ETV Bharat / city

କୋଭିଡ-୧୯ ୱାନ ଡେ କ୍ରିକେଟ୍ ମ୍ୟାଚ୍ ନୁହେଁ, ଏହା ଦୀର୍ଘଦିନର ଯୁଦ୍ଧ

author img

By

Published : Apr 9, 2020, 6:14 PM IST

Updated : Apr 9, 2020, 6:26 PM IST

କୋରୋନା ଯୁଦ୍ଧ ୱାନଡେ କ୍ରିକେଟମ୍ୟାଚ୍‌ ନୁହେଁ, ଏହା ଦୀର୍ଘଦିନର ଯୁଦ୍ଧ । ଆଜି ଏପରି କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ । ଅଧିକ ପଢନ୍ତୁ...

odisha official corona update
କୋଭିଡ-୧୯ ୱାନ ଡେ କ୍ରିକେଟ୍ ମ୍ୟାଚ୍ ନୁହେଁ, ଏହା ଦୀର୍ଘଦିନର ଯୁଦ୍ଧ

ଭୁବନେଶ୍ବର: ମହାଭାରତ ଯୁଦ୍ଧ 18 ଦିନ ଚାଲିଥିଲା। 1965ରେ ଭାରତ-ପାକିସ୍ତାନ ଯୁଦ୍ଧ ମାସେ ଚାଲିଥିଲା। କୋରୋନାକୁ ନେଇ ଓଡିଶାରେ ମାର୍ଚ୍ଚ 15ରୁ ଯୁଦ୍ଧ ଘୋଷଣା କରାଯାଇଛି । ଆଉ ଏହା ୱାନଡେ କ୍ରିକେଟମ୍ୟାଚ୍‌ ନୁହେଁ, ଦୀର୍ଘଦିନର ଯୁଦ୍ଧ । ଆଜି ଏଭଳି କିଛି କଥା କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

କୋରୋନାକୁ ନେଇ ହେଉଥିବା ଆଜିର ସାମ୍ବାଦିକ ସମ୍ମିଳନୀରେ ସେ ଏପରି କହିବା ସହ ଏହାକୁ ସମସ୍ତଙ୍କୁ ସାମନା କରିବାକୁ ପଡିବ ବୋଲି କହିଛନ୍ତି । ଏହାସହ 1971ରେ ଭାରତ-ପାକ୍ ଯୁଦ୍ଧ 14ଦିନ ଚାଲିଥିଲା। ଭାରତ-ଚୀନ ଯୁଦ୍ଧ 34 ଦିନ ହୋଇଥିଲା ମାତ୍ର ଏ କୋରୋନା ବିରୋଧୀ ଯୁଦ୍ଧ ଜାରି ରହିବ । ତେଣୁ ସମସ୍ତେ ଦାୟିତ୍ବବାନ ହେବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ 24 ନମ୍ବର ସ୍ଥାନରେ ଥିବାବେଳେ ଦେଶରେ ଓଡିଶା 16 ନମ୍ବର ସ୍ଥାନରେ ରହିଥିବା ସେ କହିଛନ୍ତି । ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 7ଟି କୋଭିଡ୍‌ 19 ହସ୍ପିଟାଲ ଖୋଲାଯାଇଛି । ଯେଉଁଥିରେ 1597ଟି ବେଡ୍‌ ରହିଛି । ତେବେ ଏହାକୁ 6ହଜାର ବେଡ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

ତେବେ ଓଡିଶାରେ ସକାଳ 9ଟା ସୁଦ୍ଧା 2841ଟି ନମୂନା ପରୀକ୍ଷା ରିପୋର୍ଟ ଆସିଥିବାବେଳେ ସେଥିରୁ 44 ଟି ପଜେଟିଭ୍‌ ଆସିଛି । ସେଥିମଧ୍ୟରୁ 2 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା 41 ରହିଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 9, 2020, 6:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.