ETV Bharat / city

ବିକାଶର ଗୋଲାପି ଚିତ୍ର: ଅପରାଧରେ ଆଗରେ, ବିକାଶରେ ପଛରେ

author img

By

Published : Sep 16, 2021, 10:19 PM IST

ରାଜ୍ୟରେ କୃଷି ଓ କୃଷକର ବିକାଶ ଦିଗରେ ସରକାର ସବୁବେଳ ତତ୍ପର ବୋଲି କହୁଥିବା ବେଳେ । ସଦ୍ୟତମ ରିପୋର୍ଟ ଆଧାରରେ ଜଣା ପଡ଼ିଛି ଚାଷୀଙ୍କ ଆୟ ତଳ ଆଡ଼ୁ ଓଲଟା ଦ୍ବିତୀୟ । ଅଧିକ ପଢ଼ନ୍ତୁ...

ବିକାଶର ଗୋଲାପି ଚିତ୍ର: ଅପରାଧରେ ଆଗରେ, ବିକାଶରେ ପଛରେ
ବିକାଶର ଗୋଲାପି ଚିତ୍ର: ଅପରାଧରେ ଆଗରେ, ବିକାଶରେ ପଛରେ

ଭୁବନେଶ୍ବର: ରାଜ୍ୟରେ କୃଷି ଓ କୃଷକର ବିକାଶ ଦିଗରେ ସରକାର ସବୁବେଳ ତତ୍ପର ବୋଲି କହୁଥିବା ବେଳେ । ସଦ୍ୟତମ ରିପୋର୍ଟ ଆଧାରରେ ଜଣା ପଡ଼ିଛି ଚାଷୀଙ୍କ ଆୟ ତଳ ଆଡ଼ୁ ଓଲଟା ଦ୍ବିତୀୟ । ଜାତୀୟ ସ୍ତରରେ ଓଡ଼ିଶାରେ ଚାଷୀଙ୍କ ଆୟ ତଳଆଡ଼ୁ ଦ୍ବିତୀୟ । ଚାଷୀଙ୍କ ମାସିକ ଆୟ ୫ ହଜାର ୧୧୨ ଟଙ୍କା । ଅନ୍ୟ ପକ୍ଷରେ ରାଜ୍ୟରେ ଏକ ସ୍ଥିର ଏବଂ ସ୍ବାଭାବିକ ଆଇନ ଶୃଙ୍ଖଳା ଥିବା କଥା ଖୋଦ ଗୃହ ବିଭାଗ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିବା ବେଳେ ଜାତୀୟ ସୂଚନା ସଭିଙ୍କୁ ସ୍ତବ୍ଧ କରିଛି ।

ନ୍ୟାସନାଲ କ୍ରାଇମ ରେକର୍ଡ୍ସ ବ୍ୟୁରୋର ସଦ୍ୟତମ ରିପୋର୍ଟ ଆଧାରରେ ଜଣା ପଡ଼ିଛି, ମହିଳା ବିରୋଧୀ ହିଂସାରେ ଓଡ଼ିଶା ଉପର ଆଡ଼ୁ ଦ୍ବିତୀୟ । ଅର୍ଥାତ୍‌ ରାଜ୍ୟରେ ମହିଳା ବିରୋଧୀ ହିଂସା ସର୍ବାଧିକ । ମହିଳାଙ୍କ ବିରୋଧରେ ଅପରାଧ ହାର (୧ ଲକ୍ଷ ଲୋକରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ) ।

  • ଆସାମ ୧୫୪.୩ ପ୍ରତିଶତ
  • ଓଡ଼ିଶା ୧୧୨.୯ ପ୍ରତିଶତ
  • ଭାରତ ୫୬.୫ ପ୍ରତିଶତ

ଏହାକୁ ନେଇ ବିରୋଧୀ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସାରା ଦେଶରେ ଯେତେବେଳେ ମହିଳା ବିରୋଧୀ ହିଂସା ହ୍ରାସ ପାଉଥିବା ବେଳେ ଓଡ଼ିଶାରେ ମହିଳା ବିରୋଧୀ ହିଂସା ୯.୯ %ବୃଦ୍ଧି ପାଇଛି । ଏହା ବର୍ତ୍ତମାନ ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି । ରିପୋର୍ଟରେ ୨୦୧୯ରେ ୨୩,୧୮୩ ଟି ମହିଳା ବିରୋଧୀ ହିଂସା ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ ରେ ତାହା ୨୫,୪୮୯ କୁ ବୃଦ୍ଧି ପାଇଛି । ଏହି ରିପୋର୍ଟ ବର୍ତ୍ତମାନ ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନ୍ୟପଟେ ରାଜ୍ୟରେ ଅପହରଣ ଓ ଶିଶୁ ଅପରାଧ କମିବାରେ ଲାଗିଛି । ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ, ନାରୀ ନିର୍ଯାତନା କ୍ଷେତ୍ରରେ ସବୁଠୁ ଆଗରେ ରହିଛି ଓଡିଶା । ୨୦୨୦ରେ ମହିଳାମାନଙ୍କ ବିରୋଧରେ ହିଂସା ସମ୍ପର୍କୀତ ୨୫,୪୮୯ ମାମଲା ରଜୁ କରିଥିଲା ରାଜ୍ୟ ପୋଲିସ । ସେହିପରି ୨୦୧୯ରେ ଏହି ସଂଖ୍ୟା ଥିଲା ୨୩,୧୮୩ ।

ଉଦ୍ଦେଶ୍ୟମୂଳକ ଭାବରେ ରାଜ୍ୟରେ ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣ ହାର ୫୫.୮% ରହିଛି । ସେହିପରି ମହିଳାଙ୍କୁ ଉଲଗ୍ନ କରିବା ନେଇ ୨୦୨୦ରେ ରିପୋର୍ଟ ହୋଇଥିଲା ୩,୨୩୨ ମାମଲା । କେବଳ ସେତିକି ନୁହେଁ, ନାରୀ ଅପହରଣ ମାମଲାରେ ୨୦୨୦ରେ ଦେଶରେ ତୃତୀୟ ସ୍ଥାନରେ ରହିଛି ଓଡିଶା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.