ଭୁବନେଶ୍ବର: ଆସନ୍ତା 3 ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରଜପାତ ସହ ବର୍ଷା ସମ୍ଭାବନା । ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ । ସୋମବାର ସମୁଦ୍ରପତ୍ତନରେ ଥିବା ନିମ୍ନ ଚାପରେଖା ଆଜି(ମଙ୍ଗଳବାର) ପୂର୍ବ-ଉତ୍ତର ପ୍ରଦେଶରୁ ବିହାର ଏବଂ ସବ୍ ହିମାଳୟ-ପଶ୍ଚିମବଙ୍ଗ ମଧ୍ୟ ଦେଇ ଉତ୍ତର-ପୂର୍ବ ଆସାମ ଯାଏଁ ଲମ୍ବିଛି । ଯାହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଇଛି ।
ଆସନ୍ତା 24 ଘଣ୍ଟା ମଧ୍ୟରେ 10ଟି ଜିଲ୍ଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ ଏବଂ ରାୟଗଡାଠାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲା ନିମାପଡାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ସୋନପୁରରେ ୩୭.୩ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ