ETV Bharat / city

Omicron Scare: ବଦଳିପାରେ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି

author img

By

Published : Dec 29, 2021, 1:07 PM IST

Updated : Dec 29, 2021, 3:41 PM IST

ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର(Primary School Reopen Decision Many Withdraw In Odisha) । ନିଷ୍ପତ୍ତି ବଦଳା ଯାଇପାରେ କିହଲେ DMET ରମାରମଣ ମହାନ୍ତି । ଅଧିକ ପଢନ୍ତୁ

Omicron Scare: ବଦଳିପାରେ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି
Omicron Scare: ବଦଳିପାରେ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି

ଭୁବନେଶ୍ବର: ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର(Primary School Reopen Decision Many Withdraw In Odisha) । ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବ ନିଷ୍ପତ୍ତି ଉପରେ ବିଚାର ବିମର୍ଷ କରାଯିବ ବୋଲି DMET ରମାରମଣ ମହାନ୍ତି କହିଛନ୍ତିତେଣୁ ଆସନ୍ତା ୩ ରେ ସ୍କୁଲ୍ ଖୋଲିନପାରେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ବଦଳିପାରେ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି

ସେ କହିଛନ୍ତି ଯେ, ରାଜ୍ୟରେ କୋରୋନା ମାମଲା କମିଛି ହେଲେ ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଜି(ବୁଧବାର) ଆଉ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ଓମିକ୍ରନ ମାମଲା ୯କୁ ବୃଦ୍ଧି ପାଇଛି । ସେପଟେ ସବୁ ସ୍ଥିତିର ମୁକାବିଲା କରି ନୂଆବର୍ଷରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ (decision of opening primary schools may be changed)। ଓମିକ୍ରନ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏ ନିଷ୍ପତ୍ତି ବଦଳା ଯାଇପାରେ ବୋଲି କହିଛନ୍ତି DMET ରମାରମଣ ମହାନ୍ତି । ପୂର୍ବ ସ୍ଥିତିକୁ ଦେଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ। ସେବେ ଓମିକ୍ରିନ ଆସିନଥିଲା କି ସଂକ୍ରମିତଙ୍କ ସଂଖ୍ୟା ବଢିନଥିଲା । ଏବେ ସଂଖ୍ୟା ବଢିଲାଣି ନିଷ୍ପତ୍ତି ବଦଳିପାରେ ବୋଲି କହିଛନ୍ତି DMET ।

ଏହା ମଧ୍ୟ ପଢନ୍ତୁ:- Primary Schools To Reopen: ନୂଆବର୍ଷରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ, ସକାଳ ୯ରୁ ୧୨ ଯାଏଁ ପାଠପଢା

ସୂଚନା ଅନୁଯାୟୀ, ଗତକାଲି(ମଙ୍ଗଳବାର) ରାଜ୍ୟରେ ଆସନ୍ତା 3 ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ସୂଚନା ଦେଇଥିଲେ । ଯାହାକୁ ବିରୋଧ କରିଥିଲା ଅଭିଭାବକ ମହାସଙ୍ଘ । କୋରୋନାର ତୃତୀୟ ଲହରରେ ଓମିକ୍ରନ ସଂକ୍ରମଣ ବଢୁ ଥିବାବେଳେ ଏହି ସମୟରେ କିଭଳି ଭାବରେ ଛୋଟ ପିଲାଙ୍କ କ୍ଳାସ କରାଯିବ ସେନେଇ ପ୍ରଶ୍ନ କରିଥିଲେ । ଏପରିକି ପ୍ରାଇଭେଟ ସ୍କୁଲମାନଙ୍କ ପ୍ରରୋଚନାରେ ସରକାର ସ୍କୁଲ୍ ଖୋଲିବାକୁ ତରବରିଆ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- Private School ପ୍ରରୋଚନାରେ ସ୍କୁଲ ଖୋଲୁଛନ୍ତି ସରକାର: ଅଭିବାବକ ମହାସଙ୍ଘ ସଭାପତି

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Dec 29, 2021, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.