ETV Bharat / city

ଓଡିଶାର ପ୍ରଥମ Rapid Antigen Test kitକୁ ICMRର ଅନୁମୋଦନ, ଓମିକ୍ରନ ବି ହେବ ଚିହ୍ନଟ

ଓଡ଼ିଶାର ପ୍ରଥମ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌କୁ ICMRର ଅନୁମତି । IMCOV-AG କିଟକୁ ଅନୁମତି ମିଳିଥିବା ଜଣାପଡିଛି । ଅଧିକ ପଢନ୍ତୁ

author img

By

Published : Jan 28, 2022, 4:01 PM IST

Updated : Jan 28, 2022, 8:28 PM IST

ଓଡିଶା ପ୍ରଥମ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌କୁ ICMR ର ଅନୁମୋଦନ

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌କୁ ICMRର ଅନୁମତି । IMCOV-AG କିଟକୁ ଅନୁମତି ମିଳିଥିବା ଜଣାପଡିଛି । ମେକ୍‌ ଇନ୍‌ ଓଡ଼ିଶା ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ IMCOV-AGକୁ ଭୁବନେଶ୍ବର ଇମ୍‌ଜେନେକ୍ସ ଇଣ୍ଡିଆ ଲିମିଟେଡ୍‌ ପ୍ରସ୍ତୁତ କରିଛି ।

ଭୁବନେଶ୍ବର RMRC-ଇମ୍‌ଜେନେକ୍ସ ଇଣ୍ଡିଆ ମିଳିତ ଉଦ୍ୟମରେ ଏହି କିଟ୍ ପ୍ରସ୍ତୁତ ହୋଇଛି । ୨ ମାସ ମଧ୍ୟରେ IMCOV-AG କିଟ୍‌ ବଜାରରେ ମିଳିବ ବୋଲି ଇମ୍‌ଜେନେକ୍ସ CEO କହିଛନ୍ତି । କିଟ୍‌କୁ ଗତକାଲି (ଗୁରୁବାର) ICMR ଅନୁମତି ଦେଇଥିବା RMRC ନିର୍ଦ୍ଦେଶିକା କହିଛନ୍ତି ।

ଓଡିଶାର ପ୍ରଥମ Rapid Antigen Test kitକୁ ICMRର ଅନୁମୋଦନ, ଓମିକ୍ରନ ବି ହେବ ଚିହ୍ନଟ

COVID-19 ମହାମାରୀ ବିଶ୍ଵବ୍ୟାପି ଅର୍ଥନୈତିକ ଏବଂ ସାମାଜିକ ବିପର୍ଯ୍ୟୟର କାରଣ ହୋଇଛି । IMGENEX ଭାରତ ଓ RMRC ଭୁବନେଶ୍ୱରଙ୍କ ସହଯୋଗରେ ଏକ ରାପିଡ ଆଣ୍ଟିଜେନ ଟେଷ୍ଟ (RAT) କିଟ୍ ବିକଶିତ କରିଛି ବୋଲି ଘୋଷଣା କରାଯାଇଛି । RMRC ର ଆଭ୍ୟନ୍ତରୀଣ ଆଧାର କରି ଭୁବନେଶ୍ୱର ନୂଆଦିଲ୍ଲୀ ସ୍ଥିତ ICMR କେନ୍ଦ୍ରୀୟ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରାଯାଇଥିଲା ।

Rapid Antigen Test kit: ଓଡିଶାର ପ୍ରଥମ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌କୁ ICMRର ଅନୁମୋଦନ

ଏହା ମଧ୍ୟ ପଢନ୍ତୁ:- ICMRର ନୂଆ କୋଭିଡ ଟେଷ୍ଟିଂ କିଟ୍‌, 2 ଘଣ୍ଟାରେ ମିଳିପାରିବ ନୂଆ ଭାରିଆଣ୍ଟର ରିପୋର୍ଟ

ତୃତୀୟ-ପକ୍ଷ ପରୀକ୍ଷଣ ରିପୋର୍ଟ ଉପରେ ଆଧାର କରି, ICMR ଆଜି ଏହି କିଟ୍‌କୁ ଅନୁମୋଦନ ଦେଇଛି । ଏହି ଉଚ୍ଚ ସମ୍ବେଦନଶୀଳ କିଟ୍ Covid-19 ର ସମସ୍ତ ପ୍ରକାର ଚିହ୍ନଟ କରିପାରିବ । ଏହା ହେଉଛି ପ୍ରଥମ RAT କିଟ୍ ଯାହା ଓଡିଶା ଏବଂ ଭାରତର ଇଷ୍ଟର୍ଣ୍ଣ ଜୋନ୍ ଏକ କମ୍ପାନୀ ଦ୍ୱାରା ବିକଶିତ ହୋଇଛି । ଏହି କିଟ୍‌ର ବିକାଶ ପାଇଁ 1 କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ ହୋଇଥିବା କୁହାଯାଇଛି ।

ତେବେ ଆଗକୁ ମଧ୍ୟ ଭୁବନେଶ୍ବର ICMR ମ୍ୟାଲେରିଆ ଏବଂ ପ୍ରେଗାନ୍ସି ଭଳି ବିଭିନ୍ନ କିଟ୍ ତିଆରି ପାଇଁ ଲକ୍ଷ୍ୟ ରଖିଥିବା ବୈଜ୍ଞାନିକ ସନ୍ତୋଷ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ସାଧାରଣ ବର୍ଗଙ୍କ ପାଇଁ ସୁଲଭ ମୂଲ୍ଯରେ ହି କିଟ୍ ଉପଲବ୍ଧ ହେବ । ପରୀକ୍ଷାର ୧୫ ମିନିଟ୍ ମଧ୍ୟରେ କୋଭିଡ ସଂକ୍ରମଣ ବାବଦରେ ଜଣାପଡିବ । ସେହିପରି ଏହି କିଟ୍ ମାଧ୍ୟମରେ ଓମିକ୍ରନ ମଧ୍ୟ ଚିହ୍ନଟ ହୋଇପାରିବ ବୋଲି ବୈଜ୍ଞାନିକ ମହାନ୍ତି କହିଛନ୍ତି ।

ଅନ୍ୟୁପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କିଟ୍ ନିର୍ମାଣ କରିଥିବା ଭୁବନେଶ୍ବର ସ୍ଥିତ IMGENEX କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 28, 2022, 8:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.