ଭୁବନେଶ୍ବର: ରାଜ୍ୟରେ ରକ୍ତର ଅଭାବ ଦୂର କରିବା ପାଇଁ ମୋ ପରିବାରର ବ୍ୟାପକ କାର୍ଯ୍ୟକ୍ରମ । ଅଗଷ୍ଟ 9 କ୍ରାନ୍ତି ଦିବସରୁ ସ୍ବାଧିନତା ଦିବସ ଯାଏ ସପ୍ତାହବ୍ୟାପୀ 32 ଟି ସାଙ୍ଗଠନିକ ଜିଲ୍ଲାରେ ରକ୍ତ ଦାନ ସଂଗ୍ରହ ଅଭିଯାନ ଆରମ୍ଭ ହେବ। । ଏନେଇ ସାମ୍ବାଦିକ ସମ୍ମିଳନୀରେ ମୋ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ପକ୍ଷରୁ ଏକ ସ୍ଵତନ୍ତ୍ର ଅଭିଯାନରେ ବିଭିନ୍ନ ସ୍ଥାନରେ ରକ୍ତ ଦାନ କ୍ୟାମ୍ପ କରାଯିବ । କୋରୋନା ସମୟରେ ରକ୍ତ ଦାନ ହାର କମିଥିବା ବେଳେ ଏହା ବେଶ ସହାୟକ ହେବ ।
ବିଶେଷ କରି ରକ୍ତ ଅଭାବରୁ ଥାଲେସେମିଆ ,ସିକିଲ୍ ସେଲ,ହେମୋଫିଲିଆ ରୋଗୀ ମାନେ ବେଶ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡିଶା ମୋ ପରିବାର ପକ୍ଷରୁ ୭ଦିନ ଧରି ରକ୍ତ ଦାନ କାର୍ଯ୍ୟକ୍ରମ କରାଯିବ । ରାଜ୍ୟର ୩୦ଟି ଜିଲ୍ଲାରେ ସ୍ଥାନୀୟ ବିଧାୟକ , ସାଂସଦ ଓ ଜନପ୍ରତିନିଧି ଯୋଗଦେବାକୁ ଅନୁରୋଧ କରାଯାଇଛି । କୋରୋନା ଗାଇଡ ଲାଇନକୁ ମାନି ରକ୍ତ ଦାନ କାର୍ଯ୍ୟକ୍ରମ କରାଯିବ । ଗୋଟିଏ କ୍ୟାମ୍ପ ରେ ୫୦ ୟୁନିଟ ବ୍ଲଡ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ