ଭୁବେନଶ୍ବର: ଘରୋଇ ବସ ମାଲିକ ସଂଘର ଦାବି ଶୁଣିଲେ ରାଜ୍ୟ ସରକାର । ଦାବି ମୁତାବକ ସରକାର ଏପ୍ରିଲ, ମେ ଓ ଜୁନ ମାସର ଟିକସ ଛାଡ଼ କରିଛନ୍ତି । ଏ ନେଇ ଶୁକ୍ରବାର ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମୋଟର ଯାନ ଟିକସ ଛାଡ଼ କରିବାକୁ ସଂଘର ପ୍ରମୁଖ ଦାବି ରହିଥିଲା । ଯେହେତୁ ରାସ୍ତାରେ ଗାଡ଼ି ଗଡି ନାହିଁ ଏବଂ ମାଲିକ ଅନେକ କ୍ଷତି ସହିଛନ୍ତି ତେଣୁ ଏହାକୁ ଛାଡ଼ ପାଇଁ ଦାବି ତେଜିଥିଲା । ଯାହାକୁ ଶେଷରେ ରାଜ୍ୟ ସରକାର ଶୁଣିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ବସ ମାଲିକଙ୍କୁ ଆଶ୍ବସ୍ତି ମିଳିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ , ଇଟିଭି ଭାରତ