ETV Bharat / city

Archana Scandal: ଅଶ୍ବିନୀ ପାତ୍ର କହିଲେ ଅର୍ଚ୍ଚନା ଅଳିଆ ଗଦା, ଯିଏ ନିଆଁ ଖାଇଛି ସେ ଅଙ୍ଗାର

ଅଶ୍ବିନୀ ପାତ୍ର କହିଲେ ଅର୍ଚ୍ଚନା ଅଳିଆ ଗଦା । ରାଜ୍ୟ ରାଜନୀତିରେ ଏହି ମାୟାବିନୀ ଏବେ ହଟଚମଟ ସୃଷ୍ଟି କରିଛି । ଅନେକ ପ୍ରଭାବଶାଳୀ ଏହି ଲେଡି ବ୍ଲାକମେଲର ସହ ସମ୍ପର୍କରେ ରହିଥିଲେ । ଏଭଳି ବ୍ୟକ୍ତି ବିଶେଷଙ୍କୁ ଆଜି ସମାଲୋଚନା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର । ଅଧିକ ପଢ଼ନ୍ତୁ

author img

By

Published : Oct 18, 2022, 7:12 PM IST

Odisha culture minister reaction over Archana Scandal
Archana Scandal: ଅଶ୍ବିନୀ ପାତ୍ର କହିଲେ ଅର୍ଚ୍ଚନା ଅଳିଆ ଗଦା, ଯିଏ ନିଆଁ ଖାଇଛି ସେ ଅଙ୍ଗାର

ଭୁବେନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ନେଇ ସୋସିଆଲ ମିଡିଆରୁ ସେକ୍ରେଟାରୀଏଟ, ସବୁଠି ଚର୍ଚ୍ଚା ଲାଗି ରହିଛି । ଅର୍ଚ୍ଚନାଙ୍କର ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଟପ୍‌ ବ୍ୟୁରୋକ୍ରାଟଙ୍କ ସହ ନିବିଡତାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଘଟଣା ପ୍ରଘଟ ହେବା ପରଠୁ ଶାସକ ବିଜେଡି ନେତା ମାପିଚୁପି ପ୍ରତିକ୍ରିୟା ରଖୁଛନ୍ତି । ହେଲେ ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଥିବା ବ୍ୟକ୍ତି ବିଶେଷଙ୍କୁ ଆଜି ସମାଲୋଚନା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ।

ରାଜ୍ୟ ରାଜନୀତିରେ ଏହି ମାୟାବିନୀ ଏବେ ହଟଚମଟ ସୃଷ୍ଟି କରିଛି । ଅନେକ ପ୍ରଭାବଶାଳୀ ଏହି ଲେଡି ବ୍ଲାକମେଲର ସହ ସମ୍ପର୍କରେ ରହିଥିଲେ । ଏ ନେଇ ମନ୍ତ୍ରୀ କହିଛନ୍ତି , "ଅର୍ଚ୍ଚନା... ମର୍ଚ୍ଚନା... ଏ ସବୁ ଆଉ ମୂର୍ଚ୍ଛନାରେ ନାହିଁ । ଅର୍ଚ୍ଚନା ସହ ସମ୍ପର୍କରେ ଥିବା ବିରୋଧୀ ଦଳ ନେତା ଓ ଶିଳ୍ପପତିଙ୍କ ନାଁ ବାହାରୁଛି । ବାଲେଶ୍ଵର ନେତାଙ୍କ ନାଁ ମଧ୍ୟ ବାହାରୁଥିବ, କିନ୍ତୁ ମୋ ପାଖରେ ଖବର ନାହିଁ । କିଏ କେଉଁ ସୋର୍ସରେ ନାଁ ବାହାର କରୁଛି, ତାହା ସମୟ କହିବ । ଯାହାର ଫଟୋ ବାହାରୁଛି, ତାଙ୍କ ଛବି ମଳିନ ପଡୁଛି ନା ନାହିଁ ସମୟ କହିବ । ତଦନ୍ତ ଯେମିତି ହେବା କଥା ହେଉ । ଯିଏ ଧରା ପଡିବା କଥା ପଡିବ । ଗାଁରେ ଯେଉଁ ଢଗ ଢ଼ମାଳି ଅଛି, ଯିଏ ନିଆଁ ଖାଇବ ସେ ଅଙ୍ଗାର ... ।"

ଏହା ମଧ୍ୟ ପଢନ୍ତୁ: Archana Scandal: CBI ତଦନ୍ତ ଦାବି ଦୋହରାଇଲା ବିଜେପି

ଅର୍ଚ୍ଚନା କେଳେଙ୍କାରୀରେ ବିରୋଧୀଙ୍କର ବି ନାଁ ଆସୁଛି । କେଭି ସିଂ ଦେଓ, ଜୁଏଲ ଓରାମଙ୍କ ଫଟୋ ଭାଇରାଲ୍‌ ହୋଇଛି । ସରକାରୀ କଳରେ ସାମିଲ ଥିବା ବ୍ୟକ୍ତି ବିଶେଷଙ୍କର ମଧ୍ୟ ନାମ ଆଲୋଚନା ହେଉଛି । ଶିଳ୍ପପତି ବି ଏଥିରୁ ବର୍ତ୍ତି ନାହାନ୍ତି । ଏ ସବୁ କଥା ପ୍ରଘଟ କରିବା ବଦଳରେ ଅନ୍ୟ କଥା ହାଇଲାଇଟ କରାଯାଉ । ଯିଏ ଯାହା କରିଥିବ ତାହାର ଫଳ ଭୋଗିବ ବୋଲି କହିଛନ୍ତି ଅଶ୍ବିନୀ ପାତ୍ର । ନବୀନ ପଟ୍ଟନାୟକ ନିଜ ଲୋକଙ୍କୁ ବି ଛାଡି ନାହାନ୍ତି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ତାହାର ଉଦାହରଣ । ଯେଉଁମାନେ ଅନ୍ୟାୟ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ବ୍ଲେମ କରିଛନ୍ତି, ସେମାନେ ଶାସ୍ତି ପାଇଛନ୍ତି ବୋଲି ମତ ରଖିଛନ୍ତି ମନ୍ତ୍ରୀ ଅଶ୍ବିନୀ ପାତ୍ର ।

ଇଟିଭି ଭାରତ, ଭୁବେନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.