ETV Bharat / city

ଦୁଇଟି ଔଷଧର ଏକ୍ସପାରି ଡେଟ୍ ବୃଦ୍ଧି କଲା ସ୍ବାସ୍ଥ୍ୟ ବିଭାଗ

ଜୋରଦାର ହେଲା କୋଭିଡ ମୁକାବିଲା, ଦୁଇଟି ଜୀବନ ରକ୍ଷାକରି ଔଷଧର ବ୍ୟବହାର ଅବଧିକୁ ବୃଦ୍ଧି କଲା ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ....

2ଟି ଔଷଧର ଏକ୍ସପାରି ଡେଟ୍ ବୃଦ୍ଧିକଲା ସ୍ବାସ୍ଥ୍ୟ ବିଭାଗ

author img

By

Published : Apr 16, 2021, 9:01 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ ମୁକାବିଲା ଅଭିଯାନକୁ ଜୋରଦାର କଲା ସ୍ୱାସ୍ଥ୍ୟ ବିଭଗ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ତଥା ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତିଙ୍କ ସୂଚନା ଅନୁସାରେ ଏଣିକି କୋଭିଡ ମୁକାବିଳରେ ବ୍ୟବହାର ହେଉଥିବା ଦୁଇଟି ଜୀବନ ରକ୍ଷାକରି ଔଷଧ ରେମଡେସିଭିର ଓ ଅନ୍ୟଟି ଫଭିଫିରାଭିରର ବ୍ୟବହାର ଅବଧିକୁ ବୃଦ୍ଧି କରାଯାଇଛି ।

2ଟି ଔଷଧର ଏକ୍ସପାରି ଡେଟ୍ ବୃଦ୍ଧିକଲା ସ୍ବାସ୍ଥ୍ୟ ବିଭାଗ
ରେମଡେସିଭିର ଇଞ୍ଜେକ୍ସନ, ଯାହାର ଅବଧି 6 ମାସ ଥିଲା ତାକୁ ଆହୁରି ଅଧିକ 6 ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ 6 ମାସର ଏକ୍ସପାରି ଡେଟ ଥିବା ଏହି ଇଞ୍ଜେକ୍ସନକୁ 12 ମାସ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ । ସେହିଭଳି ଅନ୍ୟତମ ଜୀବନ ରକ୍ଷାକରି ଔଷଧ ଫଭିଫିରାଭିର ଅବଧି 6 ମସ ରହି ଥିବାବେକ ଏହାକୁ ଅଧିକ 3 ମାସ ଅର୍ଥାତ 9 ମାସ ଅର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜନସାଧାରଣଙ୍କ ଅବଗତି ନିମନ୍ତେ ଏହା ସ୍ପଷ୍ଟ କରାଗଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଡିଏମଇଟି ନିର୍ଦେଶକ କହିଛନ୍ତି ।

ସେହିଭଳି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପତ୍ରଙ୍କ ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଏକ୍ସପାରି ଡେଟ ବୃଦ୍ଧିକୁ ଅନୁମତି ପ୍ରଦାନ କରିଛି । ଏନେଇ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୀତିଗତ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଖାସ୍ କରି ଲୋକଙ୍କ ଅବଗତି ନିମନ୍ତେ ଏହି ଅବଧି ବୃଦ୍ଧି ନିଷ୍ପତିକୁ ସାର୍ବଜନୀନ କରାଗଲା ବୋଲି ସେ କହିଛନ୍ତି । ସେ ଏହି କଥା ସ୍ପଟ କରିଛନ୍ତି ଯେ, ଏକ୍ସପାରି ଡେଟ ଦେଖି ଏହି ଔଷଧ ବ୍ୟବହାରକୁ ଭୟ ଓ ନାପସନ୍ଦ କରିବା ଉଚିତ ନୁହେଁ । ବିସ୍ତୃତ ପରୀକ୍ଷା ନିରୀକ୍ଷା ପରେ ଏହାକୁ କେନ୍ଦ୍ର ସରକାର ସ୍ପଷ୍ଟ କରିସାରିଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.