ETV Bharat / city

ଅରୁଆ-ଉଷୁନା କଳି, ଚାଷୀ ପଡୁଛି ବଳି: ଅମୀୟ ପଟ୍ଟନାୟ

author img

By

Published : Feb 6, 2022, 4:41 PM IST

ଧାନକିଣାରେ ରାଜ୍ୟ ସରକାରଙ୍କ ଚରମ ଅବହେଳା ଆଦି ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଲା କିଷାନ କଂଗ୍ରେସ । ଅଧିକ ପଢନ୍ତୁ

ଅରୁଆ-ଉଷୁନା କଳି, ଚାଷୀ ପଡୁଛି ବଳି: ଅମୀୟ ପଟ୍ଟନାୟ
ଅରୁଆ-ଉଷୁନା କଳି, ଚାଷୀ ପଡୁଛି ବଳି: ଅମୀୟ ପଟ୍ଟନାୟ

ଭୁବନେଶ୍ବର: ଅରୁଆ-ଉଷୁନା କଳି, ଚାଷୀ ପଡୁଛି ବଳି । ଧାନକିଣାରେ ରାଜ୍ୟ ସରକାରଙ୍କ ଚରମ ଅବହେଳା ଆଦି ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛି କିଷାନ କଂଗ୍ରେସ । ଆଜି(ରବିବାର) କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ଚାଷୀଙ୍କ ପ୍ରତି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ କରିଛନ୍ତି । ଜନତା ନିର୍ବାଚନରେ ଏହାର କଡା ଜବାବ ଦେବେ ବୋଲି ସେ କହିଛନ୍ତି ।

ଅମୀୟ କହିଛନ୍ତି ଯେ, ବର୍ତ୍ତମାନ ସାରା ରାଜ୍ୟରେ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ିଛି । ଅଦିନିଆ ବର୍ଷାରେ କ୍ବିଣ୍ଟାଲ ପିଛା ୫ ରୁ ୧୦ କେଜି କଟନି-ଛଟନୀ କରୁଛନ୍ତି ମିଲର । ଚାଷୀ ଧାନ ଦେବାର ୨୪ ଘଣ୍ଟା ପରେ ତାର ପ୍ରାପ୍ୟ ପାଇବା କଥା, କିନ୍ତୁ ବହୁ ସ୍ଥାନରେ ୮ରୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଚାଷୀର ଆକାଉଣ୍ଟକୁ ଟଙ୍କା ଆସୁନାହିଁ । ଜାଣିଶୁଣି ମଣ୍ଡିର ଟାର୍ଗେଟ କମାଇ ଦିଆଯାଉଛି । ଅନେକ ଜିଲ୍ଲାରେ ମଣ୍ଡି ଭିତ୍ତିଭୂମି ନାହିଁ, କିମ୍ବା ଗୋଦାମ ଘର ନାହିଁ ।

ସରକାର ଚାଷୀର ସ୍ବାର୍ଥ ପରିବର୍ତ୍ତେ ମିଲରମାନଙ୍କ ସ୍ବାର୍ଥକୁ ବେଶି ଗୁରୁତ୍ବ ଦେଉଛନ୍ତି । ଏବେ ଧାନକିଣା ଏକ ପ୍ରହସନରେ ପାଲିଟିଛି । କେବଳ କାଗଜ କଲମରେ ଧାନକିଣା ଚାଲିଛି । ସରକାରଙ୍କ ଏଥିପ୍ରତି ମଧ୍ୟ ନିଘା ନାହିଁ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅମୀୟ କୁମାର ପଟ୍ଟନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । ସରକାର ଆମ ଗାଁ ଆମ ବିକାଶ କଥାର ଡିଣ୍ଡିମ ପିଟୁ ଥିବାବେଳେ ରାଜ୍ୟ ଜନସଂଖ୍ୟାର ୬୦ ପ୍ରତିଶତ ହେଲେ ଚାଷୀ କିନ୍ତୁ ସରକାରଙ୍କ ଖାତାରେ ଚାଷୀ ନାହାନ୍ତି । ଏ ଅଣଦେଖା କ’ଣ ପାଇଁ ? ମିଲର ପ୍ରଶାସନ ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ଧାନ କିଣାଯିବାର ବ୍ୟବସ୍ଥା କରାଯାଇ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଭୋଟ ହାତେଇବାକୁ ଚାଷୀଙ୍କ ଟଙ୍କା ଲୁଟ କରୁଛନ୍ତି ।

ଚାଷୀ ଧାନ ବିକିବେ, ସରକାର ଧାନ କିଣିବେ, ମିଲର ଏହାକୁ ବୟଲ କରି ଚାଉଳ କରିବ । ରାଜ୍ୟର ଆବଶ୍ୟକ ପୂରଣ ପରେ ବଳକା ଧାନର ଉତ୍ପାଦିତ ଚାଉଳକୁ ଏଫିସିଆଇ କିଣିବା କଥା କିନ୍ତୁ ଏଫିସିଆଇ କିଣୁନାହିଁ କେନ୍ଦ୍ର ସରକାରଙ୍କ ଜାଣିଶୁଣି ଏଦିଗରେ ରାଜନୀତି କରୁଛନ୍ତି । ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଧାନର କ୍ବିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରାଗଲା ନାହିଁ । MSP ର ଆଇନଗତ ଗ୍ୟାରେଣ୍ଟି ମିଳିଲା ନାହିଁ । କିନ୍ତୁ ଅପରପକ୍ଷେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ସୁଦ୍ଧା ଚାଷୀର ଆୟ ଦୁଇଗୁଣା କରିବେ ବୋଲି ୫ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି କେବଳ ଘୋଷଣାରେ ରହିଛି ।

ଚାଷୀଙ୍କ ଧାନ କିଣାଯାଉ ନାହିଁ କିମ୍ବା FCI ରାଜ୍ୟରୁ ଚାଉଳ କିଣୁ ନାହିଁ । ଫଳରେ ବିଜେଡ଼ି ଓ ବିଜେପି କଳିରେ ଚାଷୀ ବଳି ପଡୁଛି ବୋଲି ଅମୀୟ ଅଭିଯୋଗ କରିଛନ୍ତି । ଓଡ଼ିଶାରେ ଖରିଫରେ ୫୨ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହେଉଛି । ହେଲେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନରେ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ବଣ୍ଟନ ପରେ ବାକି ୨୮ଲକ୍ଷ ମେଟ୍ରିକ ଟନ ଚାଉଳରୁ ଅରୁଆ ମାତ୍ର ୪ଲକ୍ଷ ମେଟ୍ରିକ ଟନ । ଆଉ ବଳକା ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫିସିଆଇ କିଣିବା କଥା । ଏବେ ଏଫସିଆଇ ବଳକା ଚାଉଳ କିଣୁ ନାହିଁ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅରୁଆ ଚାଉଳ ପ୍ରସ୍ତୁତି ପାଇଁ ଓଡ଼ିଶାରେ କୌଣସି ଭିତ୍ତିଭୂମି ସ୍ଥାପନ କରାଯାଇ ନାହିଁ । ରାଜ୍ୟରୁ ୯୦ ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ କରାଯାଉଛି । କେନ୍ଦ୍ର ହେଉ କି ରାଜ୍ୟ ହେଉ । ଏଥିରେ ଚାଷୀଙ୍କ ଦୋଷ କ’ଣ । ଉଭୟ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ବାରମ୍ବାର ପ୍ରତାରିତ କରି ଚାଲିଛନ୍ତି ବୋଲି ପଟ୍ଟନାୟକ କହିଛନ୍ତି । ରାଜ୍ୟ ସରକାର ଅବିଳମ୍ବେ ଚାଷୀଙ୍କ ସମସ୍ତ ବଳକାଧାନ ନିର୍ଦ୍ଧାରିତ ଏମଏସ୍‌ପିରେ କିଣିବା ସହ କେନ୍ଦ୍ର ସରକାର ରାଜ୍ୟର ଆଉ ବଳକା ୨୪ଲକ୍ଷ ମେଟ୍ରିକ ଟନ ତୁରନ୍ତ ଉଠାନ୍ତୁ ବୋଲି କିଷାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.