ETV Bharat / city

ରାଜ୍ୟ ସରକାରଙ୍କୁ ୧.୫୮ କୋଟି ଲାଭାଂଶ ପ୍ରଦାନ କଲା ଓଡିଶା ବନ ଉନ୍ନୟନ ନିଗମ

ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ କୋଟି ୫୮ ଲକ୍ଷ ୧୩ ହଜାର ୧୭୫ ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଚେକ ପ୍ରଦାନ କଲେ ନିଗମର ଅଧ୍ୟକ୍ଷ । ଅଧିକ ପଢନ୍ତୁ...

author img

By

Published : Aug 12, 2021, 8:30 PM IST

Updated : Aug 12, 2021, 9:32 PM IST

ରାଜ୍ୟ ସରକାରଙ୍କୁ ୧.୫୮ କୋଟି ଲାଭାଂଶ ପ୍ରଦାନ କଲା ଓଡିଶା ବନ ଉନ୍ନୟନ ନିଗମ
ରାଜ୍ୟ ସରକାରଙ୍କୁ ୧.୫୮ କୋଟି ଲାଭାଂଶ ପ୍ରଦାନ କଲା ଓଡିଶା ବନ ଉନ୍ନୟନ ନିଗମ

ଭୁବନେଶ୍ବର: ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ କୋଟି ୫୮ ଲକ୍ଷ ୧୩ ହଜାର ୧୭୫ ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଗମର ପରିଚାଳନା ନିର୍ଦ୍ଦେଶକ ରାଜୀବ କୁମାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏହି ପରିମାଣରେ ଚେକ୍‌ ପ୍ରଦାନ କରିଛନ୍ତି ।

୨୦୧୯-୨୦ ଆର୍ଥିକ ବର୍ଷରେ ବନ ଉନ୍ନୟନ ନିଗମ ଟିକସ ପରେ ୧୦.୫୪ କୋଟି ଟଙ୍କା ଲାଭ ପାଇଥିଲା । ରାଜ୍ୟ ସରକାରଙ୍କ ଲାଭାଂଶ ବାବଦରେ ୧.୫୮ କୋଟି ଟଙ୍କା ପ୍ରଦାନ କରିଛି । ୧୯୬୨ ମସିହାରେ ସୃଷ୍ଟି ହୋଇଥିବା ଓଡିଶା ବନ ଉନ୍ନୟନ ନିଗମ ହେଉଛି ଦେଶର ସର୍ବ ପୁରାତନ ବନ ନିଗମ । ଗତ ୧୫ ବର୍ଷରୁ ଅଧିକ ସମୟ ଧରି ଏହା କ୍ରମାଗତ ଭାବେ ଲାଭ କରିଆସୁଛି ।

ସାରା ରାଜ୍ୟରେ ଏହାର ୨୦ଟି ଡିଭିଜନରେ ୫୨ଟି କେନ୍ଦ୍ରୀୟ କାଠ ଡିପୋ ଓ ୬୭ଟି ଜାଳେଣି କାଠ ଡିପୋ ରହିଛି । ଚଳିତ ବର୍ଷ ନିଗମ ୪.୮୧ ଲକ୍ଷ ଚାରା ରୋପଣ କରିଛି । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ସ୍ବାଗତ ଭାଷଣ ଦେବା ସହ ନିଗମର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଛନ୍ତି । ନିଗମର ଅଧ୍ୟକ୍ଷ ପରାଗ ଗୁପ୍ତା, ଉନ୍ନୟନ କମିଶନର ପି.କେ. ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 12, 2021, 9:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.