ETV Bharat / city

ମନ୍ଦିର ଖୋଲିବାକୁ ଦାବି ଜଣାଇଲା ଓଡିଶା ମନ୍ଦିର ସେବାୟତ ସଙ୍ଘ - ମନ୍ଦିର ଖୋଲିବାକୁ ଦାବି ଜଣାଇଲା ଓଡିଶା ମନ୍ଦିର ସେବାୟତ ସଙ୍ଘ

ଓଡିଶାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ଦେବୋତ୍ତର କମିଶନଙ୍କୁ ସ୍ମାରକପତ୍ର ଦିଆଯାଇଛି ।

odisha  mandir sevayat Association
ମନ୍ଦିର ଖୋଲିବାକୁ ଦାବି ଜଣାଇଲା ଓଡିଶା ମନ୍ଦିର ସେବାୟତ ସଙ୍ଘ
author img

By

Published : Aug 12, 2020, 10:50 PM IST

ଭୁବନେଶ୍ବର: ଦେଶରେ ତଥା ରାଜ୍ୟରେ କୋରୋନା କଟକଣା ଯୋଗୁଁ ସର୍ବସାଧାରଣ ଏକତ୍ରିତ ହେଉଥିବା ସ୍ଥାନ ଓ ଧାର୍ମିକ ଅନୁଷ୍ଠାନ ମାନ ବନ୍ଦ ରଖିବାକୁ ନିର୍ଦେଶ ଥିଲେ । ଇତି ମଧ୍ୟରେ କେନ୍ଦ୍ର ସରକାର କଟକଣା ମଧ୍ୟରେ ମନ୍ଦିର ଓ ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ନିର୍ଦେଶ ଦେଇଥିବା ବେଳେ ଏପର୍ଯ୍ୟନ୍ତ ଓଡ଼ିଶାରେ ତାହା କାର୍ଯ୍ୟକାରୀ କରାଯାଇନାହିଁ । ଦୀର୍ଘ 4 ମାସ ରୁ ଉର୍ଦ୍ଧ୍ବ ସମୟ ଧରି ମନ୍ଦିର ମାନ ବନ୍ଦ ରହିବାରୁ ମନ୍ଦିରରେ ପୂଜା କାର୍ଯ୍ୟ ଆଦି କରି ନିଜର ଜୀବନ ଜୀବିକା ନିର୍ବାହ କରୁଥିବା ସେବାୟତମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମନ୍ଦିର ଖୋଲିବାକୁ ଦାବି ଜଣାଇଲା ଓଡିଶା ମନ୍ଦିର ସେବାୟତ ସଙ୍ଘ

ମନ୍ଦିରକୁ ଶ୍ରଦ୍ଧାଳୁମାନଙ୍କ ଆସିବା ବନ୍ଦ ଥିବାରୁ ସେମାନଙ୍କ ଉପାର୍ଜନର ପନ୍ଥା ମଧ୍ୟ ବନ୍ଦ ହୋଇ ଯାଇଛି । ତେଣୁ ସେମାନେ ବର୍ତ୍ତମାନ ବହୁ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଥିବାବେଳେ ସରକାର ଯଥାଶୀଘ୍ର ହାଇକୋର୍ଟଙ୍କ ଗାଇଡ଼ଲାଇନ ଅନୁଯାୟୀ ମନ୍ଦିର ଖୋଲିବାକୁ ଓଡିଶା ମନ୍ଦିର ସେବାୟତ ସଙ୍ଘ ପକ୍ଷରୁ ଦାବି କରାଯାଇଛି । ବୁଧବାର ଏନେଇ ଏକ ସ୍ମାରକପତ୍ର ଦେବୋତ୍ତର କମିଶନଙ୍କ ନିକଟରେ ଦାଖଲ କରିବା ସହ ଯଦି ମନ୍ଦିର ନ ଖୋଲାଯିବ ତେବେ ରାଜ୍ୟରେ ଥିବା ମନ୍ଦିରମାନଙ୍କରେ କାର୍ଯ୍ୟରତ ସେବାୟତମାନଙ୍କୁ ମାସିକ 15 ହଜାର ଟଙ୍କା ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.