ETV Bharat / city

କୋରୋନା ପରୀକ୍ଷଣରେ ଦେଶର ଦ୍ବିତୀୟ ସ୍ଥାନରେ ଓଡ଼ିଶା

author img

By

Published : Aug 21, 2020, 5:47 PM IST

ନିକ କୋରୋନା ପରୀକ୍ଷା କରିବାରେ ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି ଓଡିଶା । ଯାହା ରାଜ୍ୟ ସରକାରଙ୍କ ସଫଳ କୋରୋନା ମୁକାବିଲାର ଏକ ବଳିଷ୍ଠ ଉଦାହରଣ ବୋଲି ପୁଣି ପ୍ରମାଣିତ ହୋଇଛି । ଅଧିକ ପଢନ୍ତୁ...

କୋରୋନା ପରୀକ୍ଷଣରେ ଦେଶର ଦ୍ବିତୀୟ ସ୍ଥାନରେ ଓଡ଼ିଶା
କୋରୋନା ପରୀକ୍ଷଣରେ ଦେଶର ଦ୍ବିତୀୟ ସ୍ଥାନରେ ଓଡ଼ିଶା

ଭୁବନେଶ୍ବର: ପୁଣି କୋରୋନା ପରୀକ୍ଷାରେ ଜାତୀୟ ହାରଠୁ ଉର୍ଦ୍ଧ୍ବରେ ରହିଲା ଓଡ଼ିଶା । ଦୈନିକ କୋରୋନା ପରୀକ୍ଷା କରିବାରେ ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି ଓଡିଶା । ଯାହା ରାଜ୍ୟ ସରକାରଙ୍କ ସଫଳ କୋରୋନା ମୁକାବିଲାର ଏକ ବଳିଷ୍ଠ ପ୍ରମାଣ ।

ଦେଶରେ ପ୍ରତି 10 ଲକ୍ଷ ଜନସଂଖ୍ୟା ମଧ୍ୟରୁ ଦୈନିକ 580 ଜଣଙ୍କର କୋରୋନା ପରୀକ୍ଷଣ ହେଉଥିବା ବେଳେ, ଏହି ସ୍ତରରେ ଓଡ଼ିଶା ବେଶ ଆଗରେ । ରାଜ୍ୟରେ ପ୍ରତି 10 ଲକ୍ଷ ଜନସଂଖ୍ୟା ମଧ୍ୟରୁ ଦୈନିକ 1265 ଜଣଙ୍କର ନମୁନା ପରୀକ୍ଷା ହେଉଥିବା ସ୍ପଷ୍ଟ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ଏହି ଆଧାରରେ ଗୋଆରେ 1826 ଜଣଙ୍କର ନମୁନା ପରୀକ୍ଷା ହେଉଥିବା ବେଳେ ପ୍ରକାଶିତ ରିପୋର୍ଟରେ ଶୀର୍ଷରେ ରହିଛି ଗୋଆ । ସେହିପରି ଦ୍ବିତୀୟ ସ୍ଥାନରେ ଓଡ଼ିଶା ରହିଥିବା ସ୍ପଷ୍ଟ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଯାହାକୁ ନେଇ ଟ୍ବିଟର ଯୋଗେ ଖୁସୀ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

@CMO_Odisha

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.