ଭୁବନେଶ୍ବର: ଏଣିକି ସହରାଞ୍ଚଳରେ ସୁଲଭ ମୂଲ୍ୟରେ ମିଳିବ ଘର (House Allotment System) । ଆଉ ଏହି ଘର ଯୋଗାଇଦେବେ ରାଜ୍ୟ ସରକାର । ଘର ଯୋଗାଇବାରେ ରହିବନି ଧନୀ ଓ ଗରିବ ଭେଦଭାବ । ଯେକୌଣସି ଲୋକ ଚାହିଁଲେ ସହରରେ ହାଉସିଂ ଘର ପଲିସି ମାଧ୍ୟମରେ ଘର କିଣିପାରିବେ । ଏନେଇ ଭୁବନେଶ୍ୱରରେ ପ୍ରାୟ ୧୦ ହଜାର ଘର ବିଏମସି ଓ ବିଡିଏ ସହ ଅନ୍ୟାନ ଘରୋଇ ସଂସ୍ଥା ଦ୍ୱାରା ଘର ତିଆରି ଚାଲିଛି ।
୫ଟି ସଂସ୍ଥା ମାଧ୍ୟମରେ ଘରେ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା କରାଯାଉଛି । ଅନ୍-ଲାଇନ ହାଉସିଂ ଆଲଟମେଣ୍ଟ ଆବେଦନ ପ୍ରକ୍ରିୟା କରାଯାଇଛି (Housing For All) । ଯେ କୌଣସି ବ୍ୟକ୍ତି ଚାହିଁଲେ ଘରେ ବସି ଅନଲାଇନ ମାଧ୍ୟମରେ ଆବେଦନ କରିବା ସହ କେଉଁଠି କେତେ ଘର ରହିଛି, କଣ ସୁବିଧା ରହିଛି ଏ ସମ୍ପର୍କରେ ସବୁ କିଛି ଜାଣିପାରିବେ । ଫଳରେ ଆଉ କାହାକୁ ବାରମ୍ବାର ଅଫିସ ଆସିବାକୁ ପଡିବ ନାହିଁ ।
ତେବେ ବିଡିଏ ଅଧୀନରେ ୪ଟି ଡିଭିଜନରେ ଘର ସବୁ ତିଆରି ଚାଲିଛି । ଏଥିରେ ସାଧାରଣ ଲୋକେ ସୁବିଧା ପାଇପାରିବେ ବୋଲି ଆଶା କରିଛି ବିଭାଗ । ଏବେଠୁ ପାଖାପାଖି ୧୫୦୦ ଘର ଦିଆଯାଇଛି । ଆଗକୁ ଆହୁରି ଘର ମିଳିବ । ଗୃହ ଯୋଜନାର ହେବ ସଫଳ ରୂପାୟନ। ଏହାସହ ଯୋଜନାରେ ସ୍ୱଚ୍ଛତା ଆଣିବାକୁ ଯାଇ ରାଜ୍ୟ ଗୃହ ନିର୍ମାଣ ଓ ସହରାଞ୍ଚଳ ଉନ୍ନୟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଆପ ପ୍ରସ୍ତୁତ କରାଯାଇଛି ।
ଓକାକ ସହାୟତାରେ ହାଉସ ଆଲଟମେଣ୍ଟ ସିଷ୍ଟମ ନାମକ ଆପ୍ ଆଜି ଲୋକାର୍ପିତ ହୋଇଛି । ଆପକୁ ଲୋକାର୍ପିତ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ରାଜ୍ୟର କୋଉଠି ବି ଆପଣ ରହି ବା ଘରେ ବସି ଆପଣଙ୍କ ସୁବିଧା ମୁତାବକ ଗୋଟିଏ କ୍ଳିକରେ ହାଉସ ଆଲଟମେଣ୍ଟ ସିଷ୍ଟମ ଆପକୁ ଯାଇ ଆବେଦନ କରିପାରିବେ । ଏହାଦ୍ୱାରା ହିତାଧିକାରୀଙ୍କୁ ଆଉ ବିଡିଏ କିମ୍ବା କୌଣସି ବିଲଡରଙ୍କ ପାଖକୁ ଦୌଡ଼ିବାକୁ ପଡିବ ନାହିଁ ।
ଅନଲାଇନ ପଞ୍ଜିକରଣ କରି ଏହି ସୁବିଧା ପାଇପାରିବେ । ଆଗରୁ କେବଳ ଅଫଲାଇନ ଥିବା ବେଳେ ସ୍ବଚ୍ଛତା ଓ ସୂଚନା ପାଇଁ ଏହି ଅନଲାଇନ ଆପ୍ କରାଯାଇଛି । ଆଉ ଏହି ଯୋଜନାରେ ସରକାରୀ ହେଉ ଅଥବା ବେସରକାରୀ ହାଉସିଂ ପ୍ରୋଜେକ୍ଟ କଲେ EWS ବା ଅର୍ଥନୈତିକ ଦୁର୍ବଳ ବର୍ଗଙ୍କ ପାଇଁ ସଂରକ୍ଷଣ ରଖିବାକୁ ବାଧ୍ୟ । ସରକାରୀ ପ୍ରକଳ୍ପରେ ଶତକଡା ୨୦ ଓ ବେସରକାରୀ ପ୍ରକଳ୍ପରେ ଶତକଡା ୧୦ପ୍ରତିଶତ ସଂରକ୍ଷଣ ବାଧ୍ୟ । ହିତାଧିକାରୀଙ୍କୁ ଗୃହ ପାଇଁ ୬ ଲକ୍ଷ ଟଙ୍କା ଦେବାକୁ ପଡିବ । ସେହିଭଳି ବିଲଡର ହୁଅନ୍ତୁ ଅଥବା ସରକାରୀ ସଂସ୍ଥା ପ୍ରୋଜେକ୍ଟ ଆପ୍ରୁଭାଲ ବେଳେ ଯୋଜନାରେ ସଂରକ୍ଷଣ ବ୍ୟବସ୍ଥା ସ୍ପଷ୍ଟ ହେବ । ଆଉ ସମସ୍ତ ସଂସ୍ଥା ଯୋଜନାର ନିୟମକୁ ବି ମାନିବେ । ନମାନିଲେ ଗୃହ ନିର୍ମାଣ ପାଇଁ ଆପ୍ରୁଭାଲ ବା ଅନୁମତି ମିଳିବନି । ତେବେ ଗୃହ ଆବଣ୍ଟନ ଲଟେରୀ ମାଧ୍ୟମରେ ହେବ । ଏହାଦ୍ୱାରା ସମାଜର EWS ବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ହିତାଧିକାରୀ ଉପକୃତ ହୋଇପାରିବେ । ଏଥିରେ ସ୍ୱଚ୍ଛତା ରହିବ ବୋଲି ମନ୍ତ୍ରୀ ଉଷା ଦେବୀ କହିଛନ୍ତି । କାରଣ ଏହା ସରକାରଙ୍କର ନୂଆ ନିୟମ ନୁହେଁ । ଅନ୍ୟପଟେ ଭୁବନେଶ୍ବରରେ ବର୍ତ୍ତମାନ EWS ଶ୍ରେଣୀର ହିତାଧିକାରୀଙ୍କୁ ପାଇଁ ୬୦୦୦ ଓ ଅନ୍ୟାନ୍ୟ ବର୍ଗ ପାଇଁ ୧ ହଜାର ଗୃହ ନିର୍ମାଣ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର