ETV Bharat / city

Odisha Panchayat Polls: ଖୁବଶୀଘ୍ର ECଙ୍କ ନିକଟରେ ସଂରକ୍ଷଣ ତାଲିକା ଦାଖଲ କରିବେ ସରକାର - ଓଡିଶା ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ନିର୍ବାଚନ ନେଇ ଖୁବଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗ (EC) ନିକଟରେ ଦାଖଲ କରିବେ ସରକାର । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Odisha Panchayat Polls: ; ନିର୍ବାଚନ ଆୟୋଗ ନିକଟରେ ଚୂଡାନ୍ତ ସଂରକ୍ଷଣ ତାଲିକା ଦାଖଲ କରିବେ ସରକାର

author img

By

Published : Dec 28, 2021, 12:00 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ (Panchayat Polls)ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ଖୁବଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗ (EC) ନିକଟରେ ଦାଖଲ କରିବେ ସରକାର । ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ପ୍ରକାଶ କରିସାରିଛି ପଞ୍ଚାୟତିରାଜ ବିଭାଗ । ଆସନ୍ତା କିଛି ଦିନ ଭିତରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ତାଲିକା ପ୍ରକାଶ କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

ତେବେ ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ସମସ୍ତ ସଂରକ୍ଷଣ ତାଲିକା ଚୂଡାନ୍ତ କରି ନିର୍ବାଚନ ଆୟୋଗକୁ ଦିଆଯିବ । କୋର୍ଟଙ୍କ ନିର୍ଦେଶ ଅନୁସାରେ ସମସ୍ତ ପ୍ରକ୍ରିୟା ହେଉଥିବାରୁ ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହେଉଛି । ସଂରକ୍ଷଣ 50 ପ୍ରତିଶତ ଟପିବନି ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି । ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.