ETV Bharat / city

କୋରୋନା କାଳରେ ମନ ମୋହୁଛି ପଟ୍ଟଚିତ୍ର ମାସ୍କ, ସ୍ବାବଲମ୍ବୀ ହେଉଛନ୍ତି ମହିଳା - କୋରୋନା କାଳ

ଲକଡାଉନ ସମୟରେ ରୋଜଗାର ଦେଉଛି ପଟ୍ଟଚିତ୍ର ମାସ୍କ । ରୋଜଗାରକ୍ଷମ କରୁଛି ରଙ୍ଗ ତୂଳୀ । ଅଧିକ ଖବର ପଢନ୍ତୁ...

କୋରୋନା କାଳରେ ମନ ମୋହୁଛି ପଟ୍ଟଚିତ୍ର ମାସ୍କ
କୋରୋନା କାଳରେ ମନ ମୋହୁଛି ପଟ୍ଟଚିତ୍ର ମାସ୍କ
author img

By

Published : Aug 15, 2020, 6:22 PM IST

ଭୁବନେଶ୍ବର: ଲକଡାଉନ ସମୟରେ ରୋଜଗାର ଦେଉଛି ପଟ୍ଟଚିତ୍ର ମାସ୍କ। ରୋଜଗାରକ୍ଷମ କରୁଛି ରଙ୍ଗ ତୂଳୀ । ପଟ୍ଟଚିତ୍ର କଳାରେ ସ୍ବାବଲମ୍ବୀ ହେଉଛନ୍ତି ମହିଳା ଓ ଯୁବତୀ । ଲକଡାଉନ ସମୟରେ ସବୁଠି ଆର୍ଥିକ ସମସ୍ୟା ଲାଗିରହିଛି । ଏହି ସମୟରେ ପଟ୍ଟଚିତ୍ର ମାସ୍କ ତିଆରି କରି ଓଲ୍ଡ ଟାଉନ ଅଞ୍ଚଳରେ କିଛି ମହିଳା ଓ କଲେଜ ପଢୁଆ ଝିଅମାନେ ଦି ପାଇସା ରୋଜଗାର କରିପାରୁଛନ୍ତି । ମାସ୍କରେ ପଟ୍ଟଚିତ୍ର କରି ସେମାନେ ରୋଜଗାର କ୍ଷମ ହୋଇପାରୁଛନ୍ତି । ଗରିବ ପରିବାରର ମହିଳା ଓ ଯୁବତୀମାନେ ଏଠାରେ କାମ କରୁଛନ୍ତି । ଓଲଡ ଟାଉନରେ ରହିଛି ସୁଚିତ୍ରା କ୍ରାଫ୍ଟ ସଂସ୍ଥା । ଯେଉଁଠି ଭଳିକି ଭଳି ହାତ ତିଆରି ରଙ୍ଗ ତୂଳୀରେ ଚିତ୍ର କରାଯାଉଛି ।

କୋରୋନା କାଳରେ ମନ ମୋହୁଛି ପଟ୍ଟଚିତ୍ର ମାସ୍କ, ସ୍ବାବଲମ୍ବୀ ହେଉଛନ୍ତି ମହିଳା

ସାଧାରଣ ମାସ୍କ ପ୍ରସ୍ତୁତି ନକରି ପଟ୍ଟଚିତ୍ର ମାସ୍କ ବନାଉଛନ୍ତି । ଯାହା ଅଧିକ ଆକର୍ଷଣୀୟ ହେବା ସହ ଯୁବପୀଢ଼ିଙ୍କୁ ଆକୃଷ୍ଟ କରୁଛି। ଏଠାରେ ପାଖାପାଖି 35 ଜଣ କାମ କରୁଛନ୍ତି । ଏଠାରେ ଦୈନିକ ଭାବରେ 50ରୁ 60 ଟି ମାସ୍କ ବନାଉଛନ୍ତି । ଉଭୟ ମହିଳା ଓ କଲେଜ ପଢୁଆ ଝିଅମାନେ ମଧ୍ୟ ଏହି କାମରେ ରୋଜଗାରକ୍ଷମ ହୋଇପାରୁଛନ୍ତି । ପଟ୍ଟଚିତ୍ର କାରିଗର କୁହନ୍ତି ଯେ, ପରିବାରରେ ଅନେକ ଦୁଃଖ କଷ୍ଟ ରହିଛି । ରୋଜଗାର କରିବା ନିଜ ଗୋଡରେ ନିଜେ ଛିଡା ହେବା ପ୍ରତିଶୃତି ବଦ୍ଧ ହୋଇ ମହିଳାମାନେ କାମ କରୁଛନ୍ତି । ଲକଡାଉନରେ ସେମାନଙ୍କର ପରିବାର ଚଳିପାରୁଛି । ଏମାନେ ବିଭିନ୍ନ ସମୟରେ ଭାଗ ଭାଗ ହୋଇ କାମ କରିଥାନ୍ତି। ଯେଉଁ ମାନଙ୍କୁ ଟେଲରିଂ ଆସୁଛି ସେମାନେ ଟେଲରିଂ କରିବେ । ଅନ୍ୟମାନେ ମାସ୍କ ରେ ରଙ୍ଗ ମାରିବା ସହ ବିଭିନ୍ନ ପ୍ରକାରର ଚିତ୍ର କରି ରଙ୍ଗ ଦେଉଛନ୍ତି ।

ଦେଖିବାକୁ ଯେମିତି ସୁନ୍ଦର ସେମିତି କାମ ବି ସୁନ୍ଦର ରହିଛି । ନୂଆ କରି ଆସୁଥିବା ମହିଳା ବା ଯୁବତୀ ମାନଙ୍କୁ ଶିଖାଇବା ପାଇଁ ମଧ୍ୟ ସୁଯୋଗ ଦିଆଯାଉଛି । ଯେହେତୁ ଲକଡାଉନ ରହୁଛି ସେଥିପାଇଁ ଏହାର ମାଲିକ ଅନ୍ୟ ସ୍ଥାନରେ ଭଡା ଘରେ କର୍ମଚାରୀଙ୍କୁ ଟ୍ରେନିଂ ଦେଉଥିବା କୁହନ୍ତି କାରିଗର ।

ଏହାକୁ ନେଇ ମାଲିକ ସୁଚିତ୍ରା ଦାସ କୁହନ୍ତି ଯେ, ଲକଡାଉନ ସମୟରେ ଅନେକ ମହିଳା ଘରେ ରହି ମାନସିକ ଭାବରେ ନିର୍ଯାତନା ସହୁଛନ୍ତି । ପରିବାର ଭିତରେ ଅଶାନ୍ତି ଦେଖାଦେଉଛି । କଲେଜ ପଢୁଆ ଝିଅ ମାନେ ରୋଜଗାର କ୍ଷମ ହେବେ ବୋଲି ଏଠାରେ କାମ କରୁଛନ୍ତି । ସମସ୍ତଙ୍କୁ ପ୍ରତି ମାସ ରେ ଦରମା ଦିଆଯାଉଛି । ଆଗାମୀ ଦିନରେ ଯଦି ଏଭଳି ଅଧିକରୁ ଅଧିକ ମହିଳା ଓ ଯୁବତୀଙ୍କୁ କର୍ମନିଯୁକ୍ତି ମିଳିପାରିବ ବୋଲି କୁହନ୍ତି । ଏଠାରେ ସାଧାରଣ ଭାବରେ ହ୍ୟାଣ୍ଡଲୁମ ଶାଢ଼ୀରେ ପଟ୍ଟଚିତ୍ର କରି ବିକ୍ରି କରାଯାଇଥାଏ ।

ଏହିଠାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଟ୍ଟଚିତ୍ର ମାସ୍କ ପଠାଯାଉଛି । ବିଦେଶରେ ପଟ୍ଟଚିତ୍ର ମାସ୍କର ଅଧିକ ଲୋକପ୍ରିୟତା ରହିଥିବା ବେଳେ ଅଧିକରୁ ଅଧିକ କିଭଳି ଓଡ଼ିଶାର ସଂସ୍କୃତି କଳାକୁ ବିଶ୍ଵଦରବାରରେ ପହଞ୍ଚାଇବା ନେଇ ଏକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ଓଡିଶୀ ଡ୍ୟାନ୍ସର ସାଶ୍ବତ ଯୋଶୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.