ETV Bharat / city

ଆଦିତ୍ଯଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ, ବିଦ୍ୟାଶ୍ରୀ ଓ ପରିବାର ଲୋକଙ୍କୁ ହେଉଛି ଜେରା - ଆଦିତ୍ୟ ଦାଶ ମୃତ୍ୟୁ ମାମଲା

ମାନବ ପ୍ରେମୀ ଆଦିତ୍ଯ ଦାସ ମୃତ୍ଯୁ ମାମଲାରେ କ୍ରାଇମବ୍ରାଞ୍ଚ ଟିମର ତନାଘନା ଆରମ୍ଭ । ଆଦିତ୍ଯଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ । ଅଧିକ ପଢନ୍ତୁ...

ଆଦିତ୍ଯଙ୍କ ଘରେ କ୍ରାଇମବ୍ରାଚ ଟିମ ,  ବିଦ୍ୟାଶ୍ରୀ ଓ ପରିବାର ଲୋକଙ୍କୁ ହେଉଛି ଜେରା

author img

By

Published : Jul 31, 2020, 5:35 PM IST

Updated : Jul 31, 2020, 5:43 PM IST

ଭୁବନେଶ୍ବର: ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ନେଇ ଛାନଭିନ ଆରମ୍ଭ କଲା କ୍ରାଇମବାଞ୍ଚ ଟିମ । ଏନେଇ ଶୁକ୍ରବାର ଆଦିତ୍ୟଙ୍କ ଘରେ ପହଞ୍ଚି କ୍ରାଇମବାଞ୍ଚ ଟିମ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ପରିବାର ଲୋକଙ୍କୁ ଜେରା କରିଛି ।

ଆଦିତ୍ଯ ରହୁଥିବା ସୁନ୍ଦରପଦାର ଏକାମ୍ର ବିହାର ପ୍ଲଟ ନମ୍ବର ୧୭୩/୧୧୬୫ ରେ ପହଞ୍ଚି ତନାଘନା କରିଛି କ୍ରାଇମବ୍ରାଞ୍ଚ । ତେବେ ପୁର୍ବରୁ ମଧ୍ଯ ସମାନ ଢଙ୍ଗରେ ଜିଆରପି ପୋଲିସ ବିଦ୍ଯାଶ୍ରୀଙ୍କ ସମେତ ଅଦିତ୍ୟଙ୍କ ବାପା ଓ ମାଙ୍କୁ ପଚରାଉଚରା କରିଥିଲା।

ଏବେ କ୍ରାଇମବାଞ୍ଚ ହାତକୁ ତଦନ୍ତ ଭାର ଯିବା ପରେ ଏହାର ଖୋଲତାଡ ପୁଣି ଚାଲିଛି । ରହସ୍ୟ ଘେରରେ ରହିଥିବା ଏହି ମାମଲାର ସତ୍ୟତାକୁ ଜାଣିବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ପ୍ରକାଶ ଯେ, ଜୁଲାଇ ୭ ତାରିଖରେ ସମାଜ ସେବୀ ଆଦିତ୍ଯଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ କଡରୁ ମିଳିଥିଲା ଏନେଇ ଜିଆରପି ପରେ କ୍ରାଇମବ୍ରାଞ୍ଚ ଏବେ ତଦନ୍ତ କରୁଛି । ଗୁରୁବାର ଆଦିତ୍ଯଙ୍କ ସାଙ୍ଗ ପପୁ, ବିକାଶ ଓ ପ୍ରିତମଙ୍କୁ ମଧ୍ଯ ପଚରାଉଚୁରା କରିଥିଲା ଟିମ। ତେବେ ଦେଖିବାର କଥା ଏହି ତଦନ୍ତରେ ଆଗକୁ କେଉଁ ମୋଡ ନେଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 31, 2020, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.