ETV Bharat / city

ଶହୀଦ ପରିବାରଙ୍କୁ ସହାୟତା ରାଶି ୧୦ଲକ୍ଷକୁ ବୃଦ୍ଧି - ଶହୀଦ ପରିବାରଙ୍କୁ ମିଳିବ ୧୦ ଲକ୍ଷ ଅନୁକମ୍ପା ରାଶି

ଶହୀଦ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବୀରଗତି ପ୍ରାପ୍ତ ଶହୀଦ ପରିବାରଙ୍କୁ ପ୍ରଦାନ ଅନୁକମ୍ପା ମୂଳକ ସହାୟତା ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ଶହୀଦ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଏଣିକି ମିଳିବ ୧୦ ଲକ୍ଷ ଅନୁକମ୍ପା ରାଶି

author img

By

Published : May 4, 2022, 5:39 PM IST

Updated : May 4, 2022, 5:48 PM IST

ଭୁବନେଶ୍ବର: ଯୁଦ୍ଧ ଓ ଉଗ୍ରବାଦର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ଶହୀଦ ପରିବାରଙ୍କୁ ଦିଆଯାଉଥିବା ଅନୁକମ୍ପା ମୂଳକ ସହାୟତା ରାଶି ବୃଦ୍ଧି । ଅନୁକମ୍ପା ମୂଳକ ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର । ସହାୟତା ରାଶି ପରିମାଣକୁ ପାଞ୍ଚ ଲକ୍ଷରୁ ଦଶ ଲକ୍ଷକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଯୁଦ୍ଧ ତଥା ଉଗ୍ରବାଦର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ଶହୀଦ ଓଡ଼ିଆ ଯବାନଙ୍କ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ପରିମାଣ ବୃଦ୍ଧି କରାଯାଇଛି । ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀରେ ରହି ଦେଶ ପାଇଁ ପ୍ରାଣବଳୀ ଦେଉଥିବା ଯବାନ ଓ ଅଫିସରଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ଏହି ସହାୟତା ପାଣ୍ଠି ଗଠନ କରିଛନ୍ତି । ପ୍ରାଥମିକ ଭାବରେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବାବେଳେ 2010 ଓ 2012 ରେ ଏହାକୁ ଯଥାକ୍ରମେ ଦୁଇ ଲକ୍ଷ ଓ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ସହାୟତା ରାଶିରେ ଆଉ ୫ ଲକ୍ଷ ଯୋଡି ୧୦ ଲକ୍ଷ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 4, 2022, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.