ETV Bharat / city

ରାଜ୍ୟରେ ପୁଣି 48 ନୂଆ ପଜିଟିଭ, ଗଞ୍ଜାମ-ବାଲେଶ୍ବରରେ ସର୍ବାଧିକ

ରାଜ୍ୟରେ ପୁଣି 48 ନୂଆ ଆକ୍ରାନ୍ତ ଚିହ୍ନଟ। ଗଞ୍ଜାମ ଓ ବାଲେଶ୍ବରରେ ସର୍ବାଧିକ ପଜିଟିଭ।

author img

By

Published : May 15, 2020, 10:44 AM IST

odisha-corona-update-48-new-cases-in-state
ରାଜ୍ୟରେ ପୁଣି 48 ନୂଆ ପଜିଟିଭ, ଗଞ୍ଜାମ-ବାଲେଶ୍ବରରେ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ପୁଣି 48 ନୂଆ ଆକ୍ରାନ୍ତ ଚିହ୍ନଟ। ଗଞ୍ଜାମ ଓ ବାଲେଶ୍ବରରେ ସର୍ବାଧିକ ପଜିଟିଭ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଓ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ପଜିଟିଭ କେସ ରହିଛି।

ଆଜି ଗଞ୍ଜାମରେ ସର୍ବାଧିକ 12 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 264ରେ ପହଞ୍ଚିଛି । ସେହିପରି ବାଲେଶ୍ବରରେ 12 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ 102ରେ ପହଞ୍ଚିଛି। ସେହିପରି ପୁରୀରୁ 10ଜଣ, ଭଦ୍ରକରୁ 6 ଜଣ, ଯାଜପୁରରୁ 2 ଜଣ, ନୟାଗଡ଼ରୁ 3 ଜଣ, ସୁନ୍ଦରଗଡ଼, କଟକ ଓ ଦେବଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ନୂଆ ଆକ୍ରନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 672ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 511 ଜଣ ଚିକିତ୍ସାଧୀନ ଥିବାବେଳେ 158 ଜଣ ସୁସ୍ଥ ହୋଇଛନ୍ତି । ତେବେ 3 ଜଣଙ୍କ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.