ETV Bharat / city

କ୍ଳାସ୍‌ରେ 75 ପ୍ରତିଶତ ଉପସ୍ଥିତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ - ଗୁଣାତ୍ମକ ଶିକ୍ଷାର ବିକାଶ

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି । ଗଣଶିକ୍ଷା ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଆହ୍ୱାନ । ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅଧ୍ୟକ୍ଷ ଏବଂ ଏଡ଼ିଇଓମାନଙ୍କୁ ପରାମର୍ଶ । ଅଧିକ ପଢନ୍ତୁ

ଗୁଣାତ୍ମକ ଶିକ୍ଷାର ବିକାଶ , କ୍ଳାସରେ 75 ପ୍ରତିଶତ ଉପସ୍ଥିତ ରହିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ

author img

By

Published : Sep 27, 2022, 12:22 PM IST

Updated : Sep 27, 2022, 3:17 PM IST

ଭୁବନେଶ୍ବର: ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀ ଭୁବନେଶ୍ବରରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । 2022 ମସିହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ପରୀକ୍ଷାରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବିଭିନ୍ନ ବର୍ଗର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

ସମ୍ବର୍ଦ୍ଧନାର ଉତ୍ତରରେ କୃତୀ ଛାତ୍ରଛାତ୍ରୀମାନେ ସେମାନଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିବା ସହ ଆଗାମୀ ଜୀବନର ଲକ୍ଷ୍ୟ ଓ ଶିକ୍ଷାର ମାନବୃଦ୍ଧି ନେଇ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ବଥୀ ଏସ୍‌. ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଧ୍ୟାନ ଦେବାପାଇଁ ପରାମର୍ଶ ଦେବା ସହ ଆଗାମୀ ବର୍ଷ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ।

କ୍ଳାସ୍‌ରେ 75 ପ୍ରତିଶତ ଉପସ୍ଥିତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ

ଏହାପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଡିଗ୍ରୀ କଲେଜ ବା ବିଶ୍ବବିଦ୍ୟାଳୟରୁ ପୃଥକୀକରଣ, ଅତିଥି ଶିକ୍ଷକ ନିୟୋଜିତ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୈକ୍ଷିକ ତଦାରଖ ବ୍ୟବସ୍ଥା, ଧନ୍ଦାମୂଳକ ଶିକ୍ଷାର ବିକାଶ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବିଭିନ୍ନ ପ୍ରକାର ଇ-ଶିକ୍ଷଣ ଓ ଇ-ମୂଲ୍ୟାୟନ ସମ୍ବନ୍ଧରେ ଏସ୍‌ସିଇଆର୍‌ଟି ତରଫରୁ ତାଲିମ ଦିଆଯାଇଥିବାବେଳେ, ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ୫୫୦ରୁ ଉର୍ଦ୍ଧ୍ବ କ୍ୟାରିଅର ଓ ୧୨୦୦ରୁ ଉର୍ଦ୍ଧ୍ବ ବୃତ୍ତି ସମ୍ବଳିତ ଓଡ଼ିଶା କ୍ୟାରିଅର ପୋର୍ଟାଲ ଉପରେ ୟୁନିସେଫ୍‌ ଦ୍ବାରା ପ୍ରଶିକ୍ଷଣ ଦିଆଯାଇଥିଲା ।

ଏହି ଅବସରରେ ଯୁକ୍ତ-୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ଶୀର୍ଷସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର, ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଅଧ୍ୟକ୍ଷ, ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ, ବିଭାଗୀୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, "75 ପ୍ରତିଶତ କ୍ଳାସରେ ଉପସ୍ଥିତ ରହିବାକୁ ଛାତ୍ର ଛାତ୍ରୀମାନଙ୍କୁ ସଚେତନ କରାନ୍ତୁ । 75 ପ୍ରତିଶତ ଉପସ୍ଥାନ ନାହିଁମାନେ ପରୀକ୍ଷା ଦେଇପାରିବେ ନାହିଁ ଛାତ୍ରଛାତ୍ରୀ ବୋଲି କଡା ଚେତାବନୀ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । କାରୋନା ପରେ ଏହାକୁ ଏଡାଇ ଦିଆଯାଇନପାରେ । 2036 ବେଳକୁ ଯେତେବେଳେ ଓଡିଶାକୁ 100 ବର୍ଷ ହେବ ତା ମଧ୍ୟରେ ଓଡିଶାର ପିଲାମାନେ ଭାରତର ନେତୃତ୍ଵ ନେବେ ଏବଂ ବିଶ୍ବରେ ନିଜେ ନିଜର ପରିଚୟ ସୃଷ୍ଟି କରିବେ ।"

ଅନ୍ୟପଟେ ଯେତେବେଳେ ପୁରସ୍କୃତ ହୋଇଥିବା ନବରଙ୍ଗପୁରର ଛାତ୍ରୀ ମନ୍ତ୍ରୀଙ୍କ ସମ୍ମୁଖରେ ନିଜର ସ୍କୁଲର ଶିକ୍ଷା ଉପରେ ପଦାରେ ପକାଇଥିଲେ । ସେ କହିଥିଲେ ଯେ, ଆମ ସ୍କୁଲରେ ଗଣିତ ଓ ବିଜ୍ଞାନ ଶିକ୍ଷକ ନଥିଲେ କିନ୍ତୁ ପିଇଟି ଶିକ୍ଷକ ଆସି ଏ ସମସ୍ତ ବିଷୟ ପାଠ ପଢାଇଥାନ୍ତି ।" ଯାହାକୁ ନେଇ ମନ୍ତ୍ରୀ ଏହାର ଉତ୍ତରରେ କହିଛନ୍ତି ଯେ, "ରାଜ୍ୟରେ ଏବେ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ଯାହା ରାଜ୍ୟର ବିଭିନ୍ନ ସ୍କୁଲରେ ନିଯୁକ୍ତି ପାଇଛନ୍ତି ଆଗାମୀ ଦିନରେ ମଧ୍ୟ ନିଯୁକ୍ତି ହେବେ । ତେଣୁ ପାଠପଢାରେ କୌଣସି କିଛି ଅସୁବିଧା ହେବନାହିଁ ।"
ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 27, 2022, 3:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.