍ରାମସଭା ବୈଠକ ବସାଇବେ । ଗାଁ ହସ୍ପିଟାଲ ଓ ସ୍କୁଲ ପରିଚାଳନାରେ ପଞ୍ଚାୟତର ଭାଗିଦାରୀ ବଢାଇବେ । ପଞ୍ଚାୟତ ପାଣ୍ଠିରୁ ଯୋଗ୍ୟ ହିତାଧିକାରୀଙ୍କୁ ୨୫୦୦ ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ଦିଆଯିବ । ଆବାସ ଯୋଜନାରେ ହିତାଧିକାରୀ ଚୟନ ପ୍ରକିୟା ଗ୍ରାମସଭାରେ ହୋଇ ଏହାକୁ ପାରଦର୍ଶି କରାଯିବ । କୃଷକଙ୍କ ପାଇଁ ମଣ୍ଡି ବ୍ୟତୀତ ସେଡ୍ ମଧ୍ୟ ତିଆରି କରାଯିବ । ବୁଣାକାର ଓ ମତ୍ସ୍ୟଜୀବୀଙ୍କ ପାଇଁ ପଞ୍ଚାୟତ ସ୍ତରରେ ଆବଶ୍ୟକ ଯୋଜନା ପ୍ରସ୍ତୁତ ହେବ ଏବଂ ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ସୁନିଶ୍ଚିତ କରାଯିବ । ଜମି ଅଧିଗ୍ରହଣ ପୂର୍ବରୁ ପାରଦର୍ଶିତାର ସହ ଗ୍ରାମସଭା ବୈଠକର ମଞ୍ଜୁରୀ ନିଆଯିବ । ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ଠିକାଦାରକୁ ପ୍ରାପ୍ୟ ଦେବା ପୁର୍ବରୁ ନିର୍ମାଣର ଗୁଣବତ୍ତା ପାଇଁ ଗ୍ରାମସଭାର ଅନୁମୋଦନ ନିଆଯିବ ଏବଂ ଏହା ଦ୍ବାରା କୁଖ୍ୟାତ ପିସି ବ୍ୟବସ୍ଥାର ଦୁରିକରଣ କରାଯିବ । ଆମ୍ ଆଦମୀ ପାର୍ଟିର ବିଜୁଳି, ଶିକ୍ଷା, ରୋଜଗାର, ସ୍ବାସ୍ଥ୍ୟ ଓ ପିଇବା ପାଣିର ରାଜନୀତି ସାରା ଦେଶରେ ଆଦୃତ ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏହି ରାଜନୀତିକୁ ବଳ ଦେବା ପାଇଁ ପାର୍ଟି ତରଫରୁ ଭୋଟରମାନଙ୍କୁ ନିବେଦନ କରାଯାଇଛି ।

ଏହା ସହ ରାଜ୍ୟ ନିର୍ବାଚନ କମିଶନଙ୍କ ତରବରିଆ ଓ ଭ୍ରମାତ୍ମକ ସୂଚନା ଅନୁଯାୟୀ କେତେକ ଓଡ଼ିଶା ମିଡିଆରେ ପ୍ରକାଶ ପାଇଛି ଯେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାର୍ଟି ତରଫରୁ ୩୨ ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେମାନେ ତାଙ୍କର ତୃଟି ସ୍ବୀକାର କରିବା ସହିତ ଅନ୍ତିମ ସୂଚିରେ ଏହାକୁ ସଂଶୋଧନ କରାଯିବ ବୋଲି ଆଶ୍ଵାସନା ଦେଇଛନ୍ତି । ପ୍ରକୃତରେ ୧୪୧ ଜଣ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ପ୍ରତିଦ୍ୱନ୍ଦିତା କରିଛନ୍ତି ଏବଂ ସେହି ପ୍ରାର୍ଥୀ ମାନଙ୍କର ଏକ ସୂଚି ସେ ଜାରି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.