ଭୁବନେଶ୍ବର: ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବୈଠକ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ ଅନୁଷ୍ଠିତ ହୋଇଛି । ବିଗତ ୫ ବର୍ଷ ମଧ୍ୟରେ ଜାତୀୟ ଟିବି ନିରାକରଣ ଯୋଜନା ଜାତୀୟ ଲକ୍ଷ୍ୟ ହାସଲ ଦିଗରେ ଭଲ କାର୍ଯ୍ୟ କରିଛି ଓଡିଶା। ପ୍ରଚଳିତ ଯୋଜନାରେ ଘରକୁ ଘର ବୁଲି ଟିବି ରୋଗୀଙ୍କୁ ଚିହ୍ନଟ କରାଯାଉଛି । ଟିବି ରୋଗୀ ଚିହ୍ନଟ କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ଲକ୍ଷ୍ୟ ହାସଲ କରିପାରିଛି । ଯାହାକି ପ୍ରାୟ ୭୦% ନିକ୍ଷୟ ପୋଷଣ ଯୋଜନାରେ ୮୫% ହିତାଧିକାରୀଙ୍କୁ ପୋଷଣୀୟ ଖାଦ୍ୟ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି ।
ଏହା ସହିତ ଚିକିତ୍ସାର ସୁଫଳ ପ୍ରାୟ ୮୮% ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ଏ କ୍ଷେତ୍ରରେ ନିୟମିତ ଭାବେ କାର୍ଯ୍ୟ କରୁଛନ୍ତି । ଏହାର ଫଳ ସ୍ବରୂପ ଟିବି ନିରାକରଣ କ୍ଷେତ୍ରରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିବା ସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛି ।
୨୦୨୫ ସୁଦ୍ଧା ଟିବି ନିରାକରଣ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରତି ବ୍ଲକ୍ ସ୍ତରରେ ରୋଗ ନିରୂପଣ ସହ ଏକ୍ସରେ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି । ଅତି କମରେ ୩ଟି ମୋବାଇଲ୍ ଭ୍ୟାନ୍ ପ୍ରଚଳନ ଓ ରୋଗ ନିରୂପଣ ସୁବିଧା ସହ ଅପହଞ୍ଚ ଅଞ୍ଚଳରେ ଟିବି ରୋଗୀ ଚିହ୍ନଟ ସହିତ ଚିକିତ୍ସା ସୁବିଧା ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ଦାସ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାର