ଭୁବନେଶ୍ବର: ଜଟିଳ ହେଉଛି ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦ । ପ୍ରାକ ମୌସୁମୀ ବର୍ଷା ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ । ହେଲେ ମହାନଦୀ ଉପର ମୁଣ୍ଡରେ ଜଳ ବାବଦରେ ଓଡିଶାକୁ ସଠିକ ସୂଚନା ମିଳିବାରେ ସମସ୍ୟା ହେଉଛି । ସଠିକ ସୂଚନା ନମିଳିଲେ ହୀରାକୁଦର ଜଳ ପରିଚାଳନାରେ ସମସ୍ୟା ସୃଷ୍ଟି ହେବ । ତେଣୁ ଯୁଗ୍ମ ବୈଠକ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଛତିଶଗଡକୁ ପ୍ରଶାସନକି ଚିଠି ଲେଖା ଯାଇଛି ।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଯୁଗ୍ମ ବୈଠକ ପାଇଁ ଛତିଶଗଡକୁ ଗତ ମେ 19 ତାରିଖରେ ଚିଠି ଲେଖିଛୁ । ହେଲେ ସେମାନଙ୍କ ପକ୍ଷରୁ କିଛି ଜବାବ ବର୍ତ୍ତମାନ ସୁଦ୍ଧା ଆସିନାହିଁ । ଆସନ୍ତା ଦିନରେ ଛତିଶଗଡର ମହାନଦୀ ମୁଖ୍ୟ ଯନ୍ତ୍ରୀଙ୍କ ସହ କଥା ହେବୁ । ଛତିଶଗଡ ପାଣି ଛାଡିଲେ ହୀରାକୁଦର କ୍ଷମତା ଦେଖି ବନ୍ୟା ପରିସ୍ଥିତି ଜଣାପଡିବ ।
ଛତିଶଗଡ କେତେ ମାତ୍ରାରେ ପାଣି ଛାଡ଼ୁଛନ୍ତି, ତାହା ଦେଖି ବ୍ୟବସ୍ଥା କରିବାକୁ ପଡିବ । ଜୁନରେ ଭଲ ବର୍ଷା ହେବ ବୋଲି IMD ପକ୍ଷରୁ ସୂଚନା ମିଳିଛି । ତେଣୁ ପ୍ରଥମ ବର୍ଷାରେ ପାଣି ବୋହିବ । ଦ୍ଵିତୀୟ ବର୍ଷାରେ ସମୀକ୍ଷା କରି ବନ୍ୟା କଥା ଆକଳନ ହେବ । ତେଣୁ ଆଜିଠାରୁ ଜଳସମ୍ପଦ ହେଡକ୍ବାର୍ଟରରେ ଖୋଲିଛି ବନ୍ୟା ନିୟନ୍ତ୍ରଣ ସେଲ । ଏହା ଅକ୍ଟୋବର 31 ଯାଏଁ ଖୋଲା ରହିବ । ସେହିପରି ସର୍କଲ ଓ ଡିଭିଜନ ଅଫିସରେ ବି ବନ୍ୟା ନିୟନ୍ତ୍ରଣ ସେଲ ଖୋଲିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର