ETV Bharat / city

ମରୁଡ଼ି ଯୋଗୁଁ ଚାଷୀଙ୍କୁ ଚାଷ ଚିନ୍ତା, ବାଧକ ସାଜିଛି ସାର ଅଭାବ - ଚାଷୀଙ୍କ ପାଇଁ ନାହିଁ ସାର

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଅଭାବରୁ ମରୁଡି ସ୍ଥିତି ଉପୁଜିଛି । ଯେଉଁଠି ବର୍ଷା ହୋଇଛି ସେଇଠି ଚାଷୀମାନଙ୍କୁ ଘାରିଛି ସାର ଚିନ୍ତା । କେଉଁଠି ଗଜା ମରୁଡି ତ ଆଉ କେଉଁଠି ସାର ଅଭାବରୁ ଚାଷ କାମ ଆଗେଇ ପାରୁନି । ଅଧିକ ପଢ଼ନ୍ତୁ...

ମରୁଡ଼ି ଯୋଗୁଁ ଚାଷୀଙ୍କୁ ଚାଷ ଚିନ୍ତା, ବାଧକ ସାଜିଛି ସାର ଅଭାବ

author img

By

Published : Jul 28, 2021, 9:51 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଅଭାବରୁ ମରୁଡି ସ୍ଥିତି ଉପୁଜିଛି । ଯେଉଁଠି ବର୍ଷା ହୋଇଛି ସେଇଠି ଚାଷୀମାନଙ୍କୁ ଘାରିଛି ସାର ଚିନ୍ତା । କେଉଁଠି ଗଜା ମରୁଡି ତ ଆଉ କେଉଁଠି ସାର ଅଭାବରୁ ଚାଷ କାମ ଆଗେଇ ପାରୁନି । ସରକାର ସାର ଯୋଗାଇବାରେ ବିଫଳ ହେଉଥିବାବେଳେ କଳାବଜାରୀ ସକ୍ରିୟ ହେବା ଚାଷୀଙ୍କ ସମସ୍ୟାକୁ ଦ୍ବି-ଗୁଣିତ କରିଛି । ଏହାରି ମଧ୍ୟରେ ଚିରାଚରିତ ଢଙ୍ଗରେ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପ କରିଛନ୍ତି । ଚାଷୀଙ୍କ ସମସ୍ୟା ସମାଧାନ କରିବା ପାଇଁ ବିଜେପି ଦାବି କରୁଥିବାବେଳେ କଂଗ୍ରେସ ବିକ୍ଷୋଭ କରୁଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଚାଷୀଙ୍କୁ ସାର ଯୋଗାଇ ଦେଇଥିବାବେଳେ ରାଜ୍ୟ ସଠିକ ଭାବେ ଚାଷୀଙ୍କୁ ସାର ଯୋଗାଇବାରେ ବିଫଳ ହେଉଥିବା ବିଜେପି ଅଭିଯୋଗ କରିଛି । ସେପଟେ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି ହେଲେ ଆବଶ୍ୟକୀୟ ସାର ଯୋଗାଇବାରେ ବିଫଳ ହୋଇଛି କେନ୍ଦ୍ର ସରକାର ବୋଲି ବିଜେଡି କହିଛି ।

ମରୁଡ଼ି ଯୋଗୁଁ ଚାଷୀଙ୍କୁ ଚାଷ ଚିନ୍ତା, ବାଧକ ସାଜିଛି ସାର ଅଭାବ
ରାଜ୍ୟକୁ କେନ୍ଦ୍ର ଯୋଗାଇ ଦେଇଥିବା ସାରର ହିସାବ ଦେଇଛି ଶାସକ ଦଳ । ମେ ମାସରେ ରାଜ୍ୟରେ 48 ହଜାର 950 ଟନ ସାର ଆବଶ୍ୟକ ଥିବାବେଳେ କେନ୍ଦ୍ର ଦେଇଛି ମାତ୍ର 34 ହଜାର 340 ଟନ । ସେହିଭଳି ଜୁନ ମାସ 18 ତାରିଖ ମଧ୍ୟରେ ରାଜ୍ୟକୁ 70 ହଜାର 830 ଟନ ସାର ଆବଶ୍ୟକ ଥିବା ବେଳେ କେନ୍ଦ୍ର ଦେଇଛି ମାତ୍ର 18 ହଜାର 690 ଟନ । ରାଜ୍ୟର ଚାଷୀ ପାଇଁ ପ୍ରତିବର୍ଷ ଡିଏପି ସାର 82 ହଜାର ଟନ ଆବଶ୍ୟକ ବେଳେ ମିଳିଛି ମାତ୍ର 37 ହଜାର 519 ଟନ । ସେହିଭଳି ଏମଓପି 28 ହଜାର ଟନ ଆବଶ୍ୟକ ବେଳେ ମିଳିଛି ମାତ୍ର 8 ହଜାର 803 ଟନ । ଏନପିକେ 81 ହଜାର 6 ଶହ ଟନ ଆବଶ୍ୟକ ବେଳେ ରାଜ୍ୟକୁ ମିଳିଛି ମାତ୍ର 46 ହଜାର 902 ଟନ ।ଚାଷୀ ପାଖରେ ଆବଶ୍ୟକୀୟ ସାର ନାହିଁ । ରାଜ୍ୟ ସରକାର ଚାଷୀଙ୍କୁ ସାର ଯୋଗାଇବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେଡି । ରାଜ୍ୟର ଯେକୌଣସି ଅଞ୍ଚଳ ଗଲେ ଏବେ ଚାଷୀଙ୍କର ଗୋଟିଏ ଦାବି ଆବଶ୍ୟକୀୟ ସାର ମିଳୁ । ବରଗଡ ଠାରୁ ବାରଙ୍ଗ, ବାଲେଶ୍ବରରୁ ମାଲକାନଗିରି, ସବୁଠି ଚାଷୀମାନଙ୍କ ପାଖରେ ଆବଶ୍ୟକୀୟ ସାର ନଥିବା ଅଭିଯୋଗ । ଚାଷୀଙ୍କୁ ସାର ଯୋଗାଇ ଦେବା ପାଇଁ କଂଗ୍ରେସ ଏବେ ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ କରୁଛି ।ସେପଟେ କେନ୍ଦ୍ର ସରକାର ସଠିକ ପରିମାଣର ସାର ଯୋଗାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପରିଚାଳନା ଗତ ତ୍ରୁଟି ତଥା ହେରଫେର ପାଇଁ ରାଜ୍ୟର ଚାଷୀ ସାର ପାଉନଥିବା ଅଭିଯୋଗ କରିଛି ବିରୋଧୀ ବିଜେପି । ଯେତିକି ସାର ଆସିଛି ତାହାର ହିସାବ ପ୍ରଥମେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରନ୍ତୁ । ଡିବିଟି ମାଧ୍ୟମରେ ଚାଷୀଙ୍କ ପାଖକୁ ସାର ଟଙ୍କା ଆସୁଛି । ଅନ୍ୟପଟେ ରାଜ୍ୟ ସରକାର ଆବଶ୍ୟକୀୟ ସାର ଯୋଗାଇବାରେ ବିଫଳ ହେଉଛନ୍ତି ବୋଲି ବିଜେପି କହିଛି । ସାରର କଳାବଜାରୀ ନେଇ ବିଜେପି ରାଜ୍ୟ ସରକାରଙ୍କୁ ସୂଚନା ଦେବା ସହ ଏହାକୁ ରୋକିବା ପାଇଁ ଦାବି କରିଛି । ତେବେ ବିଜେଡିର କହିବା ଅନୁସାରେ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଯେଉଁଥିରେ ଚାଷୀଙ୍କ ପାଖରେ ସାର ପହଞ୍ଚିପାରିବ । ହେଲେ କେନ୍ଦ୍ର ସରକାରଙ୍କ ପାଖରୁ ଆବଶ୍ୟକୀୟ ସାର ଯୋଗାଇ ଦିଆଯାଉନାହିଁ । ଫଳରେ ରାଜ୍ୟରେ ଚାଷ ଓ ଚାଷୀ ପ୍ରଭାବିତ ହେଉଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.