ଭୁବନେଶ୍ବର: ଡରାଇଲାଣି ଟମୋଟୋ ଫ୍ଲୁ(Tomato Flu) । ସବୁଠି ଭୟର ବାତାବରଣ ଦେଖିବାକୁ ମିଳୁଛି । ବିଶେଷ ଭାବେ ଛୋଟ ଛୁଆଙ୍କୁ କରୁଛି ଆକ୍ରାନ୍ତ । ଓଡ଼ିଶାରେ ଏଯାଏଁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।
-
ଟମାଟୋ ଫ୍ଲୂ ଏକ ଭୂତାଣୁଜନିତ ଓ ବାୟୁବାହିତ ସଂକ୍ରାମକ ରୋଗ। ବିଶେଷ କରି ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖାଦେଉଛି । ଏହି ରୋଗ ହେଲେ ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯାଇ ଭୀଷଣ ଜ୍ୱର ହେଉଛି। ଶିଶୁଙ୍କଠାରେ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। #TomatoFlu #OdishaCares pic.twitter.com/gi0L2NXlgh
— H & FW Dept Odisha (@HFWOdisha) May 24, 2022 " class="align-text-top noRightClick twitterSection" data="
">ଟମାଟୋ ଫ୍ଲୂ ଏକ ଭୂତାଣୁଜନିତ ଓ ବାୟୁବାହିତ ସଂକ୍ରାମକ ରୋଗ। ବିଶେଷ କରି ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖାଦେଉଛି । ଏହି ରୋଗ ହେଲେ ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯାଇ ଭୀଷଣ ଜ୍ୱର ହେଉଛି। ଶିଶୁଙ୍କଠାରେ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। #TomatoFlu #OdishaCares pic.twitter.com/gi0L2NXlgh
— H & FW Dept Odisha (@HFWOdisha) May 24, 2022ଟମାଟୋ ଫ୍ଲୂ ଏକ ଭୂତାଣୁଜନିତ ଓ ବାୟୁବାହିତ ସଂକ୍ରାମକ ରୋଗ। ବିଶେଷ କରି ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖାଦେଉଛି । ଏହି ରୋଗ ହେଲେ ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯାଇ ଭୀଷଣ ଜ୍ୱର ହେଉଛି। ଶିଶୁଙ୍କଠାରେ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। #TomatoFlu #OdishaCares pic.twitter.com/gi0L2NXlgh
— H & FW Dept Odisha (@HFWOdisha) May 24, 2022
ରାଜ୍ୟ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଟ୍ବିଟ କରି ସଂକ୍ରମଣଠାରୁ ଦୂରେଇ ରହିବାକୁ ସଚେତନ କରାଇଛି । "ଟମାଟୋ ଫ୍ଲୂ ଏକ ଭୂତାଣୁଜନିତ ଓ ବାୟୁବାହିତ ସଂକ୍ରାମକ ରୋଗ । ବିଶେଷ କରି ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖାଦେଉଛି । ଏହି ରୋଗ ହେଲେ ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯାଇ ଭୀଷଣ ଜ୍ବର ହେଉଥିବା ଦେଖିବାକୁ ମିଳୁଛି । "ଶିଶୁଙ୍କଠାରେ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଲକ୍ଷଣ
1. ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯିବା ।
2. ପାଦ ତଳିପାରେ, ଆଣ୍ଠୁ, ଛାତି ଓ ପିଠିରେ ଫଳିଯିବା । ଗଳା ଦରଜ, ସର୍ଦ୍ଦି, କାଶ ଓ ନାକରୁ ପାଣି ବାହାରିବା ଭୀଷଣ ଜ୍ୱର ହେବା ।
3. ଦେହ ହାତ ଘୋଳାବିନ୍ଧା, କ୍ଳାନ୍ତ ଓ ଅବଶ ଲାଗିବା ।
4. 'ଟମାଟୋ ଫ୍ଲୁ' ଛୋଟ ପିଲାଙ୍କୁ ହେଉଛି ।
ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖନ୍ତୁ । ଏଥୁରୁ ସୁସ୍ଥ ହେବା ପାଇଁ ଗୋଟିଏ ସପ୍ତାହ ଲାଗିପାରେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ