ଭୁବନେଶ୍ବର: ପ୍ରକାଶ ପାଇଲା CMII (Center For Monitoring Indian Economy) ରିପୋର୍ଟ । ସବୁଠୁ କମ ବେକାରୀରେ ଓଡ଼ିଶା ଦେଶରେ ପ୍ରଥମ ବୋଲି ରିପୋର୍ଟରେ ଦର୍ଶାଯାଇଛି । ରାଜ୍ୟର ବେକାରୀ ହାର 1 ପ୍ରତିଶତ ରହିଛି । ଏମିତି କି ଜାତୀୟ ହାର ଠାରୁ ଢେର ତଳେ ରହିଛି ଓଡିଶା ।

ବେକାରୀ ସମସ୍ୟା ଯୋଗୁଁ ଦେଶରେ ଅନେକ ସମସ୍ୟା ସୃଷ୍ଟି ହୋଇଛି । ଯାହାକୁ ନେଇ ବିଭିନ୍ନ ସମୟରେ ଦେଶର ରାଜନୀତି ସରଗରମ ହୋଇଛି । ହେଲେ ଏହି ବେକାରୀ ସମସ୍ୟାକୁ ନେଇ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ପ୍ରକାଶ ପାଇଛି CMII ରିପୋର୍ଟ । ଦେଶରେ ସବୁଠୁ କମ ବେକାରୀ ଓଡ଼ିଶାରେ ଅଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ରାଜ୍ୟର ବେକାରୀ ହାର 1 ପ୍ରତିଶତ ରହିଛି । ଜାତୀୟ ହାର 7.4 ପ୍ରତିଶତ ଥିବାବେଳେ ଢେର ତଳେ ରହିଛି ଓଡିଶା । ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସକୁ ଛୁଟୁଛି ପ୍ରଶଂସାର ସୁଅ । ଟ୍ୱିଟରରେ ଓଡିଶାର ମଡେଲକୁ ବେଶ ପ୍ରଶଂସା କରାଯିବା ସହ ଟ୍ରେଣ୍ଡ କରୁଛି #OdishaLowestUnemployment ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ