ETV Bharat / city

ଅରଣ୍ୟ ଭବନ ପରିସରରେ ବିଶାଳ ଜାତୀୟ ପତାକା ଉତ୍ତୋଳନ

ରାଜ୍ୟ ବନ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଅରଣ୍ୟ ଭବନ ପରିସରରେ ବିଶାଳ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ୧୦୦ ଫୁଟ ଉଚ୍ଚର ପତାକା ସ୍ତମ୍ଭରେ ଉତ୍ତୋଳନ ହୋଇଥିବା ଏହି ରାଷ୍ଟ୍ରୀୟ ଧ୍ବଜଟି ବର୍ଷସାରା କାର୍ଯ୍ୟାଳୟ ପରିସରରେ ସ୍ଥାୟୀଭାବେ ଉଡିବ । ଅଧିକ ପଢ଼ନ୍ତୁ

author img

By

Published : Aug 12, 2022, 4:41 PM IST

ଅରଣ୍ୟ ଭବନ ପରିସରରେ ଉତ୍ତୋଳନ ହେଲା ବିଶାଳ ଜାତୀୟ ପତାକା

ଭୁବନେଶ୍ବର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ମନାଉଛି ସାରା ଦେଶ । ଏହିକ୍ରମରେ ବନ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଅରଣ୍ୟ ଭବନ ପରିସରରେ ୧୦୦ ଫୁଟ ଉଚ୍ଚର ପତାକା ସ୍ତମ୍ବ ଓ ୩୬. ୨୪ ଫୁଟ ଆକାରର ବିଶାଳ ଜାତୀୟ ପତାକା ଉତ୍ତୋଳନ କରାଯାଇଛି ।

ଆଉ ଦୁଇଦିନ ପରେ ଭାରତ ସ୍ବାଧିନତାକୁ ପୂରିବ ୭୫ ବର୍ଷ । ସାରାଦେଶରେ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ ହେଉଥିବାବେଳେ, ଓଡ଼ିଶା ବନ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଅରଣ୍ୟ ଭବନ ପରିସରରେ ପ୍ରାୟ ୧୦୦ ଫୁଟ ଉଚ୍ଚର ବିଶାଳ ଜାତୀୟ ପତାକା ଉତ୍ତୋଳନ କରାଯାଇଛି ।

ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ 'ଆଜାଦି କା ଅମୃତ ମହୋତ୍ସବ' ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ହର ଘର ତିରଙ୍ଗା' ଆହ୍ବାନକ୍ରମେ ଆସନ୍ତା କାଲିଠାରୁ ସ୍ବାଧିନତା ଦିବସ ପର୍ଯ୍ୟନ୍ତ (13 August to 15 August) ସମସ୍ତେ ନିଜ ନିଜ ଘରେ ଜାତୀୟ ପତାକା ଉଡ଼ାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ତେବେ ଏହି ଅବସରରେ ରାଜ୍ୟର ବନ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଅରଣ୍ୟ ଭବନ ପରିସରରେ ପ୍ରାୟ ୧୦୦ ଫୁଟ ଉଚ୍ଚର ପତାକା ସ୍ତମ୍ଭ ନିର୍ମାଣ କରାଯାଇ ଏକ ବିଶାଳ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଛି । ଏହି ଜାତୀୟ ପତାକାର ଆକାର ପ୍ରାୟ ୩୬.୨୪ ଫୁଟ ବୋଲି ଜଣାପଡ଼ିଛି । ଏହି ବିଶାଳ ରାଷ୍ଟ୍ରୀୟ ଧ୍ବଜଟି ବର୍ଷସାରା ଏହି କାର୍ଯ୍ୟାଳୟ ପରିସରରେ ସ୍ଥାୟୀଭାବେ ଉଡିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.