ETV Bharat / city

ଗୁଣି ଗାରେଡି ଜନିତ ହତ୍ୟାକାଣ୍ଡ: ତୃତୀୟ ସ୍ଥାନରେ ଓଡିଶା

author img

By

Published : Oct 26, 2019, 12:33 PM IST

Updated : Oct 26, 2019, 1:59 PM IST

ଗୁଣି ଗାରେଡି ଜନିତ ହତ୍ୟାକାଣ୍ଡରେ ଓଡିଶା ସମଗ୍ର ଦେଶର ତୃତୀୟ ସ୍ଥାନରେ ରହିଛି । ଗତ ସୋମବାର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ପକ୍ଷରୁ ପ୍ରକାଶିତ ରିପୋର୍ଟ-2017ରେ ଏନେଇ ତଥ୍ୟ ପ୍ରକାଶ ପାଇଛି।

ଫାଇଲ ଫଟୋ

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ରହିଛି । ଏଭଳି ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ମୁଖା ଖୋଲିଛି ସଦ୍ୟ ପ୍ରକାଶିତ ନ୍ୟାସନାଲ୍‌ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ପ୍ରକାଶିତ ରିପୋର୍ଟ । ସମଗ୍ର ଦେଶରେ ଗୁଣି ଗାରେଡି ଜନିତ ହତ୍ୟାକାଣ୍ଡରେ ଓଡିଶା, ସମଗ୍ର ଦେଶର ତୃତୀୟ ସ୍ଥାନରେ ରହିଛି।

ଗତ ସୋମବାର ଏନସିଆରବି ରିପୋର୍ଟ-2017 ପ୍ରକାଶ ଏନେଇ ତଥ୍ୟ ପ୍ରକାଶ ପାଇଛି । ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି ଯେ, ଗୁଣି ଗାରେଡି ଜନିତ ହତ୍ୟାକାଣ୍ଡ ଝାଡଖଣ୍ଡ ପ୍ରଥମ, ମଧ୍ୟପ୍ରଦେଶ ଦ୍ବିତୀୟ ଏବଂ ଓଡ଼ିଶାର ସ୍ଥାନ ତୃତୀୟ ଥିବା ଉଲ୍ଲେଖ ରହିଛି। ଗୁଣି ଗାରେଡି ସନ୍ଦେହରେ ଝାଡଖଣ୍ଡରେ 19ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ମଧ୍ୟପ୍ରଦେଶରେ 13 ଏବଂ ଓଡିଶାରେ 9 ଜଣଙ୍କୁ ହତ୍ୟା କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନସିଆରବି ପକ୍ଷରୁ ପ୍ରକାଶିତ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପୋଲିସ ଡିଜି । ଗୁଣି ଗାରେଡି ନିରୋଧ ଆଇନ (ୱିଚ୍ ପ୍ରୋଭିସନ ଆକ୍ଟ) ଲାଗୁ ହେବା ସତ୍ତ୍ବେ ସଚେତନତା ଓ ବୈଜ୍ଞାନିକ ଚିନ୍ତାଧାରା ଅଭାବରୁ ରାଜ୍ୟରେ ଏଭଳି ଅଘଟଣ ଘଟୁଛି। ଏପରି ସ୍ଥିତିରେ ତୃଣମୂଳସ୍ତରକୁ ଯାଇ ଲୋକଙ୍କୁ ସଚେତନ କରାଗଲେ ଏ ସମସ୍ୟା ଦୂର ହୋଇପାରିବ।

ଅପରପକ୍ଷରେ ଏହା ଉପରେ ମତ ରଖି ହେତୁବାଦୀ ପ୍ରଫୁଲ୍ଲ ରଥ କହିଛନ୍ତି ଯେ, ଲୋକଙ୍କ ମନରେ ଅନ୍ଧ ବିଶ୍ବାସ ଏବଂ ସଚେତନତା ଅଭାବର ଫାଇଦା ଉଠାଉଛନ୍ତି ଖଳ ପ୍ରବୃତ୍ତିର ଲୋକ । ଅର୍ଥାତ ବର୍ତ୍ତମାନର ଡିଜିଟାଲ ଯୁଗରେ ମଧ୍ୟ ଲୋକଙ୍କର ଗୁଣି ଗାରେଡି ଉପରେ ବିଶ୍ବାସ ରହିଛି । ଆଉ ଯେଉଁଠି ଲୋକେ ଥରେ ଏହା ଉପରେ ବିଶ୍ବାସ କରିଯାଏ, ସେଠି ଏହି ବିଶ୍ବାସ ଜାରି ରହିଥାଏ । ହେଲେ ଯେଉଁମାନଙ୍କ ପାଖରେ ଗୁଣି ଗାରେଡିର ଜ୍ଞାନ ନଥାଇ ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରନ୍ତି ସେମାନେ ହିଁ ଏଭଳି ଅମାନବୀୟ ହତ୍ୟାକାଣ୍ଡ ଘଟାଉଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଗୁଣି ଗାରେଡି ପାଇ ହତ୍ଯାରେ ଓଡିଶା ତୃତିୟ ସ୍ଥାନ
Body:
ରାଜ୍ଯରେ ହେଉଛି ଗୁଣି ଗାରେଡି ଜନିତ ହତ୍ଯା।ଯାହାକି ଦେଶରେ ଏହା ଉଦବେଗଜନକ ସ୍ଥିତିରେ । ଅର୍ଥାତ ଝାରଖଣ୍ଡ ଓ ମଧ୍ଯପ୍ରଦେଶ ପରି ଗୁଣିଗାରେଡି ନେଇ ହେଉଛି ଅନେକ ହତ୍ଯାକାଣ୍ଡ।ନରବଳି ଭଳି ଅନେକ ସମୟରେ ଶିଶୁ ବଳିର ନଜିର ରହିଛି।ଯାହାର ଉଦାହରଣ ହେଉଛି ଏନସିଆରବି ରିପୋର୍ଟ ।ରିପୋର୍ଟ ଅନୁସାରେ ଦେଶରେ ତୃତିୟସ୍ଥାନରେ ରହିଛି ଓଡିଶା।ଝାରଖଣ୍ଡ ପ୍ରଥମ ସ୍ଥାନରେ ରହିଥିବା ବେଳେ ପରେ ରହିଛି ମଧ୍ଯପ୍ରଦେଶ ଓ ପରେ ଓଡିଶା।ଅର୍ଥାତ ୨୦୧୭ର ଏନସିଆରବି ରିପୋର୍ଟରେ ଉଲେଖ ହୋଇଛି ଝାରଖଣ୍ଡରେ ୧୯ଜଣ ଙ୍କୁ ଗୁଣିଗାରେଡିରେ ହତ୍ଯା କରାଯାଇଛି ସେହିପରି ମଧ୍ଯ ପ୍ରଦେଶରେ ୧୩ ଜଣ ଓ ଓଡିଶାରେ ୯ଜଣ। ଯାହାକି ସଚେତନତା ଅଭାବ ଯୋଗୁ ଏପରି ଘଟୁଥିବା ପୁର୍ବତନ ପୋଲିସ ଡିଜି କହିଛନ୍ତି।ରାଜ୍ଯରେ ଓ୍ବିଚ ହଣ୍ଟ ପ୍ରିଭେନସନ ଆକ୍ଟ ଲାଗୁ ସତ୍ବେ ବି ଓଡିଶାରେ ଏଭଳି ସ୍ଥିତି କେବଳ ସଚେତନତା ଅଭାବ ଯୋଗୁ ରହିଛି। ଏପରି ସମସ୍ଯା ଲୋକଙ୍କ ଗ୍ରାଉଣ୍ଡ ଜିରୋକୁ ଯାଇ ସଚେତନତା ଜରିଆରେ ଦୁର କରାଯାଇପାରିବ ବୋଲି ମତ ରଖିଛନ୍ତି ପୁର୍ବତନ ପୋଲିସ ଡିଜି ଏସ ଏନ ତିୱାରୀ।ସେପଟେ ଏଫରି ଘଟଣା ହେତୁବାଦି ପ୍ରଫୁଲ ରଥ କହିଛନ୍ତି ଏହାର ଫାଇଦା ନେଉଛନ୍ତି ଖଳ ପ୍ରବୃତି ଲୋକେ ।ଅର୍ଥାତ ଏବେ ବି ଗୁଣି ଗୀରେଡି ର ବିଶ୍ବାସ ରହିଛି ଲୋକେ ଏହାକୁ ନେଇ ମନ ଭିତରେ ଆଶା ବାନ୍ଧିଛନ୍ତି।ଯେଉଁଠି ଲୋକେ ଥରେ ବିଶ୍ବାସ କରେ ସେଠି ଏହି ବିଶ୍ବାସ ଜାରି ରହିଥାଏ। କିନ୍ତୁ ଯେଉଁମାନେ ଗୁଣି ଗାରେଡିର ଗ୍ଯାନ ନଥାଇ ନିଜକୁ ପ୍ରମାଣିତ କରିବାକୁ ଯାଇ ଅର୍ଥାତ ବିଶ୍ବାସ ଭାଜନ ହେବାକୁ ଚାହିଁ ଏପରି ଘଟଣା ଘଟାଉଛନ୍ତି । ଯେଉଁଥିପାଇଁ ଏଭଳି ଅମାନବିୟ ହତ୍ଯାକାଣ୍ଡ ଘଟୁଛି।
Conclusion:ବାଇଟ-ଏସ ଏନ ତିୱାରି,ପୁର୍ବତନ ପୋଲିସ ଡିଜି
ବାଇଟ-ପ୍ରଫୁଲ ରଥ,ହେତୁବାଦୀ
Last Updated : Oct 26, 2019, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.