ETV Bharat / city

କୁମ୍ଭମେଳା ଫେରନ୍ତାଙ୍କ ଉପରେ ରାଜ୍ୟ ସରକାରଙ୍କ କଡା ନଜର - କୁମ୍ଭମେଳା ଫେରନ୍ତା

କୁମ୍ଭମେଳାକୁ ଯାଇଥିବା ଲୋକଙ୍କ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ଅଧିକ ପଢନ୍ତୁ...

କୁମ୍ଭମେଳା ଫେରନ୍ତାଙ୍କ ଉପରେ ରାଜ୍ୟ ସରକାରଙ୍କ ନଜର

author img

By

Published : Apr 18, 2021, 12:55 PM IST

ଭୁବନେଶ୍ବର: କୋରୋନା ମହାମାରୀର ଦ୍ବିତୀୟ ଲହରୀରେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଘଟିବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ସରକାର କୋଭିଡ ନିୟମକୁ କଡାକଡି ପାଳନ କରିବା ସହିତ ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିଛନ୍ତି । ତେବେ ଉତ୍ତରପ୍ରଦେଶର ହରିଦ୍ବାରରେ ଚାଲିଥିବା କୁମ୍ଭମେଳା ଫେରନ୍ତା କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସେଠାରୁ ଫେରୁଥିବା ଲୋକଙ୍କ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି ।

କୁମ୍ଭମେଳା ଫେରନ୍ତାଙ୍କ ଉପରେ ରାଜ୍ୟ ସରକାରଙ୍କ ନଜର

କୁମ୍ଭମେଳାରୁ ରାଜ୍ୟକୁ ଫେରୁଥିବା ଲୋକଙ୍କୁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଫେରନ୍ତାଙ୍କୁ ଟ୍ରାକ କରିବାକୁ ଜିଲ୍ଳାପାଳ ଓ ମୁନିସିପାଲଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତିଦିନ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେବାକୁ କୁହାଯାଇଛି । ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ମଧ୍ୟ କୁମ୍ଭମେଳା ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଛତିଶଗଡ଼ ସଂକ୍ରମଣ ଓଡିଶାର ଚିନ୍ତା ବଢ଼ାଉଥିବା ବେଳେ କୁମ୍ଭମେଳା ଫେରନ୍ତା ମଧ୍ୟ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି । ମହାରାଷ୍ଟ୍ର, ଗୁଜରାଟରେ ସଂକ୍ରମଣ ବଢିବା ପରେ ସେଠାରୁ ଓଡ଼ିଆ ପ୍ରବାସୀ ରାଜ୍ୟକୁ ଫେରିବେ, ଯାହାକି ପ୍ରମୁଖ ସମସ୍ୟା ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହି ପରିସ୍ଥିତିକୁ ରଖି ଏବେ ଠାରୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କୁମ୍ଭମେଳା ଫେରନ୍ତାଙ୍କ ତାଲିକା ସବୁ ଜିଲ୍ଲା ପ୍ରଶାସନଙ୍କୁ ପଠାଇ ଦିଆଯାଇଛି । ସେମାନଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛଇ । ନେଗେଟିଭ ରିପୋର୍ଟ ଥିଲେ ମଧ୍ୟ ସେମାନେ 14 ଦିନ ସଙ୍ଗରୋଧରେ ରହିବେ । ଜିଲ୍ଲା ପ୍ରଶାସନକୁ ସେମାନଙ୍କର ସଙ୍ଗରୋଧକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.