ETV Bharat / city

ଓଡିଶା ଖଣି ନିଗମକୁ ଜାତୀୟ ପୁରସ୍କାର

author img

By

Published : Sep 22, 2019, 11:41 AM IST

Updated : Sep 22, 2019, 12:20 PM IST

ସାମାଜିକ ଦାୟିତ୍ବକୁ ବ୍ରତ ଭାବେ ଗ୍ରହଣ କରିଛି ଓଡଶା ଖଣି ନିଗମ । ଶିକ୍ଷା ଠାରୁ ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ନିଜର ଅସ୍ଥିତ୍ବ ଜାହିର କରିଛି ନିଗମ । ଯେଉଁଥିପାଇଁ ହାସଲ କରିଛି ଜାତୀୟ ପୁରସ୍କାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଓଡିଶା ଖଣି ନିଗମକୁ ମିଳିଲା ଜାତୀୟ ପୁରସ୍କାର । ଚଳିତ ସପ୍ତାହରେ ବେଙ୍ଗାଲୁରୁ ଠାରେ 18 ତମ ଏସିଆ ମହାଦେଶୀୟ ମାନବ ସମ୍ବଳ କଂଗ୍ରେସ ଏବଂ ଜି ଜାତୀୟ ବ୍ୟବସାୟିକ ସିଏସଆର ଲିଡରଶିପ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଛି ଓଡିଶା ଖଣି ନିଗମ । ସାମାଜିକ ଦାୟିତ୍ବବୋଧତା, ନାଗରିକ ଶିଳ୍ପାନୁଷ୍ଠାନ, ରାଜ୍ୟର ଅନଗ୍ରସର ଏବଂ ପଛୁଆ ବର୍ଗର ଲୋକମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏହି ସମ୍ମାନ ପାଇଛି ଖଣି ନିଗମ ।

ରାଜ୍ୟର ଏହି ସ୍ଵର୍ଣ୍ଣ ତୁଲ୍ୟ ଶିଳ୍ପାନୁଷ୍ଠାନ ବିଭିନ୍ନ ସ୍ତରର ପଛୁଆବର୍ଗ ଲୋକମାନଙ୍କର ଅର୍ଥନୈତିକ ଓ ସାମାଜିକ ବିକାଶରେ ସହାୟକ ହୋଇପାରିଛି । ଜାତୀୟ ସ୍ତରରେ ଅତ୍ୟନ୍ତ ଦ୍ରୁତତମ ଅଗ୍ରଗଣ୍ୟ ଅନୁଷ୍ଠାନ ହେବାରେ ଗୌରବ ମଧ୍ୟ ଲାଭ କରିଛି । ସାମୁଦ୍ରିକ ଝଡ ଫନି ସମୟରେ ପୀଡିତ ପରିବାରଙ୍କୁ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦୦ କୋଟି ଟଙ୍କା ପ୍ରଦାନ କରିଛି ଖଣି ନିଗମ ।

ଓଡିଶା ଖଣି ନିଗମ ରାଜ୍ୟରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି । ଆଦର୍ଶ ବିଦ୍ୟାଳୟର ବିକାଶ, ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ, ଓଏମସି ସୁପର କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟସେବା, ଗ୍ରାମ୍ୟ ଉନ୍ନୟନ ନେଇ ସର୍ବନିମ୍ନ ଆବଶ୍ୟକତା ପୂରଣ,ବାହାରେ ମଳତ୍ୟାଗ ମୁକ୍ତ ପରିବେଶ, ଖଣି ଅଞ୍ଚଳରେ ପରିବେଶ ସ୍ବୀକୃତି, କ୍ରୀଡ଼ାରେ ଉନ୍ନତି କରଣ, ପ୍ରଚାର ପ୍ରସାର ଭଳି ଅନେକ କାର୍ଯ୍ୟ ଓଏମସି ନିର୍ବାହ କରୁଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଓଡିଶା ଖଣି ନିଗମକୁ ଜାତୀୟ ପୁରସ୍କାର।Body: ଓଡିଶା ଖଣି ନିଗମକୁ ମିଳିଲା ଜାତୀୟ ପୁରସ୍କାର।ଚଳିତ ସପ୍ତାହରେ ବେଙ୍ଗାଲୁରୁ ଠାରେ ରାଜ୍ୟରେ ଓଡିଶା ଖଣି ନିଗମ ଏକ ଆଗଧାଡ଼ିର ସାମାଜି୧୮ ତମ ଏସିଆ ମହାଦେଶୀୟ ମାନବ ସମ୍ବଳ କଂଗ୍ରେସ ଏବଂ zee ଜାତୀୟ ବ୍ୟବସାୟିକ ସିଏସଆର ଲିଡରଶିପ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।ସାମାଜିକ ଦାୟିତ୍ୱବୋଧ ତା ନାଗରିକ ଶିଳ୍ପାନୁଷ୍ଠାନ ,ଯାହା ରାଜ୍ୟର ଅନଗ୍ରସର ଏବଂ ପଛୁଆ ବର୍ଗର ଲୋକମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ରାଜ୍ୟର ଏହି ସ୍ଵର୍ଣ ତୁଲ୍ୟ ଶିଳ୍ପାନୁଷ୍ଠାନ ବିଭିନ୍ନ ସ୍ତରର ପଛୁଆବର୍ଗ ଲୋକମାନଙ୍କର ଅର୍ଥନୈତିକ ଓ ସାମାଜିକ ଦ୍ରୁତତମ ବିକାଶରେ ସହାୟକ ହୋଇପାରିଛି।ଜାତୀୟ ସ୍ତରରେ ଅତ୍ୟନ୍ତ ଦ୍ରୁତତମ ଅଗ୍ରଗଣ୍ୟ ଅନୁଷ୍ଠାନ ହେବାରେ ଗୌରବ ମଧ୍ୟ ଲାଭ କରିଛି।

ଓଡିଶା ଖଣି ନିଗମ ରାଜ୍ୟରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରିଛି।ଆଦର୍ଶ ବିଦ୍ୟାଳୟ ର ବିକାଶ,ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ, ଓଏମସି ସୁପର କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟସେବା, ଗ୍ରାମ୍ୟ ଉନ୍ନୟନ ନେଇ ସର୍ବନିମ୍ନ ଆବଶ୍ୟକତା ପୂରଣ,ବାହାରେ ମଳତ୍ୟାଗ ମୁକ୍ତ ପରିବେଶ,ଖଣି ଅଞ୍ଚଳରେ ପରିବେଶ ସ୍ୱୀକୃତି, କ୍ରୀଡ଼ାରେ ଉନ୍ନତି କରଣ,ପ୍ରଚାର ପ୍ରସାର ଭଳି ଅନେକ କାର୍ଯ୍ୟ ଓଏମସି ନିର୍ବାହ କରୁଛି।

ସାମୁଦ୍ରିକ ଝଡ ଫାନି ସମୟରେ ପୀଡିତ ପରିବାରଙ୍କୁ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠକୁ ୧୦୦ କୋଟି ଟଙ୍କା ଦାନ କରିଛି ଓଡିଶା ଖଣି ନିଗମ।Conclusion:
Last Updated : Sep 22, 2019, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.