ETV Bharat / city

କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ACS ପ୍ରଦୀପ୍ତ ମହାପାତ୍ର - ଟୀକା ଅଭାବ

ରାଜ୍ୟରେ ଟୀକା ଅଭାବ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଅଧିକ ପଢନ୍ତୁ..

କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ACS ପ୍ରଦୀପ୍ତ ମହାପାତ୍ର

author img

By

Published : Apr 5, 2021, 10:13 PM IST

ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟରେ ଟୀକା ଅଭାବ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ରାଜ୍ୟରେ ଦୈନିକ 2 ଲକ୍ଷ ଟିକା ଲୋକଙ୍କୁ ଦିଆଯାଉଛି । ରାଜ୍ୟକୁ ଅତି କମ୍‌ରେ 15 ଲକ୍ଷ କୋଭିସିଲ୍‌ଡ ଟିକା ଯୋଗାଇବାକୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ । ମଙ୍ଗଳବାର ସୁଦ୍ଧା 3.5 ଲକ୍ଷ ଟୀକା ମିଳିବାର ପ୍ରତିଶ୍ରୁତି ମିଳିଥିବା ବେଳେ ଏହା 2 ଦିନର ଟିକାକରଣ ପାଇଁ ବି ଯଥେଷ୍ଟ ନୁହେଁ ବୋଲି ଦର୍ଶାଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ରାଜ୍ୟରେ ମହଜୁଦ ଥିବା କୋଭିଡ ଟିକା ଆଉ 2 ଦିନରେ ସରିଯିବ । ସୋମବାର ସକାଳ ୮ଟା ସୁଦ୍ଧା ମହଜୁଦ ଥିଲା 7.51 ଲକ୍ଷ ଟୀକା । ରାଜ୍ୟରେ କୋଭିସିଲଡ 6,02,430 ଡୋଜ୍ କୋଭାକ୍ସିନ୍ 1,48,550 ଡୋଜ ଗଚ୍ଛିତ ରହିଛି । ଏପ୍ରିଲ 6 (ଅପରାହ୍ନ 2.00) ରେ ପହଞ୍ଚିବା ପାଇଁ କୋଭିସିଲଡର ମାତ୍ର 3,49,130 ​​ଡୋଜ ନିଶ୍ଚିତ କରାଯାଇଛି । ରାଜ୍ୟକୁ ପୁନର୍ବାର ଅତି କମରେ 15 ଲକ୍ଷ ଡୋଜ୍ କୋଭିସିଲଡ ଯୋଗାଇ ଦେବାକୁ ଅନୁରୋଧ କରୁଛନ୍ତି ପି କେ ମହାପାତ୍ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.