ETV Bharat / city

ଓଡିଶା ମୋ ପରିବାର ସହାୟତାରେ ନାସିକରୁ ଫେରିଲା ଓଡିଆ ଯୁବକଙ୍କ ମୃତଦେହ

author img

By

Published : Mar 6, 2021, 10:41 PM IST

ଓଡିଶା ମୋ ପରିବାର ସହାୟତାରେ ନାସିକରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ । ଚାକିରୀ ଆଶାରେ ଯାଇଥିବା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ..

Odisha-Mo Parivar Helps Family Get Its Members dead Body From nashik maharashtra
ଓଡିଶା ମୋ ପରିବାର ସହାୟତାରେ ନାସିକରୁ ଫେରିଲା ଯୁବକଙ୍କ ମୃତଦେହ

ଭୁବନେଶ୍ବର : ନାସିକରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ । ଓଡିଶା ମୋ ପରିବାର ସହାୟତାରେ ଫେରିଲା ମୃତଦେହ । ମୃତକ ଜଣଙ୍କ କଟକ ଫୁଲନଖରାର ୨୧ ବର୍ଷୀୟ ବିଶ୍ବଜିତ ମହାନ୍ତି ।

Odisha-Mo Parivar Helps Family Get Its Members dead Body From nashik maharashtra
ଓଡିଶା-ମୋ ପରିବାର ସହାୟତାରେ ନାସିକରୁ ଫେରିଲା ଯୁବକଙ୍କ ମୃତଦେହ

ବିଶ୍ବଜିତ ମହାନ୍ତି ନାସିକର ଏକ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇଥିଲେ । ଗତ ଫେବୃଆରୀ ୨୮ରେ ୭ ଜଣ ବନ୍ଧୁଙ୍କ ସହିତ ନାସିକର ସିନର୍ ସହରକୁ ଯାଇଥିଲେ ବିଶ୍ୱଜିତ । ଗତ ମାର୍ଚ୍ଚ ୨ ରେ ତାଙ୍କର ଜବ ରିପୋର୍ଟିଂ ଥିଲା । ଇଣ୍ଟରଭ୍ୟୁ କୁହାଯାଇଥିବା ପ୍ୟାକେଜରୁ କମ ଅର୍ଥରାଶି ମିଳିବ ବୋଲି ବିଶ୍ୱଜିତ ସେଠାରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ । ତେଣୁ ମାର୍ଚ୍ଚ ୪ ସୁଦ୍ଧା ସେ ଓଡ଼ିଶା ଫେରି ଆସିବାକୁ ନିଷ୍ପତି ନେଇଥିଲେ ।

ଏ ନେଇ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । କିନ୍ତୁ ହଠାତ ବିଶ୍ୱଜିତଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଅର୍ଥାଭାବରୁ ପୁଅର ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଆଣିବା ଲାଗି ପରିବାର ଲୋକ ଅକ୍ଷମ ଥିଲେ । ତେଣୁ ପରିବାର ଲୋକ ଓଡ଼ିଶା - ମୋ ପରିବାରର ସହାୟତା ଲୋଡିଥିଲେ । ଏ ବାବଦରେ ଅବଗତ ହେବା ପରେ ପରିବାର ଲୋକଙ୍କୁ ସହଯୋଗର ହାତ ବଢ଼ାଇଥିଲେ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ।

ରୁଦ୍ର ସଙ୍ଗେ ସଙ୍ଗେ ବିଶ୍ୱଜିତଙ୍କ ମୃତ ଶରୀର ଆଣିବା ଲାଗି ବ୍ୟବସ୍ଥା କରିଥିଲେ । ପାର୍ଥିବ ଶରୀର ଓଡ଼ିଶା ଫେରିବା ପରେ ଓଡ଼ିଶା - ମୋ ପରିବାର ପକ୍ଷରୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଷ୍ଟାଲିନ ପରିଜା ଅନ୍ତିମ କ୍ରିୟା ସମ୍ପନ୍ନରେ ସହାୟତା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆବଶ୍ୟକ ସମୟରେ ସାହାଯ୍ୟ କରିଥିବାରୁ ଶୋକସନ୍ତପ ପରିବାରବର୍ଗ ଓଡ଼ିଶା - ମୋ ପରିବାରକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.