ଭୁବନେଶ୍ବର: ମାଡି ପଡୁଛି ଋଣ ଭାର । ବିଗୁଡିଛି ରାଜ୍ୟର ଅର୍ଥନୀତି । ସମ୍ବଳ ଯୋଗାଡ କରିବାରେ ଲାଗି ପଡିଛନ୍ତି ସରକାର । ହେଲେ ଆମେ ଭଲ ସ୍ଥିତିରେ ଅଛୁ ବୋଲି କହିବାକୁ ପଛାଉନାହାଁନ୍ତି ।
ଅର୍ଥ ସଚିବଙ୍କ ସୂଚନା ମୁତାବକ, ଗତ ସେପ୍ଟେମ୍ବର ସୁଦ୍ଧା ସରକାର 83 ହଜାର 307 କୋଟି ଋଣ କରିଛନ୍ତି । ଯାହାକି ମୋଟ GSDP ର 15 ପ୍ରତିଶତ । ଏହାସହ ଏବର୍ଷ 3 ହଜାର 500 କୋଟି ଟଙ୍କାର ଋଣ ଖୋଲା ବଜାରରୁ ଆସିଛି । ଆଗକୁ ଯାହା ସ୍ଥିତି ରହିଛି ଋଣ ଭାର ବଢିପାରେ । ତେବେ ଏସବୁ ଭିତରେ ଆମେ ଭଲ ସ୍ଥିତିରେ ଅଛୁ ବୋଲି ଅତିରିକ୍ତ ବଜେଟକୁ ନେଇ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ