ETV Bharat / city

ମରୁଡି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ରାଜସ୍ବ ମନ୍ତ୍ରୀ

ମୌସୁମୀର ଆଗମନ ପରେ ମଧ୍ୟ ରାଜ୍ୟର ଅନେକ ଅଞ୍ଚଳରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଛି । ଏହାକୁ ନେଇ ଚିନ୍ତାରେ ରହିଛି ରାଜ୍ୟର ଚାଷୀକୂଳ । ଯଦି ବର୍ଷା ନ ହେବା କାରଣରୁ ମରୁଡି ଭଳି ସ୍ଥିତି ଉପୁଜେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ।

author img

By

Published : Jul 20, 2019, 11:12 PM IST

ଫାଇଲ ଫଟୋ

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟକୁ ମୌସୁମୀ ପ୍ରବେଶ ବିଳମ୍ବ ହେବା ସହ ବର୍ଷା ମଧ୍ୟ ଅସ୍ବାଭାବିକ ହୋଇଛି । ଜୁନ ମାସରେ ସ୍ବାଭାବିକ ଠାରୁ 1.5 ପ୍ରତିଶତ କମ ବୃଷ୍ଟିପାତ ହୋଇଛି । ଜୁଲାଇ 19 ତାରିଖ ସୁଦ୍ଧା ସ୍ବାଭାବିକ ଠାରୁ 20.8 ପ୍ରତିଶତ କମ ବର୍ଷା ହୋଇଛି । ଜୁନ ଓ ଜୁଲାଇ 19 ତାରିଖ ମଧ୍ୟରେ ସ୍ବାଭାବିକ ଠାରୁ 26 ପ୍ରତିଶତ କମ ବର୍ଷା ହୋଇଛି ।

ଗତକାଲି ମରୁଡି ପରିସ୍ଥିତି ନେଇ ବିଧାୟକ ଉଦବେଗ ପ୍ରକାଶ କରିଥିବା ବେଳେ ଆଜି ରାଜସ୍ବ ମନ୍ତ୍ରୀ ବିଧାନସଭାରେ ବିବୃତ୍ତି ରଖିଛନ୍ତି । ଏଥିସହିତ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିହନ ଆକସ୍ମିକ ଯୋଜନା ଗଠନ କରାଯାଇଛି । ମରୁଡି ପରିସ୍ଥିତି ଗୁରୁତର ହେଲେ ଏହି ଯୋଜନା ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରାଜସ୍ବମନ୍ତ୍ରୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ୍, ଭୁବନେଶ୍ୱର

ରାଜ୍ୟର 30ଟି ଜିଲ୍ଲା ମଧ୍ୟରୁ କୋରାପୁଟ, ଖୋର୍ଦ୍ଧା, ନବରଙ୍ଗପୁର, କଟକ, କଳାହାଣ୍ଡି, ଝାରସୁଗୁଡା, ପୁରୀ, ମାଲକାନଗିରି ଏବଂ ବରଗଡ ଆଦି 9ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଅନ୍ୟ 21ଟି ଜିଲ୍ଲାର 206ଟି ବ୍ଲକରେ ବର୍ଷାର ପରିମାଣ କମ ରହିଛି । ସେ ମଧ୍ୟରୁ 24ଟି ବ୍ଲକରେ 59 ପ୍ରତିଶତରୁ ଅଧିକ ନିଅଣ୍ଟ ବୃଷ୍ଟିପାତ ହୋଇଛି । ବଲାଙ୍ଗିର ଜିଲ୍ଲାର ଗୁଡଭେଲା, ତୁରେଇକେଲା, ପାଟଣାଗଡ ଓ ସଇଁତଳା ବ୍ଲକରେ ସ୍ବାଭାବିକ ବର୍ଷା ହୋଇଥିଲେ ହେଁ, ଅନ୍ୟ 10ଟି ବ୍ଲକରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଖରିଫରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ କେତେକ ଅଞ୍ଚଳରେ ବିହନବୁଣା ବିଳମ୍ବ ହୋଇଛି । କିଛି ଅଞ୍ଚଳରେ ଏଯାଏଁ ରୁଆ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏଭଳି ସ୍ଥିତି ଉପରେ ନଜର ରଖିବା ପାଇଁ କୃଷି ଉତ୍ପାଦନ କମିଶନରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ପ୍ରତି ସପ୍ତାହରେ ପାଣିପାଗ ଓ କୃଷି ସମ୍ବନ୍ଧୀୟ ପରିସ୍ଥିତିର ସମୀକ୍ଷା କରୁଛି । ଓଡିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଏକ ମରୁଡି ମନିଟରିଂ କମିଟି କାର୍ଯ୍ୟ କରୁଛି । ସବୁ ଜିଲ୍ଲାରେ ମଧ୍ୟ ଏହି କମିଟି ରହିଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.