ETV Bharat / city

ଗରିବ ପରିବାରକୁ ସାହାଯ୍ୟ କଲା 'ଓଡିଶା ମୋ ପରିବାର' - odisha mo parivaar

ଅସହାୟଙ୍କୁ ସହାୟତାର ହାତ ବଢାଇଲା 'ଓଡିଶା ମୋ ପରିବାର' । ଆର୍ଥିକ ଅସ୍ବଚ୍ଛଳତା ଯୋଗୁଁ ହସ୍ପିଟାଲରୁ ଘରକୁ ଝିଅର ମୃତଦେହ ନେବାକୁ ଅକ୍ଷମ ହେଉଥିବା ଜଣେ ବ୍ୟକ୍ତିଙ୍କୁ ମାଗଣା ଆମ୍ବୁଲାନ୍ସ ସହ ଆର୍ଥିକ ସହାୟତା ଯୋଗାଇଲା ସଙ୍ଗଠନ । ଅଧିକ ପଢନ୍ତୁ...

ଗରିବ ପରିବାରକୁ ସାହାଯ୍ୟ କଲା 'ଓଡିଶା ମୋ ପରିବାର'

author img

By

Published : Oct 24, 2021, 8:46 AM IST

ଭୁବନେଶ୍ବର: ଅସହାୟଙ୍କୁ ସହାୟତାର ହାତ ବଢାଇଲା 'ଓଡିଶା ମୋ ପରିବାର' । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ତଳଦପା ଗ୍ରାମର ଉତ୍ତମ ମଲ୍ଲିକଙ୍କ ଦେଢ ବର୍ଷର ଝିଅର ନିମୋନିଆରେ ମୃତ୍ୟୁ ହୋଇଥିଲା । ଭୁବନେଶ୍ୱରରେ ଚିକିତ୍ସିତ ହେବାକୁ ଆସିଥିବା ଶିଶୁର ମୃତଦେହକୁ ଘରକୁ ନେବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଗରୀବ ଉତ୍ତମ । ଯାହାର ଖବର ପାଇ ତାଙ୍କୁ ସାହାଯ୍ୟ ଯୋଗାଇଛି 'ଓଡିଶା ମୋ ପରିବାର' ।

ସୂଚନା ଅନୁସାରେ, ଉତ୍ତମ ମଲ୍ଲିକଙ୍କ ଝିଅ ନିମୋନିଆରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ପ୍ରଥମେ ତାଙ୍କୁ ଭଦ୍ରକ ମେଡିକାଲ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା । ଆଇସିୟୁ ନ ମିଳିବାରୁ ପରିବାର ଲୋକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଆଣିବା ବେଳେ ବାଟରେ ପ୍ରାଣତ୍ୟାଗ କରିଥିଲେ ଶିଶୁ କନ୍ୟା ।

ଗରିବ ପରିବାରକୁ ସାହାଯ୍ୟ କଲା 'ଓଡିଶା ମୋ ପରିବାର'

ହସ୍ପିଟାଲରେ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆର୍ଥିକ ସମସ୍ୟା ଥିବାରୁ ପରିବାର ଲୋକ ଏନେଇ ଓଡିଶା ମୋ ପରିବାରର ସହିତ ଯୋଗାଯୋଗ କରିଥିଲେ । ଓଡିଶା ମୋ ପରିବାରର ସିଇଓ ଆଦିତ୍ୟ ଦାସ ତୁରନ୍ତ ହସ୍ପିଟାଲରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତ୍ବନା ଦେବା ସହ ମାଗଣା ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । ଏଥିସହ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇଛନ୍ତି ।

ଏନେଇ ଆଦିତ୍ୟ କହିଛନ୍ତି ଯେ, ସାଢେ ୪ କୋଟି ହେଉଛନ୍ତି ଆମର ପରିବାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାର କେହି ବି ଦୁଃଖରେ ଥିଲା ତାର ସହଯୋଗ ଏବଂ ସହାୟତା ଆମର ପ୍ରାଥମିକ ଦାୟିତ୍ଵ । କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ସହାୟତା ଯୋଗାଇ ଦେଉଛୁ । ଆଗକୁ ମଧ୍ୟ ଏହି କାର୍ଯ୍ୟ ଜାରି ରଖିବୁ । ସମାଜର ଅବହେଳିତ ଅସହାୟ ଲୋକଙ୍କ ପାଖରେ ପହଞ୍ଚିବା ଓଡିଶା ମୋ ପରିବାରର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସଂଗଠନ ଗଠିତ ହୋଇଛି । ବିଦେଶରେ ହେଉ ଅବା ଦେଶରେ ଯେଉଁଠି ଓଡ଼ିଆ ହଇରାଣ ହେଉଛନ୍ତି ସେମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଏ ଓଡ଼ିଶା ମୋ ପରିବାର । ରାଜ୍ୟ ଭିତରେ ରକ୍ତଦାନଠୁ ଆରମ୍ଭ କରି ମୃତଦେହକୁ ସମ୍ମାନ ଦେବାରେ ବଡ ମହତ୍ତ୍ୱପୂର୍ଣ୍ଣ କାମ କରିଥାଏ ଏହି ସଙ୍ଗଠନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.